www.samajalive.in
Saturday, December 6, 2025
26.1 C
Bhubaneswar

ସୋନଭଦ୍ରରେ ୩୦୦୦ ଟନ୍‌ ନୁହେଁ, ମାତ୍ର ୧୬୦ କେଜି ସୁନା ମିଳିବ: ଜିଏସଆଇ

କଲକାତା/ସୋନଭଦ୍ର: ଉତ୍ତର ପ୍ରଦେଶର ସୋନଭଦ୍ର ଜିଲାର ହରଦୀ ପାହାଡ଼ରୁ ୩୦୦୦ ଟନ୍‌ ନୁହେଁ, ମାତ୍ର ୧୬୦ କିଲୋଗ୍ରାମ ସୁନା ମିଳିବ। ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ(ଜିଏସଆଇ) ସଂସ୍ଥା ଶନିବାର ଏହା କହିଛି। ଏହା ସହିତ ସୋନଭଦ୍ର ଜିଲା ଖଣି ଅଧିକାରୀଙ୍କ ଦାବିକୁ ଜିଏସଆଇ ଖାରଜ କରିଛି। ସୋନଭଦ୍ରରେ ୩୦୦୦ ଟନ୍‌ ସୁନା ମିଳିବାର କୌଣସି ସୂଚନା ନ ଥିବା ଜିଏସଆଇ କହିଛି।

କଲକାତାସ୍ଥିତ ଜିଏସଆଇର ମହାନିର୍ଦେଶକ ଏମ. ଶ୍ରୀଧର କହିଛନ୍ତି, ଜିଏସଆଇ ପକ୍ଷରୁ ଏଭଳି ତଥ୍ୟ କାହାକୁ ଦିଆଯାଇ ନାହିଁ। ସୋନଭଦ୍ରରେ ଏତେ ସୁନା ଗଚ୍ଛିତ ଥିବା ଜିଏସଆଇ କେବେ ଆକଳନ କରିନାହିଁ। ସେ କହିଛନ୍ତି, ରାଜ୍ୟ ୟୁନିଟ ସହିତ ସର୍ଭେ କରିବା ପରେ ଆମେ କୌଣସି ଧାତୁ ମିଳିବା ନେଇ ତଥ୍ୟ ଦେଇନାହୁଁ। ଜିଏସଆଇର ଉତ୍ତରାଞ୍ଚଳ ପକ୍ଷରୁ ଏହି ଅଞ୍ଚଳରେ ୧୯୯୮-୯୯ରେ ଏବଂ ୧୯୯୯-୨୦ରେ ଖନନ କରାଯାଇଥିଲା। ଏହି ରିପୋର୍ଟକୁ ଉତ୍ତରପ୍ରଦେଶ ଡିଜିଏମଙ୍କୁ ଦିଆଯାଇଥିଲା।

- Advertisement -

ସୂଚନା ଅନୁସାରେ, ଉତ୍ତର ପ୍ରଦେଶର ଜିଲା ଖଣି ଅଧିକାରୀ ଶୁକ୍ରବାର ଦାବି କରିଥିଲେ ଯେ ସୋନଭଦ୍ରର ହରଦୀ ପାହାଡ଼ରୁ ୩୦୦୦ ଟନ୍‌ ସୁନା ଥିବା ଏକ ଖଣିର ସନ୍ଧାନ ମିଳିଛି। ଏହା ଉପରେ ଶ୍ରୀଧର କହିଛନ୍ତି, ସୋନଭଦ୍ରରେ ୫୨୮୦୬.୨୫ ଟନ୍‌ ଧାତୁ ଗଚ୍ଛିତ ଥିବା ସମ୍ଭାବନା ରହିଛି। ପ୍ରତି ଟନ୍‌ ଧାନୁ ପିଛା ୩.୦୩ ଗ୍ରାମର ସୁନା ଉତ୍ତୋଳନ କରାଯାଇ ପାରିବ। ଏହାକୁ ଆକଳନ କରାଗଲେ ୫୨୮୦୬.୨୫ ଟନ୍‌ ଧାତୁରୁ ପାଖାପାଖି ୧୬୦ କିଲୋଗ୍ରାମ ସୁନା ମିଳିବ। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ୩୩୫୦ ଟନ୍‌ ସୁନା ମିଳିବ ନାହିଁ ବୋଲି ସେ କହିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories