www.samajalive.in
Wednesday, December 10, 2025
18.1 C
Bhubaneswar

୧୭ ଯାଏ ମହଲତ ଦେଲେ ସଫେଇ କର୍ମଚାରୀ ; କାମରେ ଯୋଗଦେବା ବ୍ୟବସ୍ଥା କର, ନଚେତ୍‍ ମଜୁରି ଦିଅ

ଭୁବନେଶ୍ୱର : କୋଭିଡ୍‍-୧୯ ସଂକ୍ରମଣ ମୁକାବିଲା ପାଇଁ ଲକ୍‍ ଡାଉନ୍‍ ଏବଂ ଭୁବନେଶ୍ୱରରେ ୬ରୁ ଊର୍ଦ୍ଧ୍ବ ଅଞ୍ଚଳ ସିଲ୍‍ ହେବା ଫଳରେ ଅନେକ ସଫେଇ କର୍ମଚାରୀ କାମରେ ଯୋଗଦେଇ ପାରୁ ନାହାନ୍ତି। କାମ ମିଳୁ ନଥିବାରୁ ଘରେ ହାତବାନ୍ଧି ବସିଛନ୍ତି। ମଜୁରି ଆଣିଲେ ପରିବାର ଚଳାଉଥିବା ସଫେଇ କର୍ମଚାରୀ ଏବେ ଦୁର୍ଦିନରେ ସମୟ କାଟୁଥିବା ଅଭିଯୋଗ କରିଛନ୍ତି। ସେମାନଙ୍କୁ ସଫେଇ ଠିକା ସଂସ୍ଥା ତରଫରୁ କିମ୍ବା ବିଏମ୍‍ସି ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବା ବ୍ୟବସ୍ଥା କରାଯାଉ ବୋଲି କାମ ବନ୍ଦରେ ଥିବା ସଫେଇ କର୍ମଚାରୀ କହିଛନ୍ତି।

ଭୁବନେଶ୍ୱର ଅସ୍ଥାୟୀ ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକ କହିଛନ୍ତି, ଗାଡ଼ିମୋଟର ନମିଳିବାରୁ ପାଖାପାଖି ୧୦୦୦ ସଫେଇ କର୍ମଚାରୀ କାମରେ ଯୋଗ ଦେଇପାରୁ ନାହାନ୍ତି। ଠିକା ସଂସ୍ଥା ପକ୍ଷରୁ ସେମାନଙ୍କୁ ନେବା ଆଣିବା ପାଇଁ କିଛି ବ୍ୟବସ୍ଥା କରାଯାଉ ନାହିଁ। ସେହିପରି ଆବଦ୍ଧାଞ୍ଚଳରେ ବହୁ ସଫେଇ କର୍ମଚାରୀ ରହିଥିବାରୁ ସେମାନଙ୍କୁ ବାହାରକୁ ଆସିବା ବ୍ୟବସ୍ଥା ନାହିଁ। ଅନ୍ୟପଟେ କାମରେ ଯୋଗ ଦେଇ ନଥିବାରୁ ସେମାନଙ୍କ ମଜୁରି କଟାଯାଉଛି। ଦୈନିକ ମଜୁରିରେ ଚଳୁଥିବା ସଫେଇ କର୍ମଚାରୀ କିପରି ପରିବାର ଚଳେଇବେ। ଆସନ୍ତା ୧୭ ତାରିଖ ଯାଏଁ ବିଏମ୍‍ସି କିମ୍ବା ଠିକା ସଂସ୍ଥା ପକ୍ଷରୁ କୌଣସି ପଦକ୍ଷେପ ନନେଲେ ଯାହା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ବିଏମ୍‍ସି କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ସହଦେବ ଚେତାବନୀ ଦେଇଛନ୍ତି। ଅପରପକ୍ଷେ ଠିକା ସଂସ୍ଥା ରାମ୍‍କୀ ପକ୍ଷରୁ କୁହାଯାଇଛି, ସଫେଇ କର୍ମଚାରୀଙ୍କ ପାଇଁ ମେସ୍‍ କରାଯାଇଛି। ଯେଉଁମାନେ ଇଚ୍ଛା କରୁଛନ୍ତି ସେମାନେ ସେଠାରେ ରହୁଛନ୍ତି। ବିଭିନ୍ନ ଅଞ୍ଚଳରୁ ସଫେଇ କର୍ମଚାରୀ ଆସୁଛନ୍ତି, ବ୍ୟକ୍ତିଗତ ଭାବେ ଗାଡ଼ି ଯୋଗାଇବା ସମ୍ଭବ ନୁହେଁ। ଯଦି ସମୂହ ଭାବେ କିଛି କର୍ମଚାରୀ ଗାଡ଼ି ଆବଶ୍ୟକ କରନ୍ତି, ତେବେ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯିବ। ସଫେଇ କର୍ମଚାରୀଙ୍କୁ ସ୍ୱତନ୍ତ୍ର ପାସ୍‍ ଦିଆଯାଇଛି, ସେମାନେ କାମରେ ଯୋଗଦେବାରେ କୌଣସି ସମସ୍ୟା ନାହିଁ। ସଫେଇ କର୍ମଚାରୀଙ୍କୁ ସହାୟତା ଦେବା ପାଇଁ ବିଏମ୍‍ସି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ପରେ ଯାହା ପଦକ୍ଷେପ ନିଆଯିବ। ଅଧିକାଂଶ ସଫେଇ କର୍ମଚାରୀ କାର୍ଯ୍ୟରେ ଯୋଗଦେଉ ନଥିବା ଅଭିଯୋଗ ମିଥ୍ୟା ବୋଲି ଠିକା ସଂସ୍ଥା ପକ୍ଷରୁ କୁହାଯାଇଛି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories