www.samajalive.in
Tuesday, December 9, 2025
16.1 C
Bhubaneswar

କରୋନା ସତର୍କତା : ବାଣୀବିହାର ପରେ ରେଭେନ୍ସା ହଷ୍ଟେଲ ବନ୍ଦ ପାଇଁ ନିର୍ଦେଶ

କଟକ : ସମଗ୍ର ବିଶ୍ବରେ ଭୟ ଓ ଆତଙ୍କର ବାତାବରଣ ଖେଳାଇଚାଲିଥିବା କରୋନା ଭାଇରସ୍ ପାଇଁ ସତର୍କତା ମୂଳକ ଭାବେ ବାଣବିହାର ଓ ରେଭେନ୍ସା ହଷ୍ଟେଲ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି। ସୋମବାର ରାଜ୍ୟର ଦୁଇ ପ୍ରମୁଖ ବିଶ୍ବବିଦ୍ୟାଳୟ ପକ୍ଷରୁ ହଷ୍ଟେଲ ବନ୍ଦ କରିବା ପାଇଁ ନିର୍ଦେଶ ଜାରି କରାଯାଇଛି। ୨୪ ଘଣ୍ଟା ମଧ୍ୟରେ ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲ ଛାଡିବା ପାଇଁ ନିର୍ଦେଶ ଦିଆଯାଇଛି। କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରେଭେନ୍ସା ବିଶ୍ବବିଦ୍ୟାଳୟର ହଷ୍ଟେଲ ଓ ମେସ୍ ଗୁଡିକୁ ବନ୍ଦ କରିବା ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଏହି ଘୋଷଣା ହୋଇଛି। ଯେଉଁ ବିଭାଗ ଗୁଡିକରେ ମିଡ୍ ସେମିଷ୍ଟର ପରୀକ୍ଷା ରହିଛି, ସେ ବିଷୟରେ ମାର୍ଚ୍ଚ ୩୧ ତାରିଖ ପରେ ନିଷ୍ପତି ନିଆଯିବ ବୋଲି ସୂଚନା ମିଳିଛି।

ଏହାପୁର୍ବରୁ ରାଜ୍ୟ ସରକାର ମାର୍ଚ୍ଚ ୩୧ ତାରିଖ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରିଥିଲେ। ପ୍ରଥମେ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନ ବନ୍ଦ ରଖିବା କିନ୍ତୁ ପୂର୍ବରୁ ନିର୍ଦ୍ଦାରୀତ ହୋଇଥିବା ପରିକ୍ଷା ଚାଲୁ ରଖିବା ପାଇଁ ନିର୍ଦେଶ ଦେଇଥିଲେ ବି ଆଜି ଏହାର ପରିବର୍ତ୍ତନ କରି ପରୀକ୍ଷା ମଧ୍ୟ ରଖିବାକୁ ନିର୍ଦେଶ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories