www.samajalive.in
Monday, December 8, 2025
27.1 C
Bhubaneswar

ଆପଣଙ୍କ ଚାରିପାଖେ କେହି କରୋନା ସନ୍ଦିଗ୍ଧ କିମ୍ବା ସଂକ୍ରମିତ ଅଛନ୍ତି କି ? ଚିନ୍ତା କରନ୍ତୁନି, ସତର୍କ କରାଇଦେବ ଏହି ଆପ୍‌

ରୁର୍‌କୀ: କରୋନା ଭୂତାଣୁ କେବଳ ଭାରତ ନୁହେଁ, ସାରା ବିଶ୍ବରେ ଭୟର ବାତାବରଣ ସୃଷ୍ଟି କରିଛି। ସଂକ୍ରମିତଙ୍କୁ ଛୁଇଁବା ଏବଂ ସଂକ୍ରମିତଙ୍କଠାରୁ ବାୟୁ ଦ୍ବାରା ଏହି ଭୂତାଣୁ ବ୍ୟାପୁଥିବାରୁ ଏହାର ଭୟାବହତା ଉଦବେଗଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏଥିରୁ ଜଣେ ସାଧାରଣ ଲୋକଙ୍କୁ ରକ୍ଷା କରିବା ଲାଗି ଆଇଆଇଟି ରୁର୍‌କୀର ଜଣେ ପ୍ରଫେସର କମଲ ଜୈନ ଏକ ସ୍ବତନ୍ତ ଆପ୍‌ ତିଆରି କରିଛନ୍ତି। କରୋନା ଭୂତାଣୁ ସଂକ୍ରମିତଙ୍କ ପ୍ରତି ସତର୍କ କରାଇବା ଲାଗି ପ୍ରଫେସର ଜୈନ ଏହି ଆପ୍‌ ତିଆରି କରିଛନ୍ତି। ଏହାର ନାମ ରଖିଛନ୍ତି କୋଭିଡ ଟେସର ମୋବାଇଲ ଆପ। ମୋବାଇଲ ଫୋନରେ ଏହି ଆପ୍‌କୁ ଇନ୍‌ଷ୍ଟଲ କରିବା ପରେ ଏହା ସହଜରେ କରୋନା ସନ୍ଦିଗ୍ଧ ଏବଂ ସଂକ୍ରମିତଙ୍କୁ ଠାବ କରିବାରେ ସକ୍ଷମ ହେବ। କିନ୍ତୁ ଏଥିପାଇଁ ସନ୍ଦିଗ୍ଧ ଏବଂ ସଂକ୍ରମିତଙ୍କ ସମ୍ପର୍କିତ ଡାଟା ଫିଡ୍‌ କରାଇବାକୁ ପଡ଼ିବ। ଫଳରେ ଆପ୍‌ ବ୍ୟବହାରକାରୀଙ୍କଠାରୁ କରୋନା ଭୂତାଣୁରେ ସଂକ୍ରମିତ ବ୍ୟକ୍ତି କେତେ ଦୂରତାରେ ରହିଛନ୍ତି ସେ ନେଇ ସତର୍କ ସୂଚନା ମିଳିପାରିବ, ଯାହାଦ୍ବାରା ସମ୍ପୃକ୍ତ ବ୍ୟକ୍ତି ନିଜକୁ ସଂକ୍ରମିତଙ୍କଠାରୁ ଦୂରେଇ ରଖିବାରେ ସକ୍ଷମ ହେବ।

କେବଳ ଏତିକି ନୁହେଁ, କ୍ବାରେଣ୍ଟାଇନରେ ଥିବା ବ୍ୟକ୍ତି ଲକ୍ଷ୍ମଣରେଖା ଅତିକ୍ରମ କରିଛନ୍ତି କି ନାହିଁ ତାହା ବି ଏହି ଆପ୍‌ ଜରିଆରେ ଜଣାପଡ଼ିଯିବ। ଅର୍ଥାତ ସେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସହିତ ମିଳାମିଲା କରୁଛନ୍ତି କି ନାହିଁ ତାହା ଜଣାପଡ଼ିବ। ସିଭିଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଜୈନ କହିଛନ୍ତି, ବିଦେଶରେ କୌଣସି ସନ୍ଦିଗ୍ଧ କିମ୍ବା ସଂକ୍ରମିତ କ୍ବାରେଣ୍ଟାଇନ ବା ଆଇସୋଲେଶନରେ ଥିଲେ ତାଙ୍କ ଶରୀରରେ ଜିପିଏସ ଟ୍ୟାଗ ବା କଲର ଲଗାଇ ଦିଆଯାଉଛି। ଏହାର ବିକଳ୍ପ ସ୍ବରୂପ ମୋବାଇଲ ଜରିଆରେ କ୍ବାରେଣ୍ଟାଇନ କିମ୍ବା ଆଇସୋଲେଶନରେ ଥିବା ବ୍ୟକ୍ତିଙ୍କଠାରୁ ସତର୍କ ରହିବା ଲାଗି ଏହି ଆପ୍‌ ତିଆରି କରାଯାଇଛି।

- Advertisement -

ସନ୍ଦିଗ୍ଧ ଏବଂ ସଂକ୍ରମିତଙ୍କ ବିଷୟରେ ଡାଟା ଫିଡ୍‌ କରାଯିବା ପରେ ଜିପିଏସ ଜ୍ଞାନକୌଶଳ ଜରିଆରେ ପ୍ରସ୍ତୁତ ଏହି ଆପ୍‌ରେ ସନ୍ଦିଗ୍ଧଙ୍କ ଲୋକେଶନ ସମ୍ପର୍କରେ ଆଲର୍ଟ ମିଳିବ। ଏପରି କି ସନ୍ଦିଗ୍ଧ ବ୍ୟକ୍ତି କାହା ସହିତ ମିଳାମିଶା କରୁଛନ୍ତି କି ନାହିଁ ତାହା ବି ଜଣାପଡ଼ିବ। ସମାନ ସମୟରେ ଏସଏମଏସ ଜରିଆରେ ଆଲର୍ଟ ମିଳିବା ସହିତ ଲୋକେଶନର ମେସେଜ ବି ବ୍ୟବହାରକାରୀଙ୍କ ମୋବାଇଲକୁ ଆସିଯିବ। ଜିପିଏସ କାର୍ଯ୍ୟକ୍ଷମ ନ ଥିଲେ ଏହି ଆପ ମୋବାଇଲ ଟାଓ୍ବାର ସହାୟତାରେ ସନ୍ଦିଗ୍ଧ କିମ୍ବା ରୋଗୀଙ୍କୁ ଟ୍ରେସ କରିପାରିବ। ଇଣ୍ଟରନେଟ ସଂଯୋଗ ନ ଥିଲେ ସେହି ସ୍ଥାନର ଠିକଣା ଏସଏମଏସ ଜରିଆରେ ମିଳିବ। ଏହାବ୍ୟତୀତ କ୍ବାରେଣ୍ଟାଇନ ପରିଚାଳନା ପାଇଁ ଏହି ଆପ୍‌ ଆଲର୍ଟ ମାଧ୍ୟମରେ ଯେକୌଣସି ସ୍ଥାନରେ ଭିଡ ଉପୁଜିଲେ ତାହାକୁ ଦୂର କରିବାରେ ସହାୟତା କରିବ। ଲାଇଭ ଟ୍ରାକିଂ ଜରିଆରେ କୌଣସି ବ୍ୟକ୍ତିଙ୍କର ଚଳପ୍ରଚଳ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା ହାସଲ କରାଯାଇ ପାରିବ। ଆପ୍‌ରେ ମଲ୍‌ଟି କ୍ୟାମେରା ସପୋର୍ଟ, ସର୍ଭେଲାନ୍ସ ଡିଭାଇସ, ହଲ୍ଟ ଟାଇମ ଏବଂ ପ୍ରିସେଟ ଅଟୋ କ୍ୟାମେରା କ୍ଲିକ ଭଳି ବୈଶିଷ୍ଟ୍ୟ ସାମିଲ ରହିଛି। ଆଇଆଇଟି ରୁର୍‌କୀର ନିର୍ଦେଶକ ପ୍ରଫେସର ଏ.କେ. ଚତୁର୍ବେଦୀ କହିଛନ୍ତି ଯେ, ଏହି ସିଷ୍ଟସ କୋଭିଡ-୧୯ ସନ୍ଦିଗ୍ଧମାନଙ୍କୁ ଟ୍ରାକ୍‌ କରିବା ଏବଂ ସେମାନଙ୍କ ଉପରେ ନଜର ରଖିବାରେ ସହାୟତା କରିବ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories