www.samajalive.in
Sunday, December 7, 2025
16.1 C
Bhubaneswar

ପରିବହନ ଅଧିକାରୀଙ୍କୁ ଚେତାବନୀ ଦେଲେ ମାଓବାଦୀ, ଲାଞ୍ଜିଗଡର ବିଭିନ୍ନ ସ୍ଥାନରେ ଲାଗିଲା ମାଓ ପୋଷ୍ଟର

ଲାଞ୍ଜିଗଡ : ଲାଞ୍ଜିଗଡ ବ୍ଲକ ଦୁର୍ଗମ ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ବ୍ଲକର ଦମାଘାଟି ଛକ,ବେନଗାଁ ,ବିଜେପୁର ଥାନା ଅର୍ନ୍ତଗତ ବଙ୍କାକୁଣ୍ଡ୍ରୁ ଠାରେ ଏହି ମାଓ ପୋଷ୍ଟର ସବୁ ଲାଗିଛି । ଏହି ପୋଷ୍ଟରରେ କଳାହାଣ୍ଡି ପରିବହନ ଅଧିକାରୀଙ୍କୁ ଚେତାବନୀ ଦିଆଯାଇଛି ।ଦୁଇଚକିଆ ଓ ଚାରିଚକିଆ ଯାନ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଅନେକ ଯୁବତ ଯୁବତୀଙ୍କୁ ଜାଣିଶୁଣି ହଇରାଣ କରାଯାଉଛି । ଗାଡି କାଗଜପତ୍ର ଏବଂ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଆରଟିଓରେ ସକାଳ ୯ଟା ଠାରୁ ରାତି ୧୦ଟା ଯାଏ ରହିଲେ ମଧ୍ୟ ଆରଟିଓ କାର୍ଯ୍ୟାଳୟର କେହି ପଚାରୁ ନାହାନ୍ତି। କାର୍ଯ୍ୟାଳୟକୁ ଦଉଡି ଦଉଡି ଅନେକ ଟଙ୍କା ଖର୍ଚ୍ଚ ହଉଛି ହେଲେ କାମ ହଉନାହିଁ । ସେଥିପାଇଁ ପ୍ରତ୍ୟେକ ପଞ୍ଚାୟତରେ ଆରଟିଓ କ୍ୟାମ୍ପ ଖୋଲାଯାଉ ଓ ସମସ୍ତଙ୍କ ଡ୍ରାଇଭିଙ୍ଗ ଲାଇସନ୍ସ କରାଯାଉ ବୋଲି ମାଓବାଦୀମାନେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ତା ନହେଲେ ପ୍ରଜା କୋର୍ଟରେ ଆଲୋଚନା କରି ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି ।

ଅନ୍ୟପଟେ ଲାଞ୍ଜିଗଡକୁ ଯାଉଥିବା ପ୍ରଧାନମନ୍ତ୍ରୀ ରାସ୍ତାକୁ ମାଓବାଦୀମାନେ ବିରୋଧ କରିଛନ୍ତି ।ପୁର୍ବରୁ ଏହି ରାସ୍ତାକାମ ଭବାନୀପାଟଣାର ସୁପରକ୍ଲାସ ଠିକାଦାର ଶିବଶଙ୍କର ଦାସ(ଟୁନୁ ଦାସ) ନିର୍ମାଣ କରୁଥିଲେ ।କାମ ଚାଲୁଥିବା ବେଳେ ଅନେକ ଶ୍ରମିକ ମାନଙ୍କ ମଜୁରୀ ନଦେଇ ଖାଇ ଦଉଥିଲା ସେଥିପାଇଁ ତାଙ୍କୁ ହତ୍ୟାକରା ଯାଇଥିଲା । ହତ୍ୟା ପରେ ସେହି କାମ ଦିର୍ଘଦୀନ ହେଲା ବନ୍ଦ ପଡିଥିଲା ବର୍ତ୍ତମାନ ସୁରେସ ଅଗ୍ରୱାଲ ନାମକ ଏକ ଠିକାଦାରକୁ ଦିଆଯାଇଛି ସେ ମଧ୍ୟ ଏମିତି କାମ କରୁଛି । ତାହା ବନ୍ଦ କରାଯାଉ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି ।ଏହି ପୋଷ୍ଟରରେ ଠିକାଦାର ଦଲାଲ ମାନଙ୍କୁ ମଧ୍ୟ ଚେତାବନୀ ଦିଆଯାଇଛି ।ଏହି ପୋଷ୍ଟର ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ମାଓବାଦୀ କଳାହାଣ୍ଡି ରାୟଗଡା ଡିଭିଜନର ନା ରହିଥିବା ବେଳେ ବର୍ତ୍ତମାନ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି । ସାରା ରାଜ୍ୟରେ ହୋଲିର ଉତ୍ସବ ପାଳନ ହେଉଥିବା ବେଳେ ଏହି ପୋଷ୍ଟର ଲାଗିବା ପରେ ବ୍ଲକର ଘାଟି ଅଞ୍ଚଳରେ ରଙ୍ଗ ଖେଳ ଫିକା ପଡିଯାଇଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories