www.samajalive.in
Wednesday, December 10, 2025
18.1 C
Bhubaneswar

କରୋନାକୁ ନେଇ ଭବିଷ୍ୟବାଣୀ କରିଥିବା ନୋବେଲ ବିଜେତାଙ୍କ ଦାବି; ଖୁବଶୀଘ୍ର ଠିକ୍‌ ହୋଇଯିବ ପରିସ୍ଥିତି

ୱାଶିଂଟନ: ମହାମାରୀ କରୋନା ଭୂତାଣୁ ଯୋଗୁ ସାରା ବିଶ୍ଵ ଆତଙ୍କିତ। ଏହି ଭୟଙ୍କର ଭୂତାଣୁର ମୁକାବିଲା ପାଇଁ ବିଶ୍ଵର ପ୍ରାୟ ଏକ ତୃତୀୟାଂଶ ଲୋକ ଗୃହବନ୍ଦୀ ଅବସ୍ଥାରେ ରହିଛନ୍ତି। ଏଭଳି ପରିସ୍ଥିତିରେ କରୋନା ଭୂତାଣୁକୁ ନେଇ ଭବିଷ୍ୟବାଣୀ କରିଥିବା ନୋବେଲ ବିଜେତା ମାଇକେଲ ଲେଭିଟଙ୍କ ଆଉ ଏକ ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତଙ୍କ ପାଇଁ କୌଣସି ଔଷଧ ପ୍ରସ୍ତୁତ ହୋଇପାରି ନ ଥିବାବେଳେ ମାଇକେଲଙ୍କ ଭବିଷ୍ୟବାଣୀ ଲୋକଙ୍କୁ କିଛିଟା ଆଶ୍ଵସ୍ତ କରିଛି। କରୋନା ଭୂତାଣୁ ବା କୋଭିଡ-୧୯ ଖୁବଶୀଘ୍ର ନଷ୍ଟ ହୋଇଯିବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି। ସାମାଜିକ ଦୂରତ୍ବ ସାରା ଦୁନିଆକୁ ଏକ ଅଦ୍ଭୁତ ଶକ୍ତି ଦେଇଛି, ଯାହା ଏହି ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ନିହାତି ଜରୁରୀ ବୋଲି କହିଛନ୍ତି ଷ୍ଟାନଫୋର୍ଡ ବିଶ୍ଵବିଦ୍ୟାଳୟର ନୋବେଲ ବିଜେତା ତଥା ବାୟୋଫିଜିକ୍‌ଷ୍ଟ ମାଇକେଲ।

ରସାୟନ ବିଜ୍ଞାନରେ ୨୦୧୩ରେ ନୋବେଲ ପୁରସ୍କାର ପାଇଥିବା ମାଇକେଲ ଏହା ପୂର୍ବରୁ ଚୀନରେ ମହାମାରୀ ସମ୍ପର୍କରେ ଭବିଷ୍ୟବାଣୀ କରିଥିଲେ। ସେ କହିଥିଲେ ଚୀନରେ ଏହି ମହାମାରୀ ବିନାଶକାରୀ ପ୍ରଭାବ ଆଣି ଆସିବ। ଏହା ସହିତ ସେ ଆହୁରି ମଧ୍ୟ ସ୍ପଷ୍ଟ କରି କହିଥିଲେ ଯେ ଏହା ଯୋଗୁ ଚୀନରେ ପ୍ରାୟ ୩୨୫୦ ଲୋକଙ୍କ ମୃତ୍ୟୁ ଘଟିବ, ଯାହା ପ୍ରାୟତଃ ସତ୍ୟ ପ୍ରମାଣିତ ହୋଇଛି। କରୋନା ଯୋଗୁ ଚୀନରେ ୩୧୬୩ ଜଣଙ୍କ ମୃତ୍ୟୁ ଘଟିଛି। ମାଇକେଲ ‘ଦ ଲସ ଏଞ୍ଜେଲ୍ସ ଟାଇମ୍ସ’କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ଆମେ କରୋନାର ପ୍ରକୋପକୁ ରୋକିବା ପାଇଁ ଯାହା କରିବା ଉଚିତ, ସେସବୁ ଠିକ୍‌ ଭାବେ କରୁଛେ। ଆମେ ସମସ୍ତେ ଠିକ୍‌ ହେବାକୁ ଯାଉଛେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories