www.samajalive.in
Monday, December 8, 2025
17.1 C
Bhubaneswar

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୪୭ ହଜାର ୯୪୬ ଟଙ୍କା ଦାନ କଲେ ଗ୍ରାମବାସୀ

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କୃତିବାସପୁର ପଞ୍ଚାୟତର ତିଲେଶ୍ବର ଗ୍ରାମବାସୀମାନେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୪୭ ହଜାର ୯୪୬ ଟଙ୍କା ଆଠମଲ୍ଲିକ ଉପଜିଲ୍ଲାପାଳ ଡଃ ରଜନୀକାନ୍ତ ବିଶ୍ବାଳଙ୍କ ମାଧ୍ୟମରେ ପ୍ରଦାନ କରିଥିବା ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି। କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଜାରି ହୋଇଥିବା ଲକଡାଉନ ଯାଞ୍ଚ କରିବା  ପାଇଁ ଉପଜିଲ୍ଲାପାଳ ଏହି ବ୍ଲକର ପାଇକସାହି,  ଠାକୁରଗଡ, କୃତିବାସପୁର ପଞ୍ଚାୟତ ଅଞ୍ଚଳରେ ଗସ୍ତ କରିଥିବାବେଳେ ତିଲେଶ୍ୱର ଗ୍ରାମର ପ୍ରଶାନ୍ତ ପ୍ରଧାନ ଗ୍ରାମବାସୀମାନଙ୍କ ଠାରୁ ସଂଗୃହିତ ପାଣ୍ଠି  ଉପଜିଲ୍ଲାପାଳଙ୍କ ହସ୍ତରେ ଅର୍ପଣ କରିଥିଲେ। ଏହି ସମୟରେ ସହକାରୀ ଜିଲ୍ଲାପାଳ ଲମ୍ବୋଦର ମାରାଣ୍ଡି ଏବଂ ଠାକୁରଗଡ ଆଇଆଇସି ଗବାକ୍ଷ ନାୟକ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories