www.samajalive.in
Wednesday, December 10, 2025
18.1 C
Bhubaneswar

ଟ୍ରମ୍ପ ଓ ତାଙ୍କ ପତ୍ନୀ ସାବରମତୀ ଆଶ୍ରମରେ ଚଲାଇଲେ ଚରଖା ; ପରିଦର୍ଶକ ପୁସ୍ତିକାରେ ମୋଦୀଙ୍କ ପ୍ରଶଂସା 

ଅହମଦାବାଦ : ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ପତ୍ନୀ ମେଲାନିଆ, ଝିଅ ଓ ଜ୍ୱାଇଁଙ୍କ ସହ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ସେ ଆଜି ଅହମଦାବାଦରେ ପହଞ୍ଚିବା ପରେ ସେଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୨୨ କିଲୋମିଟର ରୋଡ଼ ଶୋ କରି ନିଜ ପତ୍ନୀଙ୍କ ସହ ସାବରମତୀ ଆଶ୍ରମରେ ପହଞ୍ଚିଥିଲେ। ଆଶ୍ରମରେ ପହଞ୍ଚିବା ପରେ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ଟ୍ରମ୍ପ ଗାନ୍ଧିଜୀଙ୍କ ଫଟୋରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ଟ୍ରମ୍ପ ଆଶ୍ରମ ପରମ୍ପରା ଅନୁଯାୟୀ, ପରିଦର୍ଶକ ପୁସ୍ତିକା (ଭିଜିଟର୍‍ ବୁକ୍‍)ରେ ନିଜ ନିଆରା ବାର୍ତ୍ତା ଲେଖିଥିଲେ। ନିଜ ବାର୍ତ୍ତାରେ ଟ୍ରମ୍ପ ଲେଖିଥିଲେ, ‘ମୋ ଉତ୍ତମ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଏହି ସୁନ୍ଦର ପରିଦର୍ଶନ ପାଇଁ ଧନ୍ୟବାଦ’।
ଏହାପରେ ଟ୍ରମ୍ପ ଓ ତାଙ୍କ ପତ୍ନୀ ଆଶ୍ରମରେ ଚରଖା ଚଲାଇଥିଲେ। ମୋଦୀ ତାଙ୍କୁ ଆଶ୍ରମରେ ମହାତ୍ମା ଗାନ୍ଧୀ ଓ ଆତ୍ମନିର୍ଭରଶୀଳତାରେ ଚରଖାର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରିଥିଲେ। ଆଶ୍ରମରେ ପ୍ରାୟ ୧୫ ମିନିଟ ଯାଏଁ ସେଠାରେ ମୋଦୀ, ଟ୍ରମ୍ପ ଓ ତାଙ୍କ ପତ୍ନୀ ରହିଥିଲେ।
ଏହାସହ ମୋଦୀ ଟ୍ରମ୍ପଙ୍କୁ ଗାନ୍ଧିଜୀଙ୍କ ବାର୍ତ୍ତା ଦେଉଥିବା ତିନିି ମାଙ୍କଡ଼ଙ୍କ ପ୍ରତିରୂପ ଦେଖାଇଥିଲେ। ଏହି ତିନି ମାଙ୍କଡ଼ ବାପୁଜୀଙ୍କ କାହିଁକି ପ୍ରିୟ ଓ ତାଙ୍କ ବାର୍ତ୍ତାକୁ ଦର୍ଶାଇଥାଆନ୍ତି ବୋଲି କହିଥିଲେ। ଗାନ୍ଧିଜୀ ମାଙ୍କଡ଼ଙ୍କ ମାଧ୍ୟମରେ ଜଣାଇଥିଲେ ଖରାପ ଦେଖ ନାହିଁ, ଖରାପ କୁହ ନାହିଁ, ଖରାପ ଶୁଣ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପ ଓ ତାଙ୍କ ପତ୍ନୀଙ୍କୁ ଗାନ୍ଧିଜୀଙ୍କ ଆଶ୍ରମର ପ୍ରତ୍ୟେକ ଜିନିଷ ଓ ତାହାର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରିବା ସହ ଆଶ୍ରମ ଭ୍ରମଣ କରାଇଥିଲେ। ଏହାସହ ଆଶ୍ରମର ହୃଦୟ କୁଞ୍ଜ ମଧ୍ୟ ଦେଖାଇ କହିଥିଲେ, ଯେଉଁଠାରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଓ ତାଙ୍କ ପତ୍ନୀ କସ୍ତୁରବା ରହୁଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories