ଗୃହରେ ସର୍ବଦା ସୁଖଶାନ୍ତିର ବାତାବରଣ ରହିବା ପାଇଁ କିଛି ବିଶେଷ ଦିଗ ଓ ସରଳ ଉପାୟ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ବୁଧବାର ଦିନଟି ବିଶେଷ ଭାବେ ବୁଧ ଗ୍ରହଙ୍କୁ ସମର୍ପିତ ଅଟେ। ଜାଣନ୍ତୁ ବୁଧବାର କେଉଁ ଉପାୟ କରିବା ଦ୍ୱାରା ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ ……
୧- ଏହି ଦିନ ପ୍ରଭୁ ଗଣେଶଙ୍କୁ ନିଶ୍ଚୟ ପୂଜା କରନ୍ତୁ। ମନ୍ଦିର ଯାଇ ପ୍ରଭୁ ଗଣେଶଙ୍କୁ ୧୧ଟି କିମ୍ବା ୨୧ଟି ଦୁବ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
୨- ବୁଧବାର ଦିନ ଅସହାୟଙ୍କୁ ମୁଗ ଡ଼ାଲି ଦାନ କରିବା ଦ୍ୱାରା ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ।
୩- ଯେଉଁ ମାନଙ୍କ ଜାତକରେ ବୁଧ ଗ୍ରହଙ୍କ ସ୍ଥିତି ସଠିକ ନଥାଏ ,ସେମାନେ ଏହି ଦିନ ପ୍ରଭୁ ଗଣେଶଙ୍କୁ ମୋଦକ ଭୋଗ ଲଗାନ୍ତୁ। ଏହାଦ୍ୱାରା ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ।
୪ – ହିନ୍ଦୁ ଧର୍ମରେ ଗାଈଙ୍କୁ ଗୋମାତା କୁହାଯାଏ। ବୁଧବାର ଦିନ ଗାଈଙ୍କୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ସମସ୍ତ ଦେବାଦେବୀଙ୍କ କୃପା ପ୍ରାପ୍ତି ହୋଇଥାଏ। ସବୁଜ ଘାସ ନ ମିଳିଲେ ରୁଟି ମଧ୍ୟ ଗାଈଙ୍କୁ ଖାଇବାକୁ ଦେଇପାରିବେ।
୫ – ବୁଧବାର ଦିନ ପ୍ରଭୁ ଗଣେଶଙ୍କୁ ସିନ୍ଦୂର ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଜୀବନର ସମସ୍ତ ସମସ୍ୟା ଦୂର ହେବା ସହ ମନସ୍କାମନା ପୂରଣ ହୋଇଥାଏ।
ସୁଖସମୃଦ୍ଧି ସହ ବିଭିନ୍ନ ସମସ୍ୟା ଦୂର ପାଇଁ ବୁଧବାର ଆପଣାନ୍ତୁ ଏହି ଉପାୟ
Popular Categories



