www.samajalive.in
Tuesday, December 9, 2025
17.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ଏହି ୭ଟି ପଦକ୍ଷେପ, ଭାରତକୁ କୋଭିଡ଼୍ ଚ୍ୟାଲେଞ୍ଜରୁ ରକ୍ଷା କରିବ ଏବଂ ସାମାଜିକ ବନ୍ଧନକୁ ମଜବୁତ୍ କରିବ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧିତ କରି ଲକ୍ ଡାଉନ୍ ର ଅବଧିକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଏବଂ ଅଦୃଶ୍ୟ ଶତ୍ରୁକୁ ଦୂର କରିବାରେ ଏହା ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହା ସହ ସେ ଆହୁରି କହିଛନ୍ତି ଯେ, କୋଭିଡ୍ ୧୯ ମହାମାରୀ ବିରୋଧରେ ଲଢ଼େଇ କରିବାରେ ମୋଦୀଜୀ ମାର୍ଗ ଦେଖାଇଛି। ତାଙ୍କ ବକ୍ତବ୍ୟ ଦେଶରେ କରୋନା ମୁକାବିଲା ପାଇଁ ଶକ୍ତି ଯୋଗାଇବ ଓ ସାମାଜିକ ବନ୍ଧନକୁ ଦୃଢ କରିବ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ବରିଷ୍ଠଙ୍କ ଅଧିକ ଧ୍ୟାନ ରଖିବା, ଲକ୍‌ଡାଉନ୍ ଓ ସାମାଜିକ ଦୂରତାକୁ ପାଳନ କରିବା, ଘର ତିଆରି ମାସ୍କ ବ୍ୟବହାର କରିବା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା, ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବା, ଗରିବଙ୍କୁ ଖାଇବାକୁ ଦେବା, କର୍ମଚାରୀଙ୍କ ପ୍ରତି ସହାନୁଭୂତି ଦେଖାଇବା ଏବଂ କରୋନା ଯୋଦ୍ଧାଙ୍କୁ ସମ୍ମାନ କରିବା ପ୍ରଧାନମନ୍ତ୍ରୀଙ୍କ ଏହି ୭ଟି ଦିଗକୁ ସମର୍ଥନ ଦେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି।

- Advertisement -

ଏହି ୭ଟି ପଦକ୍ଷେପ ଭାରତକୁ କେବଳ କୋଭିଡ଼୍ ଚ୍ୟାଲେଞ୍ଜରୁ ରକ୍ଷା କରିବାରେ ସାହାଯ୍ୟ ହେବ ତାହା ନୁହେଁ ବରଂ ଦେଶର ସାମାଜିକ ବନ୍ଧନକୁ ମଜବୁତ୍ କରିବ ଓ ଲୋକଙ୍କ ମଧ୍ୟରେ ବନ୍ଧୁତାକୁ ସୁଦୃଢ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ସଂକଟକୁ ଆମେ ଏକ ରାଷ୍ଟ୍ର ଭାବରେ ଏକାଠୀ ସାମ୍ନା କରିଛୁ ଏବଂ ଏକାଠୀ କାର୍ଯ୍ୟ କରି ବିଜୟକୁ ନିଶ୍ଚିତ କରିପାରିବା ବୋଲି ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories