www.samajalive.in
Tuesday, December 9, 2025
15.1 C
Bhubaneswar

ଡ.ବିଜୟ କୁମାର ମହାନ୍ତିଙ୍କୁ ଗଙ୍ଗାଶରଣ ସିଂହ ଓ ଡ. ବିନୟ ଷଡଙ୍ଗୀ ରାଜାରାମଙ୍କୁ ମହାପଣ୍ଡିତ ରାହୁଳ ସଂସ୍କୃତାୟନ ପୁରସ୍କାର ଘୋଷଣା

ଭୁବନେଶ୍ବର : ଭାରତ ସରକାରଙ୍କ ପ୍ରଖ୍ୟାତ ହିନ୍ଦୀ ପ୍ରଶିକ୍ଷଣ ସଂସ୍ଥା କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ, ଆଗ୍ରା ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ହିନ୍ଦୀର ବିକାଶ ପ୍ରଚାର ଓ ପ୍ରସାର ଓ  ପ୍ରୋତ୍ସାହନ ନିମନ୍ତେ କାର୍ଯ୍ୟରତ ବିଭିନ୍ନ ଶ୍ରେଣୀର ୨୬ଜଣ ହିନ୍ଦୀ ସେବୀ ବିଦ୍ବାନ ଲେଖକ ଓ ଲେଖିକାଙ୍କୁ ୨୦୧୭ ମସିହାର ସମ୍ମାନ ଜନକ ପୁରସ୍କାର ଘୋଷଣା କରିଛନ୍ତି । ଏଥିମଧ୍ୟରୁ ହିନ୍ଦୀ ଭାଷା ସାହିତ୍ୟର ପ୍ରଚାର ପ୍ରସାର ତଥା ଶିକ୍ଷଣ ଓ ପ୍ରଶିକ୍ଷଣ କ୍ଷେତେରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଧ୍ୟାପକ ଡକ୍ଟର ବିଜୟ କୁମାର ମହାନ୍ତିଙ୍କୁ ଗଙ୍ଗାଶରଣ ସିଂହ ପୁରସ୍କାର ଓ ପ୍ରଫେସର ଡ.ବିନୟ ଷଡଙ୍ଗୀ ରାଜାରାମଙ୍କୁ ମହାପଣ୍ଡିତ ରାହୁଳ ସଂସ୍କୃତାୟନ ପୁରସ୍କାର ପ୍ରଦାନ କରାଯିବ। ଏହି ସମ୍ମାନ ପ୍ରଦାନ ଅବସରରେ ଭାରତର ମହାମହିମ ରାଷ୍ଟ୍ରପତି ତାଙ୍କୁ ପାଞ୍ଚ ଲକ୍ଷ ଟଙ୍କା , ଅଙ୍ଗବସ୍ତ୍ର, ମାନପତ୍ର ଓ ଅନ୍ୟାନ୍ୟ ଉପଢୌକନ ପ୍ରଦାନ କରିବେ ।

ଡ. ବିନୟ ଷଡଙ୍ଗୀ ରାଜାରାମ ଭାରତର ଅନେକ ପ୍ରତିଷ୍ଠିତ ସାହିତ୍ୟିକ ଏବଂ ସଂସ୍କୃତିକ ସଂସ୍ଥା ଦ୍ବାରା ପୁରସ୍କୃତ ଓ ସମ୍ମାନିତ । ଦେଶର ଜଣେ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ ଭାବେ ପରିଚିତ । ସେ ଭାରତ ବର୍ଷରେ ହିନ୍ଦୀ ଓ ଗ୍ରୀକ ଭାଷାର ପ୍ରଥମ ଅନୁବାଦକ ।

- Advertisement -

ସେହିପରି ଡ. ମହାନ୍ତି  ଚାକିରି ଜୀବନରେ ରାଜ୍ୟର ବିଭିନ୍ନ ସରକାରୀ କଲେଜରେ ହିନ୍ଦୀ ବିଭାଗରେ ଅଧ୍ୟାପନା କରି ୨୦୧୨ରେ ବାଲେଶ୍ବରର ଫକୀର ମୋହନ ମହାବିଦ୍ୟାଳୟ ବାଲେଶ୍ବରରୁ ଅବସର ଗ୍ରହଣ କରିଛନ୍ତି । ସେ ପ୍ରାଦେଶିକ ଓ ରାଷ୍ଟ୍ରୀୟସ୍ତରରେ ୫୦ରୁ ଉର୍ଦ୍ଧ୍ବ ସଂଗୋଷ୍ଠୀରେ ସେ ନିଜର ପ୍ରବନ୍ଧ ଉପସ୍ଥାପନ କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories