www.samajalive.in
Sunday, December 7, 2025
15.1 C
Bhubaneswar

କରୋନା ଡର: ମୁମ୍ବଇରୁ ୧୫୦୦ କି.ମି. ଚାଲି ଚାଲି ଘରେ ପହଞ୍ଚିଲେ ଯୁବକ, ଦୂଆରମୁହଁରୁ ଫେରାଇଦେଲା ମା’

ବାରାଣସୀ: କରୋନା ଭୂତାଣୁକୁ ରୋକିବା ଲାଗି ଦେଶରେ ଲକଡାଉନ ଜାରି ହେବା ପରେ ବାହାର ରାଜ୍ୟ ବା ସହରରେ ରହୁଥିବା ଲୋକେ ଘରମୁହାଁ ହେଉଛନ୍ତି। କିଏ ସାଇକେଲ ଚଳାଇ ତ ଆଉ କି ଚାଲି ଚାଲି ଘରକୁ ଫେରୁଛନ୍ତି। କିନ୍ତୁ କରୋନା ସଂକ୍ରମଣକୁ ନେଇ ଲୋକମାନେ ଏତେମାତ୍ରରେ ଭୟଭୀତ ହୋଇପଡ଼ିଛନ୍ତି ଯେ, ଅନ୍ୟ ସହରରୁ ଫେରୁଥିବା ପରିବାର ଲୋକଙ୍କୁ ବି ଘରେ ପୂରାଇ ଦେଉନାହାନ୍ତି। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ବାରାଣସୀରେ। ମୁମ୍ବଇରୁ ପ୍ରାୟ ୧୫୦୦ କିଲୋମିଟର ଦୂରତା ଚାଲି ଚାଲି ଘରକୁ ଆସିଥିବା ପୁଅକୁ ପରିବାର ଲୋକେ ଘର ଭିତରେ ପ୍ରବେଶ କରାଇଦେଇ ନାହାନ୍ତି। ପୁଅର ମା’ ପୁଅକୁ ଘର ଦୂଆରୁ ଫେରାଇ ଦେଇଛନ୍ତି। ଏହାପରେ ଯୁବକ ଜଣକ ନିଜ ମାଉସୀ ଘରେ ଆଶ୍ରୟ ନେଇଛନ୍ତି।

ବାରାଣସୀର ଗୋଲା ଦୀନାନାଥ ନିବାସୀ ଅଶୋକ ମୁମ୍ବଇର ଏକ ହୋଟେଲରେ କାମ କରୁଥିଲେ। ଲକଡାଉନ ଏବଂ ମୁମ୍ବଇରେ କରୋନା ସଂକ୍ରମଣ ବଢ଼ିବାରୁ ୨୦ ଦିନ ହେଲା ହୋଟେଲ ବନ୍ଦ ରହିଛି। ଗାଡ଼ିମୋଟର ବନ୍ଦ ଯୋଗୁ ଅଶୋକ କୌଣସି ବିକଳ୍ପ ନ ପାଇ ମୁମ୍ବଇରୁ ଚାଲି ଚାଲି ଘରକୁ ଆସିଥିଲେ। ଦୀର୍ଘ ୧୫୦୦ କିଲୋମିଟରର ପଥ ଅତିକ୍ରମ କରି ଶେଷରେ ସେ ରବିବାର ବାରାଣସୀରେ ପହଞ୍ଚିଥିଲେ। ପରେ ସେଠାରୁ ସେ ସ୍ଥାନୀୟ ହସ୍ପିଟାଲକୁ ନିର ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ଯାଇଥିଲେ। ସେଠାରେ ସ୍ବାସ୍ଥ୍ୟ ପରୀକ୍ଷା ହୋଇ ନ ପାରିବାରୁ ସେ ଦୀନଦୟାଲ ହସ୍ପିଟାଲ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ଘରେ ୧୪ ଦିନ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଥିଲେ। ଏହା ପରେ ଅଶୋକ ନିଜ ଘରକୁ ଯାଇଥିଲେ। କିନ୍ତୁ ତାଙ୍କ ମା’ ଘର କବାଟ ଖୋଲି ନ ଥିଲେ। ଅଶୋକ ଅନେକ ନେହୁରା ହୋଇଥିଲେ ମଧ୍ୟ ପରିବାରର କୌଣସି ବ୍ୟକ୍ତି କବାଟ ଖୋଲି ନ ଥିଲେ। ସେ ମୁମ୍ବଇରୁ ଆସିଥିବାରୁ କରୋନା ହୋଇଥିବା ସନ୍ଦେହରେ ତାଙ୍କୁ ଘରେ ପ୍ରବେଶ କରିବାକୁ ଦେଇ ନ ଥିଲେ।

- Advertisement -

ଏହାପରେ ଅଶୋକ ବ୍ୟସ୍ତବିବ୍ରତ ହୋଇ କତୁଆପୁରାସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଥିଲେ। ଅଶୋକ କୁହନ୍ତି, ଲକଡାଉନ ପରେ ମୁମ୍ବଇରେ କୌଣସି କାମଧନ୍ଦା ମିଳିଲା ନାହିଁ। ତେଣୁ ସେ ଏବଂ ତାଙ୍କ ସାଥୀରେ ଥିବା ଅନ୍ୟ ସହରର ୫ ଜଣ ଯୁବକ ଚାଲି ଚାଲି ଘରକୁ ଯିବାକୁ ମନସ୍ଥ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories