www.samajalive.in
Monday, December 8, 2025
17.1 C
Bhubaneswar

ଲକ୍‍ ଡାଉନ କଡାକଡି – କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ ନିର୍ଦ୍ଦେଶ 

ସମାଜ ପୋର୍ଟାଲ ଡେସ୍କ: କରୋନା ସଂକ୍ରମଣ ରୋକିବାକୁ ଲକ୍‍ ଡାଉନ ଜାରି ହୋଇଛି। ଏହା ସତ୍ତ୍ୱେ କିଛି ଲୋକ ବିଭିନ୍ନ ବାହାନା ଦେଖାଇ ବାହାରକୁ ବାହାରୁ ଥିବାରୁ କଟକ ଜିଲ୍ଲାରେ ଲକ୍‍ଡାଉନକୁ କଡାକଡି କରାଯାଇଛି। ସାମାଜିକ ଦୂରତ୍ୱ ମାନୁ ନ ଥିବାରୁ ପୋଲିସ କଠୋର ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି। ପରିବା ବା ତେଜରାତି ସାମଗ୍ରୀ କିଣିବାକୁ ଯିବା ସମୟରେ ଗାଡି ନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ନିୟମ ଉଲ୍ଲଂଘନ କଲେ ଗାଡି ସିଜ୍‍ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଓ ଜିଲ୍ଲାର ସୀମାଗୁଡିକ ସିଲ କରାଯାଇଛି। ବାହାର ରାଜ୍ୟରେ ଥିବା ବିଭିନ୍ନ ଶ୍ରମିକମାନେ ଯେପରି ଜିଲ୍ଲା ଭିତରକୁ ପ୍ରବେଶ ନ କରିପାରିବେ ସେଥିପାଇଁ କେବଳ ପ୍ରଶାସନ ଓ ପୋଲିସ ନୁହେଁ ଜନତା ମଧ୍ୟ ବେଶ୍‍ ସଚେତନ ଅଛନ୍ତି।   କେବଳ ସହରାଞ୍ଚଳରେ ନୁହେଁ କଟକ ଜିଲ୍ଲାର ଗ୍ରାମାଞ୍ଚଳଗୁଡିକରେ ମଧ୍ୟ ବିଭିନ୍ନ ଯୁବକ ସଂଘ ଓ ଗ୍ରାମବାସୀଙ୍କ ପକ୍ଷରୁ ଗାଁର ଚାରିପଟ ସୀମାକୁ ସିଲ କରାଯାଇଛି। ଅତ୍ୟନ୍ତ ଜରୁରୀ କାର୍ଯ୍ୟ ନ ହେଲେ ଗାଁରୁ ଲୋକେ ପଦାକୁ ବାହାରୁ ନାହାନ୍ତି କିମ୍ବା କୌଣସି ଅଚିହ୍ନା ବ୍ୟକ୍ତିଙ୍କୁ ଗାଁ ମଧ୍ୟକୁ ପୁରାଇ ଦିଆଯାଉନାହିଁ।

ଲକ୍‍ ଡାଉନ ସମୟରେ ଗାଡି ମୋଟର ଯିବାଆସିବା କରୁ ନ ଥିବାରୁ ରାୟଗଡ ଜିଲ୍ଲାରେ କିଛି ଯାତ୍ରୀ ଆମ୍ବୁଲାନ୍ସରେ ଯାଉଥିବାବେଳେ ଧରାପଡିଛନ୍ତି। ୭ଜଣ ଯାତ୍ରୀ ଆମ୍ବୁଲାନ୍ସରେ ଦାମନଯୋଡି ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକ ରଖି ଡ୍ରାଇଭରକୁ ଗିରଫ କରିଛି। କୋରାପୁଟ ଜିଲ୍ଲା ପ୍ରଶାସନ ଜିଲ୍ଲାର ୨୪୦ଟି ଗ୍ରାମାପଞ୍ଚାୟତର କରୋନା ରୋଗୀଙ୍କ ନିମନ୍ତେ  ୧୫ହଜାର ୧୧୫ଟି ଶଯ୍ୟା ପ୍ରସ୍ତୁତ କରିଛନ୍ତି। ଜିଲ୍ଲାରେ ଥିବା ବିଭିନ୍ନ ସ୍କୁଲ ଘର ଓ ପଞ୍ଚାୟତ ଗୃହକୁ ସ୍ୱତନ୍ତ୍ର ଚିକିତ୍ସା କେନ୍ଦ୍ରରୂପେ ପ୍ରସ୍ତୁତ ରଖାଯାଇଛି। ଇତିମଧ୍ୟରେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର କେତେକ କେନ୍ଦ୍ର ବୁଲି ଦେଖିବା ସହ ଜିଲ୍ଲାରେ ୩ହଜାର ୭୯୯ଜଣ ଲୋକଙ୍କୁ ଏକାନ୍ତବାସରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି। ନୂଆପଡାରେ ଚିକିତ୍ସାଧୀନ ରୋଗୀଙ୍କୁ ମୁକ୍ତ ବିଚାରମଞ୍ଚ ପକ୍ଷରୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଥିବା ଜଣାପଡିଛି। ଲୋକମାନେ ନିଜ ଭିତରେ ଅର୍ଥ ସଂଗ୍ରହ କରି ଏଭଳି ସେବା କାର୍ଯ୍ୟ ଚଳାଇଛନ୍ତି। କଳାହାଣ୍ଡି ଜିଲ୍ଲାରେ ଲକ୍‍ ଡାଉନ କଡାକଡି କରିବା ପାଇଁ ଜିଲ୍ଲାର ସୀମା ସିଲ୍‍ କରାଯାଇଛି। ସହରର ପ୍ରମୁଖ ରାସ୍ତାଗୁଡିକୁ ବାରିକେଡ ଦିଆଯାଇ ବନ୍ଦ କରାଯାଇଛି। ଦେବଗଡରେ ଲକ୍‍ ଡାଉନ ବ୍ୟବସ୍ଥା ନିରୀକ୍ଷଣ କରିବା ପାଇଁ ୨୩ଜଣ ଅଧିକାରୀ  ୨୩ ଟି ପଞ୍ଚାୟତ ଗସ୍ତ କରିବା ସହ ଜିଲ୍ଲା ବାହାରୁ ଆସିଥିବା ଲୋକମାନେ ସତର୍କତା ରକ୍ଷା କରୁଛନ୍ତି କି ନାହିଁ ତଦାରଖ କରିଛନ୍ତି। ନବରଙ୍ଗପୁରରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ୬ଶହ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି। ଏଥିପାଇଁ ୮୧ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସେହିପରି ନବରଙ୍ଗପୁର ପୌରପାଳିକାରେ ୮ଟି ଓ ଉମରକୋର୍ଟ ପୌରପାଳିକାରେ ୯ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ କରାଯାଇଛି। ଗଜପତି ଜିଲ୍ଳାରେ ଗ୍ରାମାବାସୀମାନେ ବାହାର ଲୋକଙ୍କୁ ପ୍ରବେଶ ନ କରାଇ ଦେବା ପାଇଁ ବାରିକେଟ ସ୍ଥାପନ କରିଛନ୍ତି।

- Advertisement -

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାୟଗଡ ଜିଲ୍ଲାର ବିଭିନ୍ନ ଜେଲରେ ଥିବା ୩୦ଜଣ ବନ୍ଦୀଙ୍କୁ ଅନ୍ତରୀଣ ଜାମିନରେ ଛାଡିବା ପାଇଁ ନିଷ୍ପତ୍ତି ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ପରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଓ ଏସ.ପି. ଡକ୍ଟର ସର୍ବଣ ବିବେକଙ୍କୁ ନେଇ ଗଠିତ କମିଟି ଏହି ନିଷ୍ପତ୍ତି ନେଇଛନ୍ତି। ୭ବର୍ଷର କମ୍‍ ଜେଲ ଦଣ୍ଡାଦେଶ ପାଇଥିବା କଏଦୀଙ୍କୁ ଏହି ଅନ୍ତରୀଣ ଜାମିନ ପ୍ରଦାନ କରାଯିବ। ରାୟଗଡ ଜେଲରୁ ୧୯ଜଣ, ବିଷମ କଟକରୁ ୩ ଓ ଗୁଣୁପୁର ଜେଲରୁ ୮ଜଣଙ୍କୁ ଏହି ପ୍ରକ୍ରିୟାରେ ଛଡାଯିବାକୁ ସ୍ଥିର ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories