www.samajalive.in
Tuesday, December 9, 2025
16.1 C
Bhubaneswar

ଅନୁପଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ଛତିଶଗଡ଼ ପୁଲିସ

ରାୟଗଡ : ହମିରପୁରରେ କଳ୍ପନା ଓ ବବ୍‌ଲି ଡବଲ ମର୍ଡର ମାମଲାରେ ଗିରଫ ପୂର୍ବତନ ବିଜେଡି ଅନୁପ ସାଏଙ୍କୁ ରିମାଣ୍ଡରେ ନେଇଛି ଛତିଶଗଡ଼ ପୁଲିସ। ବହୁ ଚର୍ଚିତ ଏହି ହତ୍ୟା କାଣ୍ଡରେ ପୁରା କାହାଣୀ ଓ ଯୋଜନା ସମ୍ପର୍କରେ ତଥ୍ୟ ଜାଣିବା ପାଇଁ ଅଭିଯୁକ୍ତ ଅନୁପ ସାଏ ଏବଂ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ରିମାଣ୍ଡରେ ନେବାପାଇଁ ରାୟଗଡ଼  ପୁଲିସ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା। ଏ ନେଇ ରାୟଗଡ଼ ସିଜେଏମ୍‌ କୋର୍ଟ ଅନୁପଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି। ଏଥିସହ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଦିନକ ପାଇଁ ରିମାଣ୍ଡ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି।

ଏହାସହ ଉଭୟଙ୍କ ନାର୍କୋ ଟେଷ୍ଟ କରିବାକୁ ବି ଆବେଦନ କରାଯାଇଥିବା ସୂଚନା ଦେଇଛନ୍ତି ରାୟଗଡ଼ ଅତିରିକ୍ତ ଏସ୍‌ପି ଅଭିଷେକ ବର୍ମା। ସେପଟେ ତଦନ୍ତ ପ୍ରକ୍ରିୟାରେ ଦୁଇ ଅଭିଯୁକ୍ତ ସହଯୋଗ କରୁ ନ ଥିବା ରାୟଗଡ ଏସପି ସନ୍ତୋଷ କୁମାର ସିଂ ସୂଚନା ଦେଇଛନ୍ତି। ହତ୍ୟାକାଣ୍ଡରେ ଆଉ ଜଣେ ଅଭିଯୁକ୍ତ ସାମିଲ ଥିବା ତଦନ୍ତ ବେଳେ ଜଣାପଡିଥିବାରୁ ତାଙ୍କୁ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଛି ।

- Advertisement -

ଉଲ୍ଲେଖଯୋଗ୍ୟ ଯେ ଗତ ୧୩ତାରିଖ ଦିନ ମାଆ ଓ ଝିଅଙ୍କୁ ହତ୍ୟା କରିବା ମାମଲାରେ ପୂର୍ବତନ ବିଜେଡ଼ି ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଥିଲା ଛତିଶଗଡ଼ ପୋଲିସ । ଏହାସହ ଅନୁପ ସାଏ ମଧ୍ୟ ହତ୍ୟା କରିଥିବା ମାନିଥିବାର ସୂଚନା ରହିଛି । କିନ୍ତୁ ହତ୍ୟା କାଣ୍ଡ ପଛରେ ଆଉ କାହାର ହାତ ରହିଛି ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories