www.samajalive.in
Monday, December 8, 2025
24.1 C
Bhubaneswar

ପୁରୁଷମାନଙ୍କ ପାଇଁ ବରଦାନ ଏହି ଫେସ୍‌ପ୍ୟାକ୍ : ଲଗାଇଲେ ଖୁବ୍‌ କମ୍ ଦିନରେ ଚମକିବ ତ୍ବଚା

ମହିଳାମାନେ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ସମୟ ଦେଇଥାଆନ୍ତି ଓ ଅନେକ ଉପାୟ ଆପଣାଇ ଥାଆନ୍ତି। ହେଲେ ପୁରୁଷମାନେ ଏହି କ୍ଷେତ୍ରରେ କମ୍‌ ସମୟ ଦେଇଥାଆନ୍ତି। ଏପରିକି କେହି କେହି ଆ​‌ଦୌ ସମୟ ହିଁ ଦେଇ ନ ଥାନ୍ତି। କିନ୍ତୁ ଆଜିକାଲିର ଯୁବପୀଢି ନିଜକୁ ସୁନ୍ଦର ତଥା ଆକର୍ଷଣୀୟ କରିବା ପାଇଁ ଖୁବ୍‌ ସଚେତନ ହୋଇ ପଡ଼ିଛନ୍ତି। ଏଥିପ୍ରତି ସମୟ ଦେବାକୁ ଆରମ୍ଭ କଲେଣି। ତେବେ ଏକ ସହଜ ଉପାୟରେ ଘରୋଇ ଜିନିଷର ବ୍ୟବହାରରେ ଓ କମ୍‌ ସମୟରେ ପୁରୁଷମାନେ ଏକ ଉଜ୍ଜ୍ଵଳ ଓ ଆକର୍ଷଣୀୟ ଚେହେରା ପାଇପାରିବେ। କମଳା ଚୋପା ଫେସପ୍ୟାକ୍‌ ପୁରୁଷଙ୍କ ତ୍ବଚା ସମ୍ବନ୍ଧୀୟ ନାନାଦି ସମସ୍ୟା ଦୂର କରି ଏକ ତାଙ୍କୁ ସୁନ୍ଦର ତ୍ବଚା ପ୍ରଦାନ କରିବାରେ ସାହାଯ୍ୟ କରିବ। ଏହାକୁ ପୁରୁଷମାନେ ବ୍ୟବହାର କରିବା ଯୋଗୁଁ ତ୍ୱଚା ଉଜ୍ୱଳ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ –

ଆବଶ୍ୟକ ସାମଗ୍ରୀ :

- Advertisement -

-କମଳା ଚୋପା

-ଦହି ୧ ଚାମଚ

କିପରି କରିବେ ବ୍ୟବହାର :

ସର୍ବପ୍ରଥମେ କମଳା ଚୋପାକୁ ଭଲଭାବେ ପେଷୀ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏଥିରେ ଦହି ମିଶାନ୍ତୁ। ଏହାକୁ ମୁହଁରେ ୧୦ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ଛାଡିଦିଅନ୍ତୁ। ଏହା ହାଲୁକା ଭାବେ ଶୁଖିଗଲା ପରେ ମୁହଁକୁ ପାଣିରେ ଧୋଇଦିଅନ୍ତୁ। ଧୋଇ ସାରିବା ପରେ ଆପଣ ନିଶ୍ଚିତ ଫରକ ଅନୁଭବ କରିପାରିବେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories