www.samajalive.in
Monday, December 8, 2025
27.1 C
Bhubaneswar

କରୋନା ମୃତ୍ୟୁ ହାର: ଇଟାଲୀରେ ସର୍ବାଧିକ ୧୨.୩%

ନୂଆଦିଲ୍ଲୀ: କରୋନା ମୃତ୍ୟୁ ହାରରେ ଇଟାଲୀ ଏବେ ଶୀର୍ଷରେ । ଏହି ଦେଶରେ ଯେତେ ଲୋକ କରୋନା ସଂକ୍ରମିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୧୨.୩% ମୃତ୍ୟୁବରଣ କରିଛନ୍ତି ।  ଅନ୍ୟପକ୍ଷରେ ଫ୍ରାନ୍ସରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୦% ମୃତ୍ୟୁବରଣ କରିଥିବା ରିପୋର୍ଟ ମିଳିଛି । ତେବେ ଆଶ୍ବାସନାର ବିଷୟ ହେଉଛି ଭାରତରେ ଏହି ସଂଖ୍ୟ ଅନ୍ୟ ଦେଶ ତୁଳନାରେ ଢ଼େର ନଗଣ୍ୟ । କରୋନାରେ ଭାରତରେ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୨.୮% ମୃତ୍ୟୁ ବରଣ କରିଥିବା ସୂଚନା ରହିଛି ।

ଆମେରିକାର ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟ କରୋନା ଭୂତାଣୁ ରିସୋର୍ସ ସେଣ୍ଟର ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଇଟାଲୀରେ ୪ ଏପ୍ରିଲ ସୁଦ୍ଧା ସଂକ୍ରମିତ ୧୧୯୮୨୭ ଲୋକଙ୍କ ମଧ୍ୟରୁ ୧୪୬୮୧ (୧୨.୩%) ମୃତ୍ୟୁବରଣ କରିଛନ୍ତି । ଫ୍ରାନ୍ସରେ ୬୫୨୦୩ ରୋଗୀଙ୍କ ମଧ୍ୟରୁ ୬୫୨୦ (୧୦% ) ମୃତ୍ୟୁବରଣ କରିଥିବାବେଳେ ସ୍ପେନରେ ୧୧୯୧୯୯ ରୋଗୀଙ୍କ ମଧ୍ୟରୁ ୧୧୧୯୮ (୯.୪%), ବ୍ରିଟେନରେ ୩୮୬୮୯ ସଂକ୍ରମିତଙ୍କ ମଧ୍ୟରୁ ୩୬୧୧ ଜୀବନ ହରାଇଛନ୍ତି।  ଏ କ୍ଷେତ୍ରରେ ଭାରତର ସ୍ଥିତି ଯଥେଷ୍ଟ ଭଲ । ଏହି ଦେଶରେ ୨୯୦୨ ଜଣ ସଂକ୍ରମିତଙ୍କ ମଧ୍ୟରୁ ୬୮ ଜଣ ମୃତ୍ୟୁବରଣ କରିଥିବା ରିପୋର୍ଟ ମିଳିଛି । ଅନ୍ୟପକ୍ଷରେ ୧୮୪ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ଜଣାପଡ଼ିଛି ବୋଲି ରିପୋର୍ଟରେ କୁହାଯାଇଛି ।

- Advertisement -

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories