www.samajalive.in
Tuesday, December 9, 2025
17.1 C
Bhubaneswar

ପ୍ରଶଂସା ସାଉଁଟୁଛି ‘ଗେନ୍ଦାଫୁଲ୍‍’: ଅସଲି ଲେଖକଙ୍କୁ ଶ୍ରେୟ ନ ଦେଇ ବିବାଦ ଘେରରେ ବାଦଶାହ

ମୁମ୍ବଇ: ବଲିଉଡ଼ର ଲୋକପ୍ରିୟ ରାପର ବାଦଶାହଙ୍କ ଏକ ନୂଆ ଗୀତ ଚଳିତ ଦିନରେ ୟୁଟ୍ୟୁବରେ ହଇଚଇ ସୃଷ୍ଟି କରିଛି। ‘ଗେନ୍ଦା ଫୁଲ୍‍’ ନାମକ ଏହି ଗୀତ ରେକର୍ଡ଼ ପରେ ରେକର୍ଡ଼ ସୃଷ୍ଟି କରିବାରେ ଲାଗିଛି। ଟ୍ରେଣ୍ଡିଂରେ ରହିବା ସହ ଏହାକୁ ଏପର୍ଯ୍ୟନ୍ତ ୯ କୋଟିରୁ ଊର୍ଦ୍ଧ୍ବ ଲୋକ ଦେଖି ସାରିଲେଣି। ଅପର ପକ୍ଷରେ ଅସଲି ଗୀତ ଓ ଏହାର ଲେଖକଙ୍କୁ ନେଇ ବିବାଦ ମଧ୍ୟ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ପଶ୍ଚିମବଙ୍ଗର ଜଣେ ଲୋକ ଗୀତିକାର ରତନ କହାର ଏହି ଗୀତ ରଚନା କରିଥିଲେ। ୧୯୭୨ ମସିହାରେ ସେ ଏହି ବଙ୍ଗଳା ଲୋକଗୀତ ରଚନା କରିଥିଲେ। ସୋନୀ ମ୍ୟୁଜିକ୍‍ କମ୍ପାନୀ ଦ୍ୱାରା ନିର୍ମିତ ଏହି ଗୀତକୁ ରାପର୍‍ ବାଦଶାହ ଗାଇଛନ୍ତି। ଗେନ୍ଦା ଫୁଲ୍‍ ଗୀତର ବଙ୍ଗଳା ପଦ- ‘ବଡ଼ୋଲୋକେର ବେଟି ଲୋ, ଲମ୍ବା ଲମ୍ବା ଚୁଲ୍‍…..’କୁ ପାୟଲ ଦେବ ଗାଇଛନ୍ତି। ଏଥିରେ ବାଦଶାହ ନିଜର କିଛି ରଚନା ଯୋଡ଼ିଛନ୍ତି କିନ୍ତୁ ପ୍ରକୃତ ଗୀତିକାରଙ୍କୁ କେଉଁଠି ହେଲେ ଶ୍ରେୟ ଦିଆଯାଇ ନାହିଁ। ଏହା ସହିତ ବାଦଶାହଙ୍କ ଗୀତରେ ଏହି ଲୋକଗୀତକୁ ଯେଉଁ ଶୈଳୀରେ ପ୍ରଦର୍ଶିତ କରାଯାଇଛି ତାହାକୁ ନେଇ ମଧ୍ୟ ବିବାଦ ଦେଖା ଦେଇଛି।

- Advertisement -

ତେବେ ବିବାଦକୁ ନେଇ ବାଦଶାହ କହିଛନ୍ତି, “ମୁଁ ପରେ ଜାଣିଲି ଯେ ଏହି ଗୀତରେ ଯେଉଁ ବଙ୍ଗଳା ପଦ ଅଛି, ତାହାକୁ ପ୍ରକୃତରେ ରତନ କହାର ଲେଖିଥିଲେ। କିନ୍ତୁ ଏହାର ମୂଳ ଗୀତରେ ତାଙ୍କ ନାଁ ନ ଥିଲା। ଏହାକୁ କେବଳ ଏକ ବଙ୍ଗଳା ଲୋକଗୀତ ବୋଲି କୁହାଯାଇଥିଲା। ତଥାପି ମୁଁ ରତନ କହାରଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କରୁଛି। ଲକ୍‍ଡାଉନ୍‍ କାରଣରୁ ତାଙ୍କ ଗାଁକୁ ଯାଇହେଉନାହିଁ। ମାନବୀୟ ଦୃଷ୍ଟି କୋଣରୁ ମୋ ଦ୍ୱାରା ଯାହା ସମ୍ଭବ ହେବ ମୁଁ ନିଶ୍ଚିତ କରିବି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories