ନୂଆଦିଲ୍ଲୀ/ଭୁବନେଶ୍ୱର : କରୋନା ଲକ୍ ଡାଉନ୍ କାରଣରୁ କର୍ଣ୍ଣାଟକ ଓ ମହାରାଷ୍ଟ୍ରନର ଓଡିଆ ଲୋକମାନେ ଅଟକି ରହିଥିବା ବେଳେ ସେମାନଙ୍କ ଉପଯୁକ୍ତ ଯତ୍ନ ନେବା ପାଇଁ ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ ଓଡ଼ିଆ ଲୋକଙ୍କର ରହିବା, ଖାଇବା ଓ ସ୍ୱାସ୍ଥ୍ୟାବସ୍ଥାକୁ ଗୁରୁତ୍ବ ଦେବା ପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ବେଳେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡ଼ିଆ ଲୋକଙ୍କର ସମସ୍ଥ ଆନୁଷଙ୍ଗିକ ବ୍ୟବସ୍ଥା କରିବା ସହ ଉପଯୁକ୍ତ ଯତ୍ନ ନେବାର ପ୍ରତିଶ୍ରୁତି ଦେଇଥିବା ସେ ଟ୍ବିଟ କରି ଜଣାଇଛନ୍ତି।
ଅଟକିଥିବା ଓଡିଆଙ୍କ ଯତ୍ନ ନେବାକୁ କର୍ଣ୍ଣାଟକ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର
Popular Categories



