www.samajalive.in
Tuesday, December 9, 2025
17.1 C
Bhubaneswar

ରବିଧାନ ସଂଗ୍ରହ : ପୂର୍ବବର୍ଷ ତୁଳନାରେ ଚାଷୀ ପଞ୍ଜିକରଣ ୯ ପ୍ରତିଶତ ଅଧିକ

ଭୁବନେଶ୍ୱର : ରାଜ୍ୟରେ ରବିଧାନ ସଂଗ୍ରହ ନିମନ୍ତେ ଅନଲାଇନରେ ପଞ୍ଜିକରଣ ଜରିଆରେ ବୁଧବାର ସୁଦ୍ଧା ୨ଲକ୍ଷ ୩୪ ହଜାର ୭୨୮ ଜଣ ଚାଷୀ ସେମାନଙ୍କ ନାମ ପଞ୍ଜିକୃତ କରିଛନ୍ତି। ଯାହା ପୂର୍ବବର୍ଷ ତୁଳନାରେ ୯ ପ୍ରତିଶତ ଅଧିକ ରହିଛି।

ରବି ଧାନବିକ୍ରୟ ପାଇଁ ଗତବର୍ଷ ୨ଲକ୍ଷ ୧୬ ହଜାର ୫୬ ଜଣ ଚାଷୀ ସେମାନଙ୍କ ନାମ ପଞ୍ଜିକୃତ କରିଥିଲେ। ଗତବର୍ଷ ୬୪୯ଟି ପ୍ୟାକସ୍‌ ନିୟୋଜିତ ହୋଇଥିବା ବେଳେ ଚଳିତ ବର୍ଷ ୮୧୨ଟି ପ୍ୟାକସରେ ପଞ୍ଜିକୃତ କରିଛନ୍ତି । ରାଜ୍ୟର ୧୭ଟି ଜିଲାରେ ଏହି କାର୍ୟ୍ୟ ଚାଲିଛି। ଏହି ଜିଲାଗୁଡିକ ହେଲା ଝାରସୁଗୁଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୁରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର । ଏଥି ମଧ୍ୟରୁ ଯାଜପୁରରେ ୧୮୦ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଝାରସୁଗୁଡାରେ ୧୮୧ ପ୍ରତିଶତ ଓ ନବରଙ୍ଗପୁର ଜିଲାରେ ୨୭୧ ପ୍ରତିଶତ ବୃଦ୍ଧି ପାଇଛି। ରବି ଧାନ ସଂଗ୍ରହ କାର୍ୟ୍ୟ ସୂଚାର ରୂପେ କରିବାକୁ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ପଞ୍ଜିକୃତ କରିଥିବା ଚାଷୀମାନଙ୍କ ମଧ୍ୟରୁ ୫୭,୯୯୪ ଜଣ ଚାଷୀ ନୂତନ ପଞ୍ଜିକୃତ କରିଥିବା ବେଳେ ୧୭,୬୭,୭୩୪ ଜଣ ଚାଷୀ ନବୀକରଣ କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories