www.samajalive.in
Tuesday, December 9, 2025
16.1 C
Bhubaneswar

ପିପିଲି ଓ ସାତଶଙ୍ଖ ସାପ୍ତାହିକ ହାଟକୁ ବନ୍ଦ କଲା ପ୍ରଶାସନ

ପିପିଲି :ପୁରୀ ଜିଲାର ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ପିପିଲିର ଦାନୋଗହୀର ଗ୍ରାମକୁ ଶନିବାର ଠାରୁ ପ୍ରଶାସନ ପକ୍ଷରୁ୧୪ ତାରିଖ ପର୍ଯ୍ୟନ୍ତ ସଟ୍‍ଡାଉନ ଘୋଷଣା କରାଯାଇଛି। କରୋନା ସଂକ୍ରମିତ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କ ପରିବାର ଓ ସଂପର୍କିୀୟ ୧୬ଜଣ ସଦସ୍ୟଙ୍କ ସମେତ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱାବ୍‍କୁ ଗତ କାଲି ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଥିଲା। ଉକ୍ତ ସଂକ୍ରମିତ ଯୁବକଙ୍କ ଗ୍ରାମର ଆଉ ୧୪ଜଣଙ୍କ ସ୍ୱାବ୍‍କୁ ଆଜି ସଂଗ୍ରହ କରାଯାଇଛି। ଏହା ସହିତ ସଂକ୍ରମିତ ଯୁବକଙ୍କ ସହ ଭୁବନେଶ୍ୱରର ଏକ ପୋଷ୍ଟ ଅଫିସରେ କାର୍ଯ୍ୟ କରୁଥିବା ପିପିଲି ବ୍ଲକ ଅଞ୍ଚଳର ୨ଜଣ କର୍ମଚାରୀଙ୍କ ସ୍ୱାବ୍‍ ମଧ୍ୟ ସଂଗ୍ରହ କରାଯାଇଥିବା ବେଳେ ସତ୍ୟବାଦୀ ଅଞ୍ଚଳର ଅନ୍ୟ ଜଣଙ୍କ ସ୍ୱାବ୍‍ ମଧ୍ୟ ସଂଗ୍ରହ କରାଯାଇଛି। ସମସ୍ତ ୧୭ଜଣଙ୍କ ସ୍ୱାବ୍‍କୁ ପରୀକ୍ଷା ପାଇଁ ଆଜି ଭୁବନେଶ୍ୱର ପଠାଯାଇଥିବା ବେଳେ ସେମାନଙ୍କୁ ହୋମ୍‍ କ୍ୱାରେଣ୍ଟାଇନ୍‍ରେ ରଖାଯାଇଛି।

ଶନିବାର ସକାଳ ୭ଟାରୁ ଆସନ୍ତା ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଦାନୋଗହୀର ଛକ, ଜୟପୁର ଛକ, ଜୟପୁରଶାସନ ଛକକୁ ଆବଦ୍ଧ ବା’ ନିୟନ୍ତ୍ରଣ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ସଟ୍‍ଡାଉନ ଅବଧି ମଧ୍ୟରେ ଏହି ନିୟନ୍ତ୍ରଣ ଅଞ୍ଚଳ ମଧ୍ୟରେ ରହୁଥିବା ଲୋକ ବାହାରକୁ ଏବଂ ବାହାର ଲୋକଙ୍କୁ ଉକ୍ତ ଅଞ୍ଚଳ ମଧ୍ୟକୁ ପ୍ରବେଶ ସଂପୂର୍ଣ୍ଣ ଭାବେ ନିଷେଦ୍ଧ କରାଯାଇଛି। ନିୟନ୍ତ୍ରଣ ଅଞ୍ଚଳ ମଧ୍ୟରେ ରହୁଥିବା ସମସ୍ତ ଅଧିବାସୀ ଘର ମଧ୍ୟରେ ରହୁଥିବା ବେଳେ ଓ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଉକ୍ତ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିବା ବେଳେ ସେହି ଅଞ୍ଚଳରେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ଓ ଡାକ୍ତରୀ ସୁବିଧାକୁ ସୁବନ୍ଦୋବସ୍ତ କରିବା ନିମନ୍ତେ ଉପ ଜିଲାପାଳଙ୍କ ଅଧିନରେ ଟିମ୍‍ ଗଠନ କରାଯାଇଛି। ପିପିଲି ବ୍ଲକ ଯୋଗାଣ ଅଧିକାରୀ ଦିପ୍ତିରଞ୍ଜନ ଇନ୍ଦ୍ରସିଂ ଉକ୍ତ ନିୟନ୍ତ୍ରଣ ଅଞ୍ଚଳକୁ ଯାଇ ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରୁଥିବା ସୂଚନା ମିଳିଛି। ନିୟନ୍ତ୍ରଣ ଅଞ୍ଚଳରେ ସତର୍କ ଦୃଷ୍ଟି ରଖିବା ପାଇଁ ପ୍ରଶାସନିକ ଅଧିକାରୀ, ପୁଲିସ ଅଧିକାରୀ ଓ ପୁଲିସ ଫୋର୍ସକୁ ନିୟୋଜିତ କରାଯାଇଛି।

- Advertisement -

କରୋନା ଭାଇରସ୍‍ର ପ୍ରଭାବ ପିପିଲି ଅଞ୍ଚଳରେ ଦେଖାଯିବା ପରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତା ଗ୍ରହଣ କରାଯାଇଛି। ଜନଗହଳି ସ୍ଥାନରେ ଏହି ଭାଇରସ୍‍ ବ୍ୟାପିବାର ଆଶଙ୍କା ଥିବାରୁ ପିପିଲି ଓ ସାତଶଙ୍ଖ ଠାରେ ହେଉଥିବା ସାପ୍ତାହିକ ହାଟକୁ ପ୍ରଶାସନ ପକ୍ଷରୁ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଥିବା ସଂପର୍କରେ ପିପିଲି ତହସିଲଦାର ସପନ କୁମାର ନନ୍ଦ ଘୋଷଣା କରିଛନ୍ତି। ସପ୍ତାହର ପ୍ରତି ସୋମବାର ଓ ଶୁକ୍ରବାର ପିପିଲି ଠାରେ ଓ ମଙ୍ଗଳବାର ଓ ଶନିବାର ସାତଶଙ୍ଖ ଠାରେ ହାଟ ଅନୁଷ୍ଠିତ ହୁଏ।

ସମଗ୍ର ପିପିଲି ଅଞ୍ଚଳରେ ଲକ୍‍ଡାଉନ ନିୟମକୁ କଡାକଡି ଭାବେ ପାଳନ କରାଯାଉଥିବା ବେଳେ ଅଞ୍ଚଳରେ ଥିବା ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଓ ମାଛ, ମାଂସ ଆଦି ଦୋକାନ ଠାରେ ସାମାଜିକ ଦୂରତ୍ୱକୁ କଡାକଡି ଭାବେ ପାଳନ କରିବାକୁ ଆଇଆଇସି ଶରତ କୁମାର ସାହୁ ଆଜି ସକାଳେ ଦୋକାନୀ ମାନଙ୍କୁ ପୁନର୍ବାର ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ଏସ୍‍ପି ଅରୁଣ କୁମାର ଜେନା, ଏସ୍‍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଶ୍ରୀସାହୁ, ମାଜିଷ୍ଟ୍ରେଟ୍‍ ଦାୟିତ୍ୱରେ ଥିବା ତହସିଲଦାର ସପନ କୁମାର ନନ୍ଦ ପ୍ରମୁଖ ସମଗ୍ର ପିପିଲି ଥାନା ଅଞ୍ଚଳରେ କଡାକଡି ଭାବେ କନ୍‍ଭୟ ପେଟ୍ରୋଲିଂ କରିଛନ୍ତି। ରାସ୍ତାରେ ବିନା କାରଣରେ ବୁଲୁଥିବା ଯୁବକଙ୍କ ସମେତ ଏକାଧିକ ବାଇକ୍‍କୁ ପୁଲିସ ଜବତ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories