www.samajalive.in
Monday, December 8, 2025
20.1 C
Bhubaneswar

ଅସହାୟ ଓ ଦିବ୍ୟାଙ୍ଗ ଝିଅକୁ ଜୀବନସାଥୀ କଲେ ଧର୍ମବୀର

ବରଗଡ଼ : ଝିଅର ନାମ ସସ୍ମିତା। ତା’ ବାହାଘର ପାଇଁ ଆଜି ଆନନ୍ଦ ଉତ୍ସାହରେ ଉଛୁଳି ପଡିଛି ବରଗଡ଼ଠାରେ ଥିବା ରାଣିସତୀ ମନ୍ଦିର। କାରଣ ନିଜ ପରିବାର ସହ ଖୁସିରେ ବଢ଼ିଥିବା ଝିଅ ଟିଏ ନୁହେଁ ସେ। ତାକୁ ଯେତେବେଳେ ୩ବର୍ଷ, ସେତେବେଳେ ମାଆ-ବାପା ଉଭୟେ ସ୍ୱର୍ଗବାସୀ ହୋଇଯିବାରୁ ତାକୁ ଉଦ୍ଧାର କରି ବିମଳା ଦେବୀ ଚାରିଟେବୁଲ ସୋସାଇଟି ଦ୍ୱାରା ପରିଚାଳିତ ବାତ୍ସଲ୍ୟ ବାଲ୍ୟାଶ୍ରମକୁ ଆଣିଥିଲେ ଜଣେ ଅଜଣା ବ୍ୟକ୍ତି। ସେଠାରେ ଆଶ୍ରମର ମୂଖ୍ୟ ସୁଶୀଲ ଅଗ୍ରୱାଲଙ୍କ ଦ୍ଵାରା ଆଶ୍ରମ ଅନ୍ତେବାସୀ ଭାବେ ରହି ବଢିଥିଲା ସେ। ତାର ଗୋଟିଏ ଆଖିକୁ କିଛି ଦେଖାଯାଏ ନାହିଁ। ତାକୁ ପୁଣି କିଏ ବାହା ହେବ ତାହା ସ୍ବପ୍ନରେ ବି କେବେ ଭାବି ନ ଥିଲା ସସ୍ମିତା। ଆଜି(ଗୁରୁବାର) କିନ୍ତୁ ସୁଦୂର ହରିୟାଣାର ଯୁବକ ସ୍ବର୍ଗତଃ ରାମନିବାସ ଶର୍ମାଙ୍କ ପୁଅ ଧର୍ମବୀରଙ୍କ ସହ ତା’ର ବାହାଘର ହୋଇଛି। ଏହି ବାହାଘରରେ ନା ଥିଲା ଢେର ଚାକଚକ୍ୟ, ନା ଥିଲା ଯାନୀ ଯୌତୁକ। ସମ୍ପୂର୍ଣ୍ଣ ଆଦର୍ଶ ଓ ପୁରୋହିତଙ୍କ ମନ୍ତ୍ରଧ୍ୱନୀ ସହ ଉଭୟେ ବାହା ହୋଇ ହୋଇଯାଇଛନ୍ତି ସାତ ଜନମର ସାଥି। ବରଗଡ଼ ଶିଶୁ କଲ୍ୟାଣ ସମିତି, ମହିଳା ସୁରକ୍ଷା ସମିତିର ସଭ୍ୟମାନଙ୍କ ସହ ସହରର ବହୁ ବୁଦ୍ଧିଜୀବୀ ଏହି ଵିଵାହରେ ସାମିଲ ହୋଇ ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେଇଥିଲେ ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories