www.samajalive.in
Monday, December 8, 2025
17.1 C
Bhubaneswar

ବିକାଶ ପାଇଁ ଗୋଟିଏ ମଞ୍ଚରେ ସାମିଲ ହେବେ ୪ଟି ବ୍ଲକର ସଦସ୍ୟ

ବଡ଼ସାହି : ବେତନଟୀ, ବଡ଼ସାହି, ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକକୁ ନେଇ ଗଠିତ ପ୍ରେସକ୍ଲବ ୨୪ ଗୁଣନ ୭ର ଆବାହକତ୍ୱରେ ଗଠିତ ‘ବିକାଶ ମଞ୍ଚ’ ପକ୍ଷରୁ ଆସନ୍ତାକାଲିର ବିକାଶ ରାଲି ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଏକ ଅଣରାଜନୈତିକ ମଞ୍ଚରେ ଶାସକ ଓ ବିରୋଧୀ ଦଳର ନିର୍ବାଚିତ ପ୍ରତିନିଧି ଓ ପ୍ରାକ୍ତନ ପ୍ରତିନିଧିଙ୍କ ସହିତ ରାଜନୈତିକ ନେତୃବୃନ୍ଦ, ବୁଦ୍ଧିଜୀବୀ, ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଓ ଜନସାଧାରଣ ସ୍ୱତ୍ତପ୍ରବୃତ୍ତ ଭାବରେ ଏଥିରେ ସାମିଲ ହୋଇଛନ୍ତି। ଅଞ୍ଚଳର ବିକାଶ ପରେ ମଧ୍ୟ ସର୍ବନିମ୍ନ ଆବଶ୍ୟକ ବ୍ୟବସ୍ଥାରୁ ପଛରେ ପଡ଼ିଥିବା ଏହି ୪ଟି ବ୍ଲକର ପ୍ରମୁଖ ଦାବିକୁ ପ୍ରସଙ୍ଗ କରି ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଆବାହକ ପ୍ରେସ କ୍ଲବର ସଭାପତି ହରିଶ୍ଚନ୍ଦ୍ର ନନ୍ଦଗୋସ୍ୱାମୀ କହିଛନ୍ତି।

ଦାବି ମଧ୍ୟରେ ଏହି ୪ଟି ବ୍ଲକ ସହିତ ୧୦ଟି ବ୍ଲକ ବାରିପଦା ସଦର ଉପଖଣ୍ଡ ଅଧୀନରେ ରହିଛି। ଫଳରେ ଶାସନର ବିକେନ୍ଦ୍ରୀ କରଣ ଅଭାବ ଜନିତ ଉନ୍ନୟନମୂଳକ କାର୍ୟ୍ୟ ପ୍ରଭାବିତ ହେଉଥିବାରୁ ବେତନଟୀକୁ ଉପଖଣ୍ଡ ମାନ୍ୟତା ପ୍ରଦାନ ପ୍ରମୁଖ ଦାବି ରହିଛି। ସେହିପରି ବେତନଟୀ ଶବ ବ୍ୟବଚ୍ଛେଦ ଗୃହ କାର୍ଯ୍ୟକ୍ଷମ, ରାସଗୋବିନ୍ଦପୁର ବିମାନବନ୍ଦରର ପୁର୍ନଉଦ୍ଧାର, ବଡ଼ସାହି ନିର୍ବାଚନମଣ୍ଡଳୀରେ କେନ୍ଦ୍ରୀୟ ପଶୁ ଓ ମତ୍ସ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ବଡ଼ସାହି ଓ ମୋରଡ଼ାରେ ଉପ-ନିବନ୍ଧକ କାର୍ଯ୍ୟାଳୟ, ବଡ଼ସାହିରେ ଉପ-କୋଷାଗାର, ବୈଶିଙ୍ଗାରେ କୃଷିବିଜ୍ଞାନ କେନ୍ଦ୍ର ସ୍ଥାପନ, ବଡ଼ସାହି, ବୈଶିଙ୍ଗା ଓ ବେତନଟୀରେ ବସଷ୍ଟାଣ୍ଡ, ବେତନଟୀରେ ଶୀତଳଭଣ୍ଡାର, ସାନକେରୋକ ଓ ହରିପୁରରେ ଫାଣ୍ଡି ପ୍ରତିଷ୍ଠା ଆଦି ଦାବି ରହିଛି।

- Advertisement -

ବିଗତ ନିର୍ବାଚନ ମାନଙ୍କରେ ଏହି ଦାବି ପ୍ରମୁଖ ପ୍ରସଙ୍ଗ ରହିଥିଲେ ହେଁ ସେଗୁଡ଼ିକର ସମାଧାନ ହୋଇନାହିଁ। ସମସ୍ତ ଦାବିର ଯୁକ୍ତିଯୁକ୍ତ ଉପସ୍ଥାପନା ସମ୍ପର୍କିତ ତଥ୍ୟ ପ୍ରଦାନ ପୂର୍ବକ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ/ସଚିବ, ନିର୍ବାଚିତ ପ୍ରତିନିଧି, ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ମଞ୍ଚ ପକ୍ଷରୁ ପ୍ରଦାନ କରାଯାଇଛି। ତେବେ ଦାବି ସମ୍ପର୍କରେ ଜନଜାଗରଣ ସୃଷ୍ଟି ପାଇଁ ଉପରୋକ୍ତ ରାଲି ନିଜ ସହଭାଗିତାରେ ଆୟାଜନ କରାଯାଇଛି। ଆସନ୍ତାକାଲି ପୂର୍ବାହ୍ନ ୯ଟାରେ ଏକ ବିଶାଳ ବାଇକ୍ ରାଲି ବେତନଟୀରୁ ବାହାରି ବଡ଼ସାହି-ମାଣତ୍ରୀ-ବୈଶିଙ୍ଗା ହୋଇ ଅପରାହ୍ଣରେ ବେତନଟୀରେ ପହଞ୍ଚିବ। ବଡ଼ସାହି, ମାଣତ୍ରୀ ଓ ବୈଶିଙ୍ଗାରେ ପୃଥକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହେବ। ବିଧାୟକ ଓ ପୂର୍ବତନ ବିଧାୟକଗଣ ମଧ୍ୟ ଏଥିରେ ଅଂଶଗ୍ରହଣ କରିବାର ସମ୍ମତି ପ୍ରଦାନ କରିଛନ୍ତି। ତେବେ ମୋଟରଯାନ ଆଇନ ଉଲଘଂନକାରୀ ରାଲିରେ ଅଂଶ ଗ୍ରହଣକୁ ମଞ୍ଚ ପକ୍ଷରୁ ଅନୁମତି ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରି ଦିଆଯାଇଛି। ସେହିପରି ଅଂଶ ଗ୍ରହଣକାରୀଙ୍କୁ ସ୍ୱେଚ୍ଛାସେବୀ ସଙ୍ଗଠନ ସାଥୀ ଫାଉଣ୍ଡେସନ ଓ ଫୋର୍ଡ଼ ପକ୍ଷରୁ ନିଶୁଳ୍କ କୋରନା ପ୍ରତିଷେଧକ ଦିଆଯିବ ବୋଲି ଆବାହକ ଶ୍ରୀ ଗୋସ୍ୱାମୀ ଜଣାଇଛନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories