www.samajalive.in
Monday, December 8, 2025
27.1 C
Bhubaneswar

ନୀଳାଚଳ ଇସ୍ପାତ କାରଖାନାକୁ ଘରୋଇ କରଣ ପ୍ରତିବାଦରେ ଆନ୍ଦୋଳନ

ଯାଜପୁର: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଳରେ ଥିବା ନୀଳାଚଳ ଇସ୍ପାତ କାରଖାନାକୁ କେନ୍ଦ୍ର ଓ ରାଜ୍ୟ ସରକାର ଘରୋଇ କରଣ ନିଷ୍ପି ନେଇଛନ୍ତି। ଯାହାର ପ୍ରତ୍ୟାହାର ଦାବି କରି କଳିଙ୍ଗନଗର ନୀଳାଚଳ ବଞ୍ଚାଅ ମିଳିତ ମଞ୍ଚ ପକ୍ଷରୁ ଆନ୍ଦେଳନ ଚାଲୁ ରହିଛି। ଆନ୍ଦୋଳନ ୬୫ ଦିନରେ ପହଁଚିଛି । କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନ ଦେଇ ନୀଳାଚଳ ଇସ୍ପାତ ନିଗମକୁ ବିକ୍ରି କରିବାପାଇଁ ମସୁଧା ଚଳାଇଛନ୍ତି। ଏହା ଯାଜପୁର ଜିଲାରେ ଅସନ୍ତୋଷ ପ୍ରକାଶ ପାଉଛି। ସ୍ୱର୍ଗତ ବିଜୁ ପଟ୍ଟନାୟକ ନୀଳାଚଳ ଇସ୍ପାତ ନିଗମକୁ ପ୍ରତିଷ୍ଠା କରିଥିଲେ। ତାଙ୍କର ସ୍ୱପ୍ନକୁ ସାକାର କରିବାପାଇଁ ମୁଖ୍ୟମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ନ ଦେଇ କେନ୍ଦ୍ର ସରକାରଙ୍କ ସହ ହାତ ମିଳାଇଛନ୍ତି। ଆଉ ବରଦାସ୍ତ କରାଯିବ ନାହିଁ ବୋଲି ମିଳିତ ମଞ୍ଚ ପକ୍ଷରୁ ଶୁକ୍ରବାର ନୀଳାଚଳ ଇସ୍ପାତ ନିଗମ ସମ୍ମୁଖରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାକୁ ରଂଜନ ନାୟକ ଅଧ୍ୟକ୍ଷତା କରିଥିଲେ । ଆଇଏନଟିୟୁସିର ଜିଲା ସଭାପତି ବିଦ୍ୟାଧର ମହାନ୍ତି , ସିପିଏମ ନେତା ପ୍ରଫୁଲ୍ଲ ନାୟକ, ସିପିଆଇ ନେତା ଚନ୍ଦ୍ରମଣି ପାତ୍ର , ପରମାନନ୍ଦ ସେଠୀ ଓ ନୀଳାଚଳ ଇସ୍ପାତ କାରଖାନାର ବହୁ ଶ୍ରମିକ ନେତା ଏହି ସଭାରେ ଉପସ୍ଥିତ ରହି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ନୀଳାଚଳ କାରଖାନାର ପୁଞ୍ଜି ପ୍ରତ୍ୟାହାର ଓ ଘରୋଇ କରଣକୁ ବିରୋଧ କରିଛନ୍ତି ।

ଆସନ୍ତା ୧୬ ତାରିଖରେ ମିଳିତ ମଞ୍ଚ ପକ୍ଷରୁ ବିଧାନସଭା ଘେରାଉ କରାଯିବ ସହ ସମଗ୍ର ଜିଲାରେ ନୀଳାଚଳ ଘରୋଇ କରଣ ଓ ପୁଞ୍ଜି ପ୍ରତ୍ୟାହାର ବିରୁଦ୍ଧରେ ପଥପ୍ରାନ୍ତ ସଭା କରାଯିବ ବୋଲି ମିଳିତ ନୀଳାଚଳ ବଞ୍ଚାଅ ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି । ଦରକାର ପଡ଼ିଲେ ଶିଳ୍ପାଳରେ ଅର୍ଥନୈତିକ ଅବରୋଧ କରାଯିବ । ନୀଳାଚଳ ଇସ୍ପାତ ନିଗମରେ ଥିବା ଲିଜ୍ ମିଳିଥିବା କୋଇଡ଼ା ଲୁହାଖଣିକୁ ଖନନ କରି ସେଠାରୁ କଞ୍ଚା ମାଲ୍ ଆଣି ନୀଳାଚଳ ଇସ୍ପାତକୁ ଚଲାଇବା ରାଜ୍ୟସରକାରଙ୍କର ଖଣୀ ନିଗମ, ନିଳାଚଳ ଇସ୍ପାତ ନିଗମକୁ ନିଜ ହାତରେ ରଖି ଚାଲୁ କରିବା ପାଇଁ ଆଇଏନଟିୟୁସି ଜିଲା ସଭାପତି ଶ୍ରୀ ମହାନ୍ତି ଦାବି କରିଛନ୍ତି । କଳିଙ୍ଗ ନଗର ଶିଳ୍ପାଳରେ ଗୋଟି ଗୋଟି କରି ଶିଳ୍ପ ବନ୍ଦ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶଦାତା ପାଣ୍ଡିଆନ୍ ଏଥିପାଇଁ ଦାୟୀ ବୋଲି ଶ୍ରୀ ମହାନ୍ତି ଶ୍ରୀ ନାୟକ ତାଂକ ଭାଷଣରେ କହିଥିଲେ । ନୀଳାଳଚ ଇସ୍ପାତ ନିଗମକୁ ଘରୋଇ କରଣ କରାଯିବ ନାହିଁ ଯଦି ଘରୋଇ କରଣ କରନ୍ତି ଆଗାମୀ ଦିନରେ ଦ୍ୱିତୀୟ କଳିଙ୍ଗନଗର ସୃଷ୍ଟି ହେବ ବୋଲି ସେମାନେ ମତ ଦେଇଛନ୍ତି ।

- Advertisement -

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories