www.samajalive.in
Monday, December 8, 2025
20.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ବଡ଼ ଘୋଷଣା, ଉଠା ଦୋକାନୀଙ୍କୁ ୩ହଜାର,୧୦ ଲକ୍ଷ ଗରିବ ଓ ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ

ଭୁବନେଶ୍ୱର : ସାରା ଦେଶରେ ତାଲାବନ୍ଦ ଜାରିହେବା ପରେ ଗରିବ ଓ ଉଠା ଦୋକାନୀମାନେ ନନା ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି। ତେଣୁ ସେମାନଙ୍କୁ ସହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଆଉ ଏକ ଘୋଷଣା କରିଛନ୍ତି। ଷ୍ଟ୍ରିଟ ଭେଣ୍ଡର ବା ଉଠା ଦୋକାନୀଙ୍କୁ ତିନି ହଜାର ଟଙ୍କା ଏବଂ ୧୦ ଲକ୍ଷ ଗରିବ ଓ ନିରାଶ୍ରୟଙ୍କୁ  ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ।

- Advertisement -

ରାଜ୍ୟର ୧୧୪ଟି ପୌର ସଂସ୍ଥାରେ ପଞ୍ଜିକୃତ ୬୫,୦୦୦ ଷ୍ଟ୍ରିଟ ଭେଣ୍ଡର ବା ଉଠା ଦୋକାନୀ ଏହା ଦ୍ବାରା ଉପକୃତ ହୋଇ ପାରିବେ। ସେହିପରି ପ୍ରତି ପଞ୍ଚାୟତରେ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ୧୦୦ରୁ ୨୦୦ ଗରିବ ଓ ନିରାଶ୍ରୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ବାରା ୧୦ ଲକ୍ଷ ଗରିବ ଓ ନିରାଶ୍ରୟ ଲୋକ ଉପକୃତ ହୋଇ ପାରିବେ। ସେମାନେ ରନ୍ଧା ଖାଦ୍ୟ ଘରକୁ ନେଇ ଖାଇ ପାରିବେ।

ତେବେ କରୋନା ବିରୁଦ୍ଧରେ ସଂଗ୍ରାମ ପାଇଁ ଘରେ ରୁହନ୍ତୁ, ସାବୁନରେ ହାତ ଧୁଅନ୍ତୁ ଏବଂ କରୋନାକୁ ହରାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories