www.samajalive.in
Monday, December 8, 2025
24.1 C
Bhubaneswar

ସରପଞ୍ଚଙ୍କ କ୍ଷମତାକୁ ଚପାଇଦେବା ପ୍ରତିବାଦରେ ଏକତ୍ର ହେଲେ ୧୦ ବ୍ଲକର ସରପଞ୍ଚ

ଯାଜପୁର : ପଞ୍ଚାୟତକୁ ପ୍ରକୃତ କ୍ଷମତା ଦେବାକୁ କହି ଏବେ ସରପଞ୍ଚଙ୍କ କ୍ଷମତାକୁ ସଂକୁଚିତ କରୁଛନ୍ତି ରାଜ୍ୟ ସରକାର ।ଯାହାର ପ୍ରତିବାଦ କରି ଯାଜପୁର ତ୍ରିଲୋଚନେଶ୍ୱର ମନ୍ଦିର ପରିସରରେ ଏକାଠି ହୋଇଛନ୍ତି ଜିଲାର ସମସ୍ତ ସରପଞ୍ଚ। ନିକଟରେ ରାଜ୍ୟ ସରକାରଙ୍କ ଚତୁର୍ଥ ଓ କେନ୍ଦ୍ରସରକାରଙ୍କ ଚତୁର୍ଦ୍ଧଶ ଅର୍ଥ କମିଶନଙ୍କ ଅନୁଦାନ ଖର୍ଚ୍ଚ ନେଇ ବିଡିଓଙ୍କ ଅନୁମତି ଆବଶ୍ୟକ ବୋଲି ନିୟମ ହୋଇଛି । ଯାହାପଂଳରେ ସରପଞ୍ଚମାନଙ୍କ କ୍ଷମତାକୁ ଚପାଇଦେବାକୁ ଉଦ୍ୟମ ହେଉଛି ବୋଲି ସରପଞ୍ଚମାନେ ଅଭିଯୋଗ କରିଛନ୍ତି । ଏହି ସରପଞ୍ଚ ସମ୍ମିଳନୀରେ ଜିଲାର ୧୦ଟି ବ୍ଲକର ସରପଞ୍ଚମାନେ ଏକତ୍ରିତ ହୋଇ ସରକାରଙ୍କ ଏପରି ନିଷ୍ପତ୍ତିକୁ ଘୋର ବିରୋଧ କରିଛନ୍ତି । ଯଦି ତୁରନ୍ତ ଏପରି ନିୟମକୁ ପ୍ରତ୍ୟାହାର କରାନଯାଏ ତେବେ ଆଗାମୀ ଦିନରେ ସରପଞ୍ଚଙ୍କ ପକ୍ଷରୁ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି ।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories