www.samajalive.in
Monday, December 8, 2025
27.1 C
Bhubaneswar

ବାୟୁ ପ୍ରଦୂଷଣ ଅଞ୍ଚଳରେ କରୋନା ସଂକ୍ରମଣ ଆଶଙ୍କା ଅଧିକ

ଭୁବନେଶ୍ବର (ସମାଜ ପୋର୍ଟାଲ ଡ଼େସ୍କ):  ବିଶ୍ବର ବହୁ ଦେଶରେ କୋଭିଡ଼ ୧୯ ତଥା କରୋନା ଭୂତାଣୁ ଦ୍ରୁତ ଗତିରେ ବୃଦ୍ଧି ପାଉଛି।  କରୋନା ଭୂତାଣୁ ସଂକ୍ରମଣ ରୋକିବା ଓ ଏହାରକୁ ହ୍ରାସ କରିବା ନେଇ ଅନେକ ଦେଶ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ବାୟୁ ପ୍ରଦୂଷଣ ଯୋଗୁ କୋଭିଡ୍‌ ୧୯ ଭୂତାଣୁ ଅଧିକ ସଂଖ୍ୟାରେ ସଂକ୍ରମିତ ହେବା ଆଶଙ୍କା ରହିଛି। ପ୍ରଦୂଷିତ ଅଞ୍ଚଳରେ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍‌ ରହୁଥିବାରୁ ସଂକ୍ରମିତଙ୍କ ମୃତ୍ୟୁହାର ଅଧିକ ରହୁଛି ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ଆଜ୍‌ମା ଏବଂ କ୍ରୋନିକ୍‌ ଓବ୍‌ଷ୍ଟ୍ରକ୍‌ଟିଭ୍‌ ପଲ୍‌ମୋନାରୀ ଡିଜିଜ୍(ସିଓପିଡି)ରେ ଆକ୍ରାନ୍ତ ରୋଗୀଙ୍କ   ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ରହିଛି। ତେଣୁ ସେମାନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି, ଯାହା ସମଗ୍ର ବିଶ୍ବରେ ଏହା ସମ୍ବେଦନଶୀଳ ଘଟଣା ବୋଲି କୁହାଯାଉଛି।

ଆମେରିକାରେ ଅଧିକ ବାୟୁ ପ୍ରଦୁଷଣ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ କରୋନା ଭୂତାଣୁ ସଂକ୍ରମଣ ଅଧିକ । ହାଭାର୍ଡ ଟିଏଚ୍‌ ସ୍କୁଲ ଅଫ୍ ପବ୍ଲିକ ହେଲ୍‌ଥର ଗବେଷକମାନେ  ୩,୦୦୦ରୁ ଅଧିକ ରୋଗୀଙ୍କୁ ନେଇ ଗବେଷଣା କରିଛନ୍ତି । ଯେଉଁମାନେ ଦୀର୍ଘଦିନ ଧରି  ପାର୍ଟିକୁଲାର୍‌ ମ୍ୟାଟର(ପିଏମ୍‌) ୨.୫ ଏକ୍ସପୋଜର୍‌ରେ ରହୁଛନ୍ତି ସେମାନେ କୋଭିଡ୍‌ ୧୯ ସଂକ୍ରମିତ ହେବା ଅଧିକ ଆଶଙ୍କା ରହୁଛି । ଫଳରେ ମୃତ୍ୟୁହାର ବୃଦ୍ଧି ପାଉଛି । ପ୍ରତି କ୍ୟୁବିକ୍‌ମିଟରରେ କେବଳ ୧ ମାଇକ୍ରୋଗ୍ରାମ୍‌ ପି.ଏମ୍‌ ୨.୫ରେ ଆମ୍ବିଏଣ୍ଟ ଏୟାର୍ ସୃଷ୍ଟି ହେଉଛି, ଯାହା କୋଭିଡ୍‌ ୧୯ରେ ସଂକ୍ରମିତ ୧୫ ପ୍ରତିଶତ ମୃତ୍ୟୁହାର ରହିଛି। ଉଦାହରଣ ସ୍ବରୂପ ନ୍ୟୁୟର୍କ ସହରରେ ପିଏମ୍‌ ସ୍ତର ଗୋଟିଏ ୟୁନିଟ୍ ଲେଖାଏଁ ଗତ ଦୁଇବର୍ଷରେ ହ୍ରାସ କରାଯାଇଥିବାରୁ ଏଠାରେ ପ୍ରାୟ ୨୪୮ ମାମଲା ଦେଖାଯାଇଛି। ସେହିପରି ଏଭଳି କାରଣରୁ ଉତ୍ତର ଇଟାଲିରେ ବିଶ୍ବର ସର୍ବଧିକ କୋଭିଡ୍‌ ୧୯ ମାମଲା ରହିଛି।

- Advertisement -

ଯେଉଁମାନେ କ୍ରୋନିକ୍‌ ରେସ୍‌ପିରେଟୋରି ଟ୍ରାକ୍‌ ଡିଜିଜ୍‌ ଏବଂ କାର୍ଡିଓ-ଭାସ୍କୁଲାର୍‌ କର୍ମୋବିଡିଜ୍‌(ଏସ୍‌ଏଆର୍‌ଏସ୍‌-ସିଓଭି-୨) ଭୂତାଣୁ ସଂକ୍ରମିତ ​ହେଉଛନ୍ତି  ସେମାନଙ୍କର ପରବର୍ତ୍ତୀ ସମୟରେ ମୃତ୍ୟୁ ହେଉଛି। ସାରା ବିଶ୍ବରେ ବାୟୁ ପ୍ରଦୂଷିତ ଅଞ୍ଚଳରେ ବସବାସ କରୁଥିବା ହାଇପର୍‌ ଟେନ୍‌ସେନ୍‌, ଡାଇବେଟିସ୍, କାର୍ଡିଓଭାସ୍କୁଲାର୍‌ ରୋଗୀ ଅଧିକ ସଂଖ୍ୟାରେ କୋଭିଡ୍‌ ୧୯ରେ ସଂକ୍ରମିତ ହେଉଛନ୍ତି, କାରଣ ସେମାନଙ୍କଠାରେ ରୋଗପ୍ରତିରୋଧ ଶକ୍ତି କମ୍‌ ରହୁଛି। ବିଶ୍ବରେ ସର୍ବାଧିକ ପ୍ରଦୁଷିତ ଦେଶ ମଧ୍ୟରେ ଭାରତ ୨୦ତମ ସ୍ଥାନରେ ରହିଛି, ଯାହା କୋଭିଡ୍‌ ୧୯ ଭୂତାଣୁ ଅଧିକ ସଂକ୍ରମ ଆଶଙ୍କା ରହିଥିବା ସର୍ବେକ୍ଷଣରେ ଦର୍ଶାଯାଇଛି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories