www.samajalive.in
Tuesday, December 9, 2025
17.1 C
Bhubaneswar

ଆଜି ସ୍ବାକ୍ଷର ହେବ ଆମେରିକା-ତାଲିବାନ ଶାନ୍ତି ରାଜିନାମା, ସାମିଲ ହେବେ ଭାରତୀୟ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଆମେରିକା-ତାଲିବାନ ଶାନ୍ତି ରାଜିନାମା ଶନିବାର ସ୍ବାକ୍ଷରିତ ହେବାକୁ ଯାଉଛି। ଫଳରେ ଦଶନ୍ଧିରୁ ଊର୍ଦ୍ଧ୍ଵ ଧରି ଆଫଗାନିସ୍ତାନର ସୁନ୍ନି ଇସଲାମିକ ମୌଳବାଦୀ ଗୋଷ୍ଠୀ ବା ଆତଙ୍କବାଦୀ ସଂଗଠନ ତାଲିବାନ ସହିତ ଆମେରିକାର ଚାଲିଥିବା ବିବାଦର ଏକପ୍ରକାର ଅନ୍ତ ଘଟିବ। ଏହି ଐତିହାସିକ ରାଜିନାମା ସ୍ବାକ୍ଷର ହେବା ସମୟରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସମେତ ପ୍ରାୟ ୩୦ ଦେଶର ରାଷ୍ଟ୍ରଦୂତ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। କାତାର୍‌ର ଦୋହାଠାରେ ସନ୍ଧ୍ୟାରେ ଏହି ରାଜିନାମା ସ୍ବାକ୍ଷର ହେବ।

କାତାର୍‌ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ପି. କୁମାରନ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ, ଯାହା ଫଳରେ ନୂଆଦିଲ୍ଲୀ ଆନୁଷ୍ଠାନିକ ଭାବେ ପ୍ରଥମ ଥର ଲାଗି ତାଲିବାନ ସହିତ ସମ୍ପୃକ୍ତ କୌଣସି କାର୍ଯ୍ୟରେ ପ୍ରତିନିଧିତ୍ଵ କରିବ। ସୂଚନାଯୋଗ୍ୟ, ୧୯୯୬ରୁ ୨୦୦୧ ମଧ୍ୟରେ ଏହି ତାଲିବାନ ଆତଙ୍କବାଦୀ ଗୋଷ୍ଠୀ କ୍ଷମତାରେ ଥିବାବେଳେ ଭାରତ ତାଲିବାନ ସରକାରଙ୍କ ସହିତ କୌଣସି ସମ୍ପର୍କ ରଖି ନ ଥିଲା। ଆଫଗାନିସ୍ତାନରେ ଦୀର୍ଘ ୧୮ ବର୍ଷ ଧରି ଯୁଦ୍ଧ ପରିସ୍ଥିତି ଲାଗି ରହିଛି। ଆମେରିକା ଆଫଗାନିସ୍ତାନକୁ ସହାୟତା କରିବାକୁ ଯାଇ ତାଲିବାନ ବିରୋଧରେ ଲଢ଼େଇ କରୁଛି। ଏଥିପାଇଁ ଆଫଗାନିସ୍ତାନରେ ଆମେରିକୀୟ ସୈନ୍ୟ ମୁତୟନ ହୋଇଛନ୍ତି। ତେଣୁ ଶାନ୍ତି ସ୍ଥାପନ ଉଦ୍ଦେଶ୍ୟରେ ଆମେରିକା ନିଜର ସୈନ୍ୟ ପ୍ରତ୍ୟାହାର ପାଇଁ ତାଲିବାନ ସହିତ ଏକ ରାଜିନାମା ସ୍ବାକ୍ଷର କରିବ ଏବଂ ଏହାଦ୍ବାରା ୧୮ ବର୍ଷର ବିବାଦର ଅନ୍ତ ଘଟିବ।

- Advertisement -

ଆମେରିକାର ସଚିବ ମାଇକ୍‌ ପୋମ୍ପିଓ ଚୁକ୍ତିନାମାରେ ସ୍ବାକ୍ଷର କରିବେ। ଏହି ଅବସରରେ ପ୍ରତିରକ୍ଷା ସଚିବ ମାର୍କ ଏସପର୍‌ ଆଫଗାନିସ୍ତାନ ସରକାରଙ୍କ ସହିତ ମିଳିତ ଘୋଷଣା କରିବେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories