www.samajalive.in
Monday, December 8, 2025
27.1 C
Bhubaneswar

ଓଡ଼ିଶାରେ ସମୂହ ସଂକ୍ରମଣ ଆଶଙ୍କା: ବାଗ୍‌ଚୀ

ଭୁବନେଶ୍ଵର: ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୩ ଜଣ ଭୟଙ୍କର କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇସାରିଛନ୍ତି। ଗୁରୁବାର ୩ୟ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାରଙ୍କ ପାଇଁ ଚିନ୍ତା ବଢ଼ିଯାଇଛି। ଆଗକୁ ରାଜ୍ୟରେ କରୋନା ୩ୟ ପର୍ଯ୍ୟାୟ ଅର୍ଥାତ ସମୂହ ସଂକ୍ରମଣକୁ ଡେଇଁବାର ଆଶଙ୍କା ରହିଛି ବୋଲି ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେଣୁ ଅଧିକ ସତର୍କ ରହିବାକୁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ଜଣେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ରୋଗୀଙ୍କ ସମ୍ପର୍କରେ ଶୁକ୍ରବାର ବାଗ୍‌ଚୀ ବିସ୍ତୃତ ସୂଚନା ଦେଇଛନ୍ତି। ବାଗ୍‌ଚୀଙ୍କ କହିବା ଅନୁସାରେ, ୩ୟ ଆକ୍ରାନ୍ତଙ୍କ ବୟସ ୬୦ ବର୍ଷ। ସେ ଗତ ମାର୍ଚ୍ଚ ୭ରେ ଦିଲ୍ଲୀ ଯାଇଥିଲେ। ସେଠାରୁ ହରିୟାଣା ରିୱାଡା ଯାଇ ୧୦ ତାରିଖରେ ଇଣ୍ଡିଗୋ ବିମାନ (୬ଇ ୨୦୧୪) ଯୋଗେ ଭୁବନେଶ୍ଵର ଫେରିଥିଲେ। ସାଥୀରେ ପତ୍ନୀ ଏବଂ ଝିଅ ଥିଲେ। ଘରକୁ ଆସିବା ପରେ ଗତ ୧୩ ତାରିଖରେ ସେ ଅସୁସ୍ଥ ଅନୁଭବ କରିଥିଲେ। ଏହା ପରେ ୧୬ ତାରିଖ ଦିନ ସେ ଚିକିତ୍ସା ପାଇଁ ବିଧାନସଭାର ଡିସପେନ୍‌ସାରିକୁ ଯାଇଥିଲେ। ଏହା ପରେ ୨୧ ତାରିଖରେ ୟୁନିଟ-୪ ସ୍ଥିତ କର କ୍ଲିନିକ ଓପିଡ଼ିକୁ ଚିକିତ୍ସା ପାଇଁ ଯାଇଥିଲେ। ୨୩ ତାରିଖରେ ସେ କର କ୍ଲିନିକରେ ଆଡ୍‌ମିଟ ହୋଇ ଆଇସିୟୁରେ ରହି ଚିକିତ୍ସିତ ହୋଇଥିଲେ। ସେଠାରେ ଗୋଟିଏ ଦିନ ରହିବା ପରେ ୨୫ ତାରିଖରେ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ୨୫ ତାରିଖ ଦିନ କ୍ୟାପିଟାଲ ହସ୍ପିଟାଲରେ ତାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ୨୬ ତାରିଖରେ ତାହା କରୋନା ପଜିଟିଭ୍‌ ଆସିଥିଲା। ଏହା ପରେ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ଠାବ କରିବାର ପ୍ରକ୍ରିୟା ଚାଲିଛି। ତାଙ୍କ ଝିଅ, ପତ୍ନୀ ଏବଂ ଡ୍ରାଇଭରଙ୍କୁ ଆଇସୋଲେଶନରେ ରଖାଯାଇଛି ବୋଲି ବାଗ୍‌ଚୀ କହିଛନ୍ତି।

- Advertisement -

ତେବେ ୩ୟ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ିଶାରେ କରୋନା ଭୂତାଣୁ ସମୂହ ସଂକ୍ରମଣ ଆଡକୁ ଗତି କରିବାର ଆଭାସ ମିଳୁଛି ବୋଲି ବାଗ୍‌ଚୀ କହିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories