www.samajalive.in
Tuesday, December 9, 2025
16.1 C
Bhubaneswar

ଆମେରିକାରୁ ଫେରି ବିବାହ ଉତ୍ସବରେ ସାମିଲ ହେଲେ କରୋନା ସଂକ୍ରମିତ, ୧ ହଜାର ଲୋକଙ୍କ ସଂସ୍ପର୍ଶରେ ଆସିଲେ

ମୁମ୍ବଇ: ଦେଶରେ ଗୋଟିଏ ପଟେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଅନ୍ୟପଟେ କିଛି କରୋନା ଆକ୍ରାନ୍ତ ବିଦେଶରୁ ଫେରିବା ପରେ ସାର୍ବଜନିକ ସମାରୋହରେ ସାମିଲ ହେଉଛନ୍ତି। ଏଭଳି ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରରେ। ମହାରାଷ୍ଟ୍ରର କଲ୍ୟାଣ ଅଞ୍ଚଳର ଜଣେ ଯୁବକ ବିଦେଶରୁ ଫେରି ବିବାହ ଉତ୍ସବରେ ଯୋଗଦେଇଥିଲେ। ଏହା ପରଦିନ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।  ଉତ୍ସବରେ ସେ ୧ ହଜାରରୁ ଅଧିକ ଲୋକଙ୍କ ସହିତ ସଂସ୍ପର୍ଶରେ ଆସିଥିବା କୁହାଯାଉଥିବାବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।

ଯୁବକ ଜଣକ ଗତ ୬ ତାରିଖରେ ଆମେରିକାରୁ ଫେରିଥିଲେ। ସେହିଦିନ ସେ ଟ୍ରେନରେ ସୋଲାପୁର ଚାଲିଯାଇଥିଲେ। ୮ ତାରିଖରେ ସେ ଏକ ବିବାହ ଉତ୍ସବରେ ଯୋଗଦେଇଥିଲେ। ୯ ତାରିଖ ସକାଳେ ତାଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା। ପରୀକ୍ଷା ପରେ ସେ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। କିନ୍ତୁ ଏହି ୪ ଦିନ ମଧ୍ୟରେ ସେ ୧ ହଜାରରୁ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ତାଙ୍କ ସ୍ତ୍ରୀ ଏବଂ ଝିଅ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଘଟଣା ପରେ କଲ୍ୟାଣ ଏବଂ ଡେଲିଭରି ନଗର ପାଳିକାର କର୍ମଚାରୀମାନଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି। ସେମାନେ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରିବାକୁ ଉଦ୍ୟମ ଚଳାଇଛନ୍ତି। ସେ ଯେଉଁ ଟ୍ରେନରେ ଆସିଥିଲେ ଏବଂ ସେଥିରେ ସେ କାହା ସହିତ ସମ୍ପର୍କରେ ଥିଲେ ସେ ନେଇ ତଥ୍ୟ ସଂଗ୍ରହ କରାଯାଉଛି।

- Advertisement -

ମୁମ୍ବଇର କସ୍ତୁରବା ହସ୍ପିଟାଲରେ ସମ୍ପୃକ୍ତ ଯୁବକଙ୍କ ଚିକିତ୍ସା ଚାଲିଛି। କେଡିଏମସିର କର୍ମଚାରୀ ପ୍ରମୁଖ ରାଜୁ ଲାବନଗରେ ପତ୍ର ଲେଖି ବିବାହରେ ସାମିଲ ହୋଇଥିବା ଲୋକଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories