www.samajalive.in
Monday, December 8, 2025
20.1 C
Bhubaneswar

ପ୍ରବାସୀ ଓଡ଼ିଆ ସଙ୍ଗଠନକୁ ନବୀନଙ୍କ ଅନୁରୋଧ ; ଫସି ରହିଥିବା ଓଡ଼ିଆଙ୍କୁ ସାହାଯ୍ୟ କର

ଭୁବନେଶ୍ୱର : ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆ ମାନଙ୍କୁ ସାହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ପ୍ରବାସୀ ଓଡିଆ ସଙ୍ଗଠନକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି କରୋନା ମୁକାବିଲା ସମୟରେ ରାଜ୍ୟ ବାହାରେ ବହୁ ଓଡ଼ିଆ ଲୋକ ବିଭିନ୍ନ ସ୍ଥାନରେ ଫସିଥିବା ନେଇ ଖବର ମିଳିବାରେ ଲାଗିଛି। ଏହି ବିପଦ ସମୟରେ ରାଜ୍ୟ ବାହାରେ ଫସିଥିବା ଓଡ଼ିଆମାନଙ୍କୁ ସହାୟତା ଲାଗି ମୁଖ୍ୟମନ୍ତ୍ରୀ ରାଜ୍ୟ ବାହାରେ ଥିବା ସମସ୍ତ ଓଡିଆ ସଙ୍ଗଠନକୁ ଅନୁରୋଧ କରିଛନ୍ତି । ପ୍ରବାସୀ ଓଡିଆ ସଙ୍ଗଠନ ଫସି ରହିଥିବା ଓଡ଼ିଆ ଲୋକଙ୍କୁ ଖାଦ୍ୟ, ଔଷଧ ଯୋଗାଇ ଦିଅନ୍ତୁ, ସେ ବାବଦ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଭରଣା କରାଯିବ।’ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ ଏହା କହିଛନ୍ତି।

- Advertisement -

ପୂର୍ବରୁ ରାଜ୍ୟ ବାହାରେ ଥିବା ଓଡ଼ିଆଙ୍କ ସହାୟତା ପାଇଁ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ। ଓଡ଼ିଶା ବାହାରେ ଫସି ରହିଥିବା ଓଡ଼ିଆଙ୍କ ସୁରକ୍ଷା ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଥିଲେ।

ଦେଶର ବିଭିନ୍ନ ଅଞ୍ଚଳରେ ଫସି ରହିଥିବା ଓଡ଼ିଶାର ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଆଣିବା ପାଇଁ ସାମାଜିକ ଗଣ ମାଧ୍ୟମରେ ଆକୁଳ ନିବେଦନ କରୁଛନ୍ତି ଏବଂ ସ୍ଥଳ ବିଶେଷରେ ଅନେକ ଦୀର୍ଘ ରାସ୍ତା ଅତିକ୍ରମ କରି ଚାଲି ଚାଲି ଘରକୁ ଫେରୁଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories