www.samajalive.in
Sunday, December 7, 2025
15.1 C
Bhubaneswar

ଲକ୍ଷ୍ମୀପୁର ଥାନା ଘେରାଉ ଓ ଖଣି ରାସ୍ତା ଅବରୋଧ ମାମଲାରେ ୪୨ ଗିରଫ : ୧୪୪ ଧାରା ଜାରି

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ କୋଡିଙ୍ଗାମାଳି ପାହାଡରୁ ଦିର୍ଘ ଦୁଇ ବର୍ଷ ହେଲାଣି ଖଣିଖନନ ଜାରି ରହିଛି। ଖଣି ଖନନ କରୁଥିବା କମ୍ପାନିକୁ ବହୁ ବାଦ ବିବାଦର ସମ୍ମୁଖିନ ହେବାକୁ ପଡିଛି। ଏନେଇ ଅନେକ ଥର ବିପକ୍ଷବାଦି ଓ ସପକ୍ଷ ବାଦି ମୁହାଁମୁହିଁ ମଧ୍ୟ ହୋଇଛନ୍ତି। ଏହି ଘଟଣାକୁ ନେଇ ପୁଲିସ ଚିନ୍ତାରେ ପଡିବା ସହ ଭିଡକୁ ଆଖି ଆଗରେ ରଖି  ୧୪୪ଧାରା ଜାରି କରିବା ସହ ଆନ୍ଦୋଳନ କାରିଙ୍କୁ ସ୍ଥାନ ଛାଡିବାକୁ କହିଥିଲେ। କିନ୍ତୁ ପୁଲିସ ଓ ଆଇଆଇସିଙ୍କୁ ଠେଲାପେଲା କରିବା ପରେ ପୁଲିସ କାର୍ଯାନୁଷ୍ଠାନ ଗ୍ରହଣ କରିଛି। ଲକ୍ଷ୍ମୀପୁର ଥାନା ଘେରାଉ ସହ ଖଣି ରାସ୍ତା ଅବରୋଧ କରିଥିବା ମାମଲାରେ ଆନ୍ଦୋଳନ କାରିଙ୍କ ମଧ୍ୟରୁ ୩୬ଜଣ ପୁରୁଷ ଓ ୬ ଜଣ ମହିଳାଙ୍କୁ ଗିରଫ କରାଜାଇଥିବା ଜଣାପଡ଼ିଛି ।

ଖଣି ପ୍ରଭାବିତ ଅଞ୍ଚଳର ଲୋକେ ଖଣି ଖନନ ଓ ଭତ୍ତା ବଣ୍ଟନକୁ ବିରୋଧ କରୁଥିବା ବେଳେ କିଛି ଲୋକ ଖଣିଖନନକୁ ସ୍ଵାଗତ କରିବା ସହ ଭତ୍ତା ବନ୍ଦ ନ କରିବା ସକାସେ ଦାବି କରିଛନ୍ତି। ଏହାକୁ ନେଇ ଜିଲା ପ୍ରଶାସନ ମଧ୍ୟ କୌଣସି ଠିକ ନିଷ୍ପତି ବାହାର କରିପାରୁ ନଥିବା ବେଳେ ପରିବହନ ବନ୍ଦ ରହିଥିଲେ ମଧ୍ୟ ଖଣି ଖନନ ଜାରି ରହିଛି। ଏହା ପୂର୍ବରୁ କିଛି ମାସ ତଳେ ବିପକ୍ଷବାଦିଙ୍କ ଦ୍ଵାରା ଖଣି ଖନନ ସ୍ଥାନକୁ ସଂଯୋଗ କରୁଥିବା ରାସ୍ତାକୁ  ୧୨ ଦିନ ଧରି ଅବରୋଧ କରି ଆନ୍ଦୋଳନ କରିଥିଲେ। ପରେ ଜିଲା ପ୍ରସାସନର ହସ୍ତକ୍ଷେପ ପରେ ସବୁକିଛି ସମାଧାନ ହୋଇଜାଇଥିଲା। କିନ୍ତୁ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଏବେ ସପକ୍ଷ ବାଦି ଓ ବିପକ୍ଷବାଦି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଖଣି ଖନନ କରୁଥିବା କମ୍ପାନି ତରଫରୁ ଦିଯଉଥିବା ଭତ୍ତାକୁ ବନ୍ଦ କରିବା ପାଇଁ ସୁରକ୍ଷା ମଞ୍ଚ ଜିଦ ଧରିଥିବା ବେଳେ ଭତା ବଣ୍ଟନ ଜାରି ରଖିବାକୁ ସୁରକ୍ଷା ପରିଷଦ ଜିଦ ଧରିଛି। ଦୁଇମାସ ହେଲାଣି ଖଣିଖନନ କାର୍ଯ୍ୟ ବନ୍ଦ ରହିଥିବା ବେଳେ ଗତକାଲି ପ୍ରଭାବିତ ଅଞ୍ଚଳର କିଛି ଲୋକଙ୍କୁ ଭତ୍ତା ଟଙ୍କା ପ୍ରଦାନ କରାଜାଉଥିବା ବେଳେ ବିପକ୍ଷବାଦିଙ୍କ ନଜରକୁ ଆସିଥିଲା।.ଉକ୍ତ ସ୍ଥାନରେ ବିପକ୍ଷବାଦି ଓ ସପକ୍ଷବାଦି ମୁହାଁମୁହିଁ ହେବାପରେ କିଛି ସମୟ ଧରି ଉତ୍ତେଜନା ଦେଖା ଦେଇଥିଲା। ପରେ ଲକ୍ଷ୍ମୀପୁର ଏସଡିପିଓ ଅସ୍ଵିନି କୁମାର ନାୟକ, ଆଇଆଇସି ଗୌରହରି ସାହୁ, ସଦଳବଳେ ଜାଇ ବୁଝା ସୁଝା କରିବା ପରେ ପରିସ୍ଥିତି ସାନ୍ତ ପଡିଥିଲା। କିନ୍ତୁ ବିପକ୍ଷବାଦିର ଶତାଧିକ ମହିଳା ଓ ପୁରୁଷ ଭତ୍ତା ବଣ୍ଟନ କରୁଥିବା ବ୍ୟକ୍ତିଙ୍କୁ ଗିରଫ ଦାବି କରି ଗୁରୁଠାର ସନ୍ଧ୍ୟା ଠାରୁ  ଆଜି ଦିନ  ୧୨ ଟା ପର୍ଯ୍ୟନ୍ତ  ଥାନା ଘେରାଉ କରି ରଖିଥିଲେ। ଗୁରୁବାର ରାତି ସାରା ସମୁହ ଲୋକେ ଥାନା ଗେଟ ସମ୍ମୁଖରେ ବସି ରହିଥିଲେ। ବିପକ୍ଷ ବାଦିଙ୍କ କହିବା ମୁତାବିକ ତୁରନ୍ତ ଖଣି ଖନନ ସହ ଭତ୍ତା ବଣ୍ଟନ ବନ୍ଦ କରାଜାଉ। ଲକ୍ଷ୍ମୀପୁର ଥାନା ଗେଟ୍ ସମ୍ମୁଖରେ ଶୁକ୍ରବାର ଦିନ ବହୁ ସଂଖ୍ୟାରେ ଲୋକେ ଭିଡ ଜମାଇ ବସି ରହି ବିଭିନ୍ନ ପ୍ରକାର ନାରାବାଜି କରିଥିଲେ। ପରେ ସମସ୍ତ ଆନ୍ଦୋଳନକାରି ମାନେ ଏକ ସୋଭା ଯାତ୍ରାରେ ବାହାରି କୋଡିଙ୍ଗାମାଳି ପାହାଡ ତଳେ ଧାରଣାଦେବାକୁ ଚାଲି ଜାଇଥିଲେ।

- Advertisement -

ବିପକ୍ଷବାଦିଙ୍କ ତରଫରୁ ପ୍ରଦିପ ବାଘ, ଅଭିଜିତ ବାଘ, ବଳରାମ ମାଣ୍ଡିଙ୍ଗା, ଦିବାକର ସାହୁ, ଟୁକୁନା ବିସୋଇ ଆଦଜିର ନେତୃତ୍ଵ ନେଇଥିବା ବେଳେ ସେମାନେ ଥାନା ଛାଡି ଯିବା ପରେ କୋଡିଙ୍ଗା ମାଳି ସୁରକ୍ଷା ପରିଷଦର ସଭାପତି ସରୋଜ ମହାନନ୍ଦିଙ୍କ ନେତୃତ୍ବରେ ବହୁସଂଖ୍ୟାର ସପକ୍ଷବାଦି ମାନେ ମଧ୍ୟ ଥାନା ସମ୍ମୁଖରେ  ଏକତ୍ରିତ ହୋଇ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ପ୍ରଭାବିତ ଅଞ୍ଚଳବାସି  ଖଣି ଖନନରେ ନିୟୋଜିତ ମୈତ୍ରି କମ୍ପାନି ତରଫରୁ ଭତ୍ତା ଆକାରରେ ମାସିକ ଦରମା ଦିଆଉଛି, କିନ୍ତୁ କିଛି ବିପକ୍ଷବାଦି କାଲି ଆସି ତାହା ବନ୍ଦ କରିଦେଲେ। ଆମ ପରିବାର କେମିତି ଚଳିବ ତେଣୁ ଏହା ଉପରେ ପ୍ରସାସନ ଦୃଷ୍ଟି ଦେଇ ତୁରନ୍ତ ଆମକୁ ଭତ୍ତା ପ୍ରଦାନ କରାଜାଉ ନଚେତ ପ୍ରଭାବିତ ଅଞ୍ଚଳବାସି ସମୁହ ପରିବାର ସହ ଆସି ତହସିଲ କାର୍ଯ୍ୟାଳୟ ସମୁଖରେ ଧାରଣା ଦେବୁ ବୋଲି ଦାବି କରିଛନ୍ତି। ଅପର ପଟେ ଏହି ଘଟଣାକୁ ନେଇ ଆଜି ଦିନ ତମାମ ଲକ୍ଷ୍ମୀପୁର ଅଞ୍ଚଳରେ ଚାପା ଉତେଜନା ଦେଖା ଦେଇଥିଲା। ଖବର ପାଇ ଉପ ଜିଲାପାଳ ଲଳିତ ମୋହନ କହଁର, ଅତିରିକ୍ତ ଏସପି ଉତ୍କଳ ରଞ୍ଜନ ଦାସ, ଲକ୍ଷ୍ମୀପୁର ଏସଡିପିଓ ଅସ୍ଵିନି ନାୟକ, ଲକ୍ଷ୍ମୀପୁର ଥାନା ଅଧିକାରି ଗୌରହରି ସାହୁ, କାକିରିଗୁମା ଥାନା ଅଧିକାରି ଧିରେନ୍ ପଟ୍ଟନାୟକ, ମାଜିଷ୍ଟ୍ରେଟ ଦାଇତ୍ଵରେ ତହସିଲଦାର ମଧୁମିତା ପାମେଲାକର ଛଅ ପ୍ଲାଟୁନ ପୋଲିସ ଫୋର୍ସ ସହ ଧାରଣା ସ୍ଥଳରେ ପହଞ୍ଚି ଥିଲେ। ପୁଲିସ ଓ ଆନ୍ଦୋଳନ କାରିଙ୍କ ମଧ୍ୟରେ ଦିର୍ଘ ସମୟ ଧରି ଠେଲାପେଲା ହୋଇଥିଲା। ଭିଡକୁ ଆଖି ଆଗରେ ରଖି ପୁଲିସ  ୧୪୪ଧାରା ଜାରି କରିବା ସହ ଆନ୍ଦୋଳନ କାରିଙ୍କୁ ସ୍ତାନ ଛାଡିବାକୁ କହିଥିଲେ କିନ୍ତୁ ପୁଲିସ ଓ ଆଇଆଇସିଙ୍କୁ ଠେଲାପେଲା କରିବା ପରେ ପୁଲିସ କାର୍ଯାନୁଷ୍ଠାନ ଗ୍ରହଣ କରିଥିଲା। ଲକ୍ଷ୍ମୀପୁର ଥାନା ଘେରାଉ ସହ ଖଣି ରାସ୍ତା ଅବରୋଧ କରିଥିବା ମାମଲାରେ ଆନ୍ଦୋଳନ କାରିଙ୍କ ମଧ୍ୟରୁ ୩୬ଜଣ ପୁରୁଷ ଓ ୬ ଜଣ ମହିଳାଙ୍କୁ ଗିରଫ କରାଜାଇଥିବା ବେଳେ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ  ବୋଲି ଏସଡିପିଓ ପ୍ରକାଶ କରିଛନ୍ତି। ଅନ୍ୟ ମାନେ ପୁଲିସର ଗିରଫଦାରିକୁ ଭୟ କରି ଛତ୍ରଭଙ୍ଗ ଦେଇଥିବା ବେଳେ ମୈତ୍ରି କମ୍ପାନି ଅଞ୍ଚଳର ଭାଇଚାରା ନଷ୍ଟ କରିବାଵସହ ପୁଲିସ ଲଗାଇ ଜୁଲମ କରୁଛି। ଯେତେ ଜଣକୁ ଗିରଫ କରି ଜେଲ୍ ପଠାଇଲେ ମଧ୍ୟ ଆନ୍ଦୋଳନ ଆହୁରି ତିବ୍ରତର ହେବ ବୋଲି ଆନ୍ଦୋଳନ କାରି ପ୍ରକାଶ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories