www.samajalive.in
Monday, December 8, 2025
24.1 C
Bhubaneswar

ତବଲୀଗି ଜମାତ ମୁଖ୍ୟ ମୌଲାନା ସାଦ ବିରୋଧରେ ଉଦ୍ଦେଶ୍ୟ ନ ଥାଇ ହତ୍ୟା ମାମଲା ରୁଜୁ, ହୋଇପାରେ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଥିବା ତବଲୀଗି ଜମାତର ମୁଖ୍ୟ ମୌଲାନା ସାଦ କାନ୍ଧଲବୀ ଏବଂ ଅନ୍ୟ ମୌଲାନାମାନଙ୍କ ବିରୋଧରେ ଦିଲ୍ଲୀ ପୁଲିସର ଅପରାଧ ଶାଖା ମାମଲା ରୁଜୁ କରିଛି। ଏହି ମାମଲାରେ ଅନିଚ୍ଛାକୃତ ହତ୍ୟା(ନନ୍‌ୱିଲଫୁଲ ମର୍ଡର) ଦଫା ଲଗାଯାଇଛି। ମରକଜରେ ହୋଇଥିବା ଜମାତ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା କିଛି ଲୋକ କରୋନା ଭୂତାଣୁ ଦ୍ବାରା ପ୍ରାଣ ହରାଇବା ଏବଂ ଜମାତରେ ସାମିଲ ଲୋକମାନଙ୍କଠାରୁ ଦେଶରେ ଦ୍ରୁତବେଗରେ ଭୂତାଣୁ ସଂକ୍ରମଣ ବ୍ୟାପିବା ଯୋଗୁ ଏହି ପଦକ୍ଷେପ ନିଆଯାଇଛି। ଏହା ଫଳରେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଜାମିନ ମିଳିପାରିବ ନାହିଁ।

ଦିଲ୍ଲୀ ପୁଲିସ ମୌଲାନା ସାଦ ସମେତ ୧୭ ଜଣଙ୍କ ବିରୋଧରେ ତଦନ୍ତ ଆରମ୍ଭ କରି ନୋଟିସ ଜାରି କରିଥିଲା ସେମାନଙ୍କ ମଧ୍ୟରୁ ୧୧ ଜଣ କ୍ବାରେଣ୍ଟାଇନରେ ଥିବା କହିଥିଲେ। ମୌଲାନା ସାଦଙ୍କ କ୍ବାରେଣ୍ଟାଇନ ଶେଷ ହୋଇଯାଇଥିବାରୁ ତାଙ୍କୁ ଗିରଫ କରିବାକୁ ପୁଲିସ ପଦକ୍ଷେପ ଆରମ୍ଭ କରିବ।

- Advertisement -

ଆଇନ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ତଦନ୍ତ ସମୟରେ ଅଧିକ ଗମ୍ଭୀର ଅପରାଧ ସାମ୍ନାକୁ ଆସେ, ତେବେ ପୁଲିସ ମାମଲାରେ ଆହୁରି କଠୋର ଦଫା ଯୋଡ଼ିପାରିବ। ପୁଲିସ ସୂଚନା ଅନୁସାରେ, ସାଦ୍‌ ଏବଂ ଅନ୍ୟମାନଙ୍କ ବିରୋଧରେ ରୁଜୁ ହୋଇଥିବା ପ୍ରାଥମିକ ଏତଲାରେ ଆଇପିସି ଦଫା ୩୦୪ ଲାଗୁ ହୋଇଛି। ଏହି ଧାରାରେ ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ଆଜୀବନ କାରାଦଣ୍ଡ ମିଳିପାରେ। ଏହାକୁ ଆହୁରି ୧୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ ବୋଲି ବରିଷ୍ଠ ଆଇନଜୀବି ମୁକୁଲ ରୋହତଗୀ କହିଛନ୍ତି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories