www.samajalive.in
Tuesday, December 9, 2025
16.1 C
Bhubaneswar

ନ୍ୟୁୟର୍କ କବରସ୍ତାନରେ ଜାଗା ନାହିଁ, ମୃତଦେହକୁ ଦିଆଯାଉଛି ସାମୂହିକ କବର

ନ୍ୟୁୟର୍କ: ଆମେରିକାରେ କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଠାରେ ଏବେ ପ୍ରତିଦିନ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ଶୁକ୍ରବାର ଦେଶରେ ୨୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଫଳରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୮ ହଜାର ୭୪୬ରେ ପହଞ୍ଚିଛି। ସେହିପରି ୫ ଲକ୍ଷ ୨୮ ହଜାର ଜଣ ଆକ୍ରାନ୍ତ​‌ ହୋଇଛନ୍ତି। ତେବେ ନ୍ୟୁୟର୍କ ସହର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ପ୍ରତିଦିନ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି। ପରିସ୍ଥିତି ଏପରି ହେଲାଣି ଏହି ସହରରେ ଲୋକଙ୍କୁ ମୃତ୍ୟୁ ପରେ କବର ଦେବାକୁ କବରସ୍ତାନରେ ଜାଗା ମିଳୁନାହିଁ। ଫଳରେ ସାମୂହିକ ଭାବେ ମୃତଦେହଗୁଡ଼ିକୁ କବର ଦିଆଯାଉଛି।

ସବୁଠାରୁ ଶକ୍ତିଶାଳୀ ଦେଶରେ କରୋନାର ଏଭଳି ପ୍ରକୋପ ଆମେରିକାବାସୀଙ୍କୁ ସ୍ତବ୍ଧ କରିଛି। ନ୍ୟୁୟର୍କ ସହରରେ ମୃତଦେହଗୁଡ଼ିକୁ ସାମୂହିକ କବର ଦିଆଯିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସହରର ହାର୍ଟ ଦ୍ବୀପରେ ମୃତଦେହକୁ କବର ଦିଆଯାଉଛି। ଏଥିପାଇଁ ବଡ଼ ବଡ଼ କବର ଖେଳାଯାଉଛି। ପୂର୍ବରୁ ନ୍ୟୁୟର୍କର ଜେଲରୁ କଏଦୀଙ୍କୁ ଅଣାଯାଇ ସପ୍ତାହରେ ଥରେ କବର ଖୋଳଯାଇଥାଏ। କିନ୍ତୁ ଏବେ ବାହାରୁ ଠିକାଦାର ନିୟୋଜିତ କରାଯାଇ ସପ୍ତାହରେ ୫ଦିନ ଧରି ସାମୂହିକ କବର ଖୋଳାଯାଉଛି।

- Advertisement -

ନ୍ୟୁୟର୍କରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେକୌଣସି ଦେଶଠାରୁ ବି ଅଧିକ। ଏଠାରେ ମୋଟ ୧ଲକ୍ଷ ୭୦ ହଜାରରୁ ଅଧିକ ଲୋକ ଏହି ମହାମାରୀ ଭୂତାଣୁରେ ଆକ୍ରାନ୍ତ ହୋଇଥିବାବେଳେ ସ୍ପେନରେ ଏହି ସଂଖ୍ୟା ୧ ଲକ୍ଷ ୫୭ ହଜାର, ଇଟାଲୀରେ ୧ ଲକ୍ଷ ୭୫ ହଜାର, ଫ୍ରାନ୍ସରେ ୧ ଲକ୍ଷ ୨୪ ହଜାର, ଜର୍ମାନୀରେ ୧ଲକ୍ଷ ୧୯ ହଜାର। ସେହିପରି ନ୍ୟୁୟର୍କରେ ବର୍ତ୍ତମାନ ସୁଦ୍ଧା ୭୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories