www.samajalive.in
Tuesday, December 9, 2025
17.1 C
Bhubaneswar

ରାଜ୍ୟରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ୧୨୯ ଜଣ

ଭୁବନେଶ୍ବର: ଗତକାଲି ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହୋଇଥିଲେ। ତେବେ ଚିହ୍ନଟ କରୋନା ଆକ୍ରାନ୍ତ ଜଣଙ୍କ ରାଜଧାନୀ ଭୁବନେଶ୍ବର ବାସିନ୍ଦା ହୋଇଥିବା ବେଳେ ସେ ଗତ ୬ତାରିଖରେ ସେ ଇଟାଲୀରୁ ଦିଲ୍ଲୀ ଆସିଥିଲେ। ପରେ ଟ୍ରେନ ଯୋଗେ ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ୧୨ରେ ପହଞ୍ଚିଥିଲେ। ମାର୍ଚ୍ଚ ୧୩ରେ ଏକ ଘରୋଇ ଡ଼ାକ୍ତରଙ୍କୁ ଦେଖାଇବା ସହ ଗତ ୧୪ରେ ଆଡ଼ମିଟ, ପରେ ୧୫ରେ ପରୀକ୍ଷା ରିପୋର୍ଟ ପଜିଟିଭି ଆସିଥିଲେ। ରାଜଧାନୀର ଯୁବକ କରୋନା ପଜିଟିଭ୍ ଆସିବାପରେ ସ୍ବାସ୍ଥ୍ୟ ବିଭାଗର ନିଦ ହଜିଯାଇଥିଲା। ବିଳମ୍ବିତ ରାତ୍ରୀରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉକ୍ତ ଯୁବକଙ୍କ ପରିବାର ସଦଶ୍ୟଙ୍କୁ ଭେଟିବା ସହ ସେମାନଙ୍କୁ ମେଡିକାଲରେ ଆଇସୋଲେସନରେ ଭର୍ତ୍ତି କରାଇବା ପାଇଁ ପଦକ୍ଷେପ ନିଆଯାଇଥିଲା।

ତେବେ ଯୁବକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସହ ଉକ୍ତ ଯୁବକ ଜଣଙ୍କ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଚିହ୍ନଟ କିରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରୟାସ କରିଥିଲା। ତେବେ ଉକ୍ତ ଯୁବକ ଜଣଙ୍କ ସଂସ୍ପର୍ଶରେ ୧୨୯ ଜଣ ଆସିଥିବା ବର୍ତ୍ତମାନ ସୁଦ୍ଧା ଜଣାପଡିଥିବା କହିଛନ୍ତି ରାଜ୍ୟ ସରକାରଙ୍କ କରୋନା ସଚେତନା ଟିମର ମୁଖ୍ୟ ସୁବ୍ରତ ବାଗଚୀ। ସୋମବାର ଗୀତଗୋବିନ୍ଦ ସଦନରେ ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ବାଗଚୀ କହିଛନ୍ତି ପଜିଟିଭ ଚିହ୍ନଟ ସଂପୃକ୍ତ ଯୁବକଙ୍କ ସଂସ୍ପର୍ଶରେ ମୋଟ ୧୨୯ ଜଣ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୫୩ ଜଣ ଭୁବନେଶ୍ବରର ହୋଇଥିବା ବେଳେ ଅନ୍ୟ ୭୬ ଜଣ ସେ ଦିଲ୍ଲୀରୁ ଭୁବନେଶ୍ବର ଟ୍ରେନରେ ଆସିବା ବେଳେ ସଂସ୍ପର୍ଶରେ ଆସିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ଆସିବା ପରେ ଭୁବନେଶ୍ୱରରେ ଏକ ଘରୋଇ କ୍ଲିନିକକୁ ଯାଇଥିଲେ। ଉକ୍ତ ଘରୋଇ କ୍ଲିନିକ୍‌କୁ ଏବେ ବନ୍ଦ କରିଦିଆଯାଇଛି। ସଂପୃକ୍ତ ଡାକ୍ତର ଓ ଷ୍ଟାଫଙ୍କୁ ଆଇସୋଲେସନରେ ରଖାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories