ଗୋରଖପୁର : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ମହାଶିବରାତ୍ରୀ ଅବସରରେ ଗୋରଖପୁର ମନ୍ଦିରକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିଛନ୍ତି। ଏହାସହ ଶିବରାତ୍ରୀ ଅବସରରେ ମନ୍ଦିରକୁ ସୁନ୍ଦର ଭାବେ ସଜା ଯାଇଛି। ସହରରେ ଭିଡ଼ ପରିସ୍ଥିତି ସୃଷ୍ଟି ନହେବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ସୂଚନା ଯୋଗ୍ୟ, ଆଜି ସକାଳେ ନିଜର ଦିନ ଚର୍ଯ୍ୟା ଅନୁଯାୟୀ, ପ୍ରଥମେ ଗୋଶାଳା ଯାଇ ସେଠାରେ ଜନତା ଦରବାରରେ ଲୋକଙ୍କ ସହ ଅଲୋଚନା କରିଥିଲେ। ଏହାପରେ ପୂଜା କରିବାକୁ ସେ ମନ୍ଦିର ଯାଇଥିଲେ। ଏହାସହ ଯୋଗୀ ଆଦିତ୍ୟନାଥ ଟୁଇଟ୍ ଯୋଗେ ଲୋକଙ୍କୁ ମହାଶିବରାତ୍ରୀ ଅବସରରେ ଶୁଭେଚ୍ଛା ଜଣାଇ କହିଥିଲେ, ଦେବଙ୍କ ଦେବ ମହାଦେବଙ୍କୁ ସମର୍ପିତ ମହାଶିବରାତ୍ରୀର ପବିତ୍ର ପର୍ବରେ ସମସ୍ତ ଭକ୍ତଙ୍କୁ ଖୁବ ଶୁଭକାମନା। ଭଗବାନ ଭୋଳାଶଙ୍କରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ପ୍ରଭୁ ସଭିଁଙ୍କୁ କୃପା କରିବା ସହ ସମସ୍ତ ଜଗତର କଲ୍ୟାଣ କରନ୍ତୁ। ‘ହର୍ ହର୍ ମହାଦେବ’।
ମହାଶିବରାତ୍ରୀ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଭୁ ଶଙ୍କରଙ୍କୁ ପୂଜା ସହ କଲେ ଜଳାଭିଷେକ
Popular Categories



