www.samajalive.in
Sunday, December 7, 2025
16.1 C
Bhubaneswar

ବ୍ୟାଙ୍କ ମିଶ୍ରଣକୁ ବିରୋଧ : ୨୭ରେ ଧର୍ମଘଟ

ନୂଆଦିଲ୍ଲୀ : ଦେଶରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମିଶ୍ରଣ ନିମନ୍ତେ କେନ୍ଦ୍ର କ୍ୟାବିନେଟ ନେଇଥିବା ନିଷ୍ପତ୍ତିକୁ ଦେଶର ଦୁଇ ବୃହତ୍‌ ବ୍ୟାଙ୍କ ୟୁନିଅନ ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନ (ଏଆଇବିଓଏ) ଏବଂ ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୟିଜ ଆସୋସିଏସନ ବିରୋଧ କରିଛନ୍ତି। ଏହାର ପ୍ରତିବାଦରେ ସେମାନେ ଚଳିତ ମାସ ୨୭ତାରିଖରେ ଧର୍ମଘଟ କରିବାକୁ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ଏଥିପୂର୍ବରୁ ବ୍ୟାଙ୍କ ଆସୋସିଏସନଗୁଡିକ ସେମାନଙ୍କର ବେତନ ବୃଦ୍ଧି ପ୍ରସଙ୍ଗକୁ ନେଇ ଚଳିତ ମାସ ୧୧ତାରିଖରୁ ତିନିଦିନ ପାଇଁ ଧର୍ମଘଟ ଡାକରା ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାହାକୁ ସ୍ଥଗିତ ରଖିଥିଲେ; କିନ୍ତୁ ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ ଆଲ୍ଲାହାବାଦ ବ୍ୟାଙ୍କ, ଆନ୍ଧ୍ରବ୍ୟାଙ୍କ ଏବଂ ଓବିସି ସମେତ ଦଶଟି ବ୍ୟାଙ୍କର ମିଶ୍ରଣ କରି ଚାରିଟି ବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଆଗାମୀ ଏପ୍ରିଲ ୧ରୁ ସୃଷ୍ଟି କରିବା ପ୍ରସ୍ତାବକୁ ଅନୁମୋଦନ କରିଛି।

ଦେଶର ବ୍ୟାଙ୍କ ଶିଳ୍ପରେ ଏହା ଅନ୍ୟତମ ସର୍ବବୃହତ୍‌ ମିଶ୍ରଣ ପ୍ରକ୍ରିୟା ଭାବେ ବିବେଚନା କରାଯାଉଛି। ଗତବର୍ଷ ସରକାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହିତ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଏବଂ ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବଂ କାନାରା ବ୍ୟାଙ୍କ ସହିତ ସିଣ୍ଡିକେଟ ବ୍ୟାଙ୍କର ମିଶ୍ରଣ ସମ୍ପର୍କରେ ଘୋଷଣା କରିଥିଲେ। ସମ୍ପ୍ରତି ଦଶଟି ବ୍ୟାଙ୍କର ମିଶ୍ରଣ ନିମନ୍ତେ ସରକାର ନେଇଥିବା ନିଷ୍ପତ୍ତି ଦ୍ୱାରା ବସ୍ତୁତଃ ଏହି ଦଶଟି ବ୍ୟାଙ୍କ ବନ୍ଦ ହୋଇଯିବ ବୋଲି ଉଭୟ ଆସୋସିଏସନର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି। ବ୍ୟାଙ୍କଶିଳ୍ପରେ ଏଭଳି ମିଶ୍ରଣକୁ ସେମାନେ ବିରୋଧ କରିବା ସହିତ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଶିଳ୍ପ ନିମନ୍ତେ ସହାୟକ ହେବା ପରିବର୍ତ୍ତେ ଏଥିରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ କରୁଥିବା ସେମାନେ ଅଭିଯୋଗ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories