www.samajalive.in
Tuesday, December 9, 2025
17.1 C
Bhubaneswar

ମାଗଣାରେ କରୋନା ପରୀକ୍ଷା କରାଇବା ପାଇଁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ: କରୋନା ପରୀକ୍ଷା କରିବା ଲାଗି ଘରୋଇ ଲାବରେଟୋରିଗୁଡ଼ିକ ୪୫୦୦ ଟଙ୍କା ନେଉଛନ୍ତି। ଏହା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ। ଘରୋଇ ଲାବରେଟୋରିଗୁଡ଼ିକ ମନ ମୁତାବକ ଟଙ୍କା ଅସୁଲ କରିପାରିବେ ନାହିଁ। କରୋନା ପରୀକ୍ଷା ପାଇଁ ଏହି ଲାବରେଟୋରିଗୁଡ଼ିକୁ ଟଙ୍କା ନେବା ଲାଗି ଅନୁମତି ଦିଆଯିବା ଉଚିତ ନୁହେଁ। ସର୍ବୋଚ୍ଚ ନ୍ୟାୟାଳୟ ଏହି ପ୍ରସଙ୍ଗରେ ଆଦେଶ ଜାରି କରିବେ ବୋଲି କହିଛନ୍ତି।

ଏ ସମ୍ପର୍କିତ ଏକ ଆବେଦନର ଶୁଣାଣି କରି ଜଷ୍ଟିସ ଅଶୋକ ଭୂଷଣ ଏବଂ ଜଷ୍ଟିସ ଏସ. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ, ଘରୋଇ ଲାବରେଟୋରିଗୁଡ଼ିକୁ କୋଭିଡ-୧୯ ପରୀକ୍ଷା ପାଇଁ ଟଙ୍କା ନେବା ଲାଗି ଅନୁମତି ଦିଆଯାଉ ନାହିଁ। ସରକାର ଏହି ପରୀକ୍ଷା ମାଗଣାରେ କରାଇବା ଉଚିତ। ଶୁଣାଣି ସମୟରେ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ଘରୋଇ ଲ୍ୟାବ୍‌ଗୁଡ଼ିକୁ ପରୀକ୍ଷା ପାଇଁ ସରକାର ଅଧିକ ଟଙ୍କା ଦିଅନ୍ତୁ ନାହିଁ। କିଛି ଏଭଳି ବ୍ୟବସ୍ଥା କରନ୍ତୁ, ଯାହା ଦ୍ବାରା ସରକାର ଘରୋଇ ଲ୍ୟାବଗୁଡ଼ିକୁ ପରୀକ୍ଷା ରାଶି ଫେରାଇ ପାରିବେ। ସଲିସିଟର ଜେନେରାଲ ଏ ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଥିଲେ। ସରକାର ନିଜ ତରଫରୁ ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି ବୋଲି ସେ ଖଣ୍ଡପୀଠଙ୍କୁ ଜଣାଇଥିଲେ। ସେ କହିଥିଲେ, ୧୧୮ଟି ଲାବରେଟୋରିରେ ପ୍ରତିଦିନ ୧୫ ହଜାର ପରୀକ୍ଷା କରାଯାଉଥିଲା। ଏବେ ୪୭ଟି ଘରୋଇ ଲ୍ୟାବକୁ ପରୀକ୍ଷା ପାଇଁ ଅନୁମତି ଦିଆଯାଇଛି। ଆଗକୁ ଆହୁରି କେତେ ଲ୍ୟାବର ସହାୟତା ନିଆଯିବ ତାହା ଜଣାପଡ଼ି ନାହିଁ।

- Advertisement -

ସୂଚନାଯୋଗ୍ୟ, ସରକାରୀ ଏବଂ ଘରୋଇ ଲ୍ୟାବରେ ମାଗଣାରେ କରୋନା ଭୂତାଣୁର ପରୀକ୍ଷା କରିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେବା ସକାଶେ ଅନୁରୋଧ କରି ଗତ ମାର୍ଚ୍ଚ ୩୧ ତାରିଖରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାୟର ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories