www.samajalive.in
Monday, December 8, 2025
24.1 C
Bhubaneswar

ସ୍ୱାଧୀନତା ସଂଗ୍ରାମୀ ରତ୍ନାକର ଚୌଧୁରୀଙ୍କ ପରଲୋକ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ବରହମପୁର ଅଞ୍ଚଳର ଅଣବନ୍ଦୀ ସ୍ୱାଧୀନତା ସଂଗ୍ରାମୀ ରତ୍ନାକର ଚୌଧୁରୀ (୯୩)ଙ୍କ ପରଲୋକ ଘଟିଛି। ୨୦୦୨ମସିହାରେ ରାଜ୍ୟ ସରକାର ତାଙ୍କୁ ଅଣବନ୍ଦୀ ସଂଗ୍ରାମୀର ମାନ୍ୟତା ଦେଇଥିଲେ। ସେ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତଃ ବନମାଳୀ ଦାସ, ଜଟି ବିଶୋଇ, ପୂର୍ଣ୍ଣ ପଣ୍ଡା, ଭୀମ ବେହେରା, ଦୀନବନ୍ଧୁ ଚୌଧୁରୀ, ଭଗବାନ ଚୌଧୁରୀ, ରାମଚନ୍ଦ୍ର ରଣା, ପୁର୍ଣ୍ଣ ପୃଷ୍ଟି, ଚକ୍ରଧର ଚୌଧୁରୀ, ଶ୍ରୀନାଥ ପୃଷ୍ଟି ପ୍ରମୁଖଙ୍କ ନେତୃତ୍ୱରେ ରାଜତନ୍ତ୍ର ଓ ବ୍ରିଟିଶ ଶାସନ ବିରୋଧରେ ସଂଗ୍ରାମ କରୁଥିଲେ। ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗାକ୍ରାନ୍ତ ଯୋଗୁ ସୋମବାର ତାଙ୍କର ପରଲୋକ ଘଟିଛି।

ମରଶରୀର ନିକଟରେ ତାଙ୍କ ବିଧବା ପତ୍ନୀ ବାସନ୍ତୀ, ପୁତ୍ର ବଂଶୀଧର, ଶଶଧର, ନବୀନ, ଝିଅ ଗୀତା, ସବିତା, ନମିତାଙ୍କ ସମେତ ସମ୍ପର୍କୀୟମାନେ ଉପସ୍ଥିତ ରହି ଶୋକ ପ୍ରକାଶ କରିଛନ୍ତି। ଖବରପାଇ ସ୍ଥାନୀୟ ସରପଞ୍ଚ ଚନ୍ଦ୍ରମୋହନ ସିଂ, ସମିତିସଭ୍ୟ କୃତ୍ତିବାସ ବେହେରା, ପୂର୍ବତନ ସରପଞ୍ଚ ଦୀନବନ୍ଧୁ ବେହେରା, ପୂର୍ବତନ ସମିତିସଭ୍ୟ ଅକ୍ଷୟ ବେହେରା, ଜୟନ୍ତ ପୁଟି, ଜୟନ୍ତ ପଟ୍ଟନାୟକ ପ୍ରମୁଖ ପହଞ୍ଚି ଶେଷ ଦର୍ଶନ କରିଥିଲେ। ବରହମପୁର ପୁଲିସ ତୋଫ ସଲାମୀ ଦେବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ପୁଅ ତଥା ବିଶିଷ୍ଟ ସାହିତିକ ବଂଶୀଧର ଚୌଧୁରୀ ମୁଖାଗ୍ନି ଦେଇଥିଲେ। ଶ୍ରୀ ଚୌଧୁରୀଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories