www.samajalive.in
Tuesday, December 9, 2025
17.1 C
Bhubaneswar

ରାଜ୍ୟ ମୁକ୍ତ ବିଦ୍ୟାଳୟ ମାଟ୍ରିକ ପରୀକ୍ଷାର ଓଡିଆ ପ୍ରଶ୍ନପତ୍ର ଲିକ୍

ଚିତ୍ରଡା : ମୟୁଭଞ୍ଜ ଜିଲା ମୋରଡା ବ୍ଲକରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ମାଟ୍ରିକ ପରୀକ୍ଷାର ଓଡିଆ ପ୍ରଶ୍ନପତ୍ର ପ୍ରଘଟ ହେବାସହ ୨୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ନ ପାରିବା ଭଳି ଅଭାବନୀୟ ଘଟଣା ଘଟିଛି। ଏନେଇ ପରୀକ୍ଷାରୁ ବଞ୍ଚିତ ପରୀକ୍ଷାର୍ଥୀ ମାନେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ମୋରଡା ବ୍ଲକର ପଳାଶମୁଣ୍ଡୁଳି ଦ୍ବାରିକାନାଥ ସରକାରୀ ହାଇସ୍କୁଲରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ମାଟ୍ରିକ ପରୀକ୍ଷା କେନ୍ଦ୍ର ହୋଇଥିଲା । ଏଠାରେ କେବଳ ରାଜ୍ୟ ମୁକ୍ତ ବିଦ୍ୟାଳୟର ୨୩୮ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିଲା । ବୁଧବାର ପ୍ରଥମ ଦିନ ୧ଟା ୩୦ମିନିଟରେ ଇଂରାଜୀ ପରୀକ୍ଷା ଥିଲା । ପ୍ରଶ୍ନପତ୍ର ପ୍ୟାକେଟ ପରୀକ୍ଷାର୍ଥୀ ସମ୍ମୁଖରେ ଖୋଲାଯାଇ ବାଣ୍ଟିଦିଆଗଲା। ୨୧ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ଜଣାପଡିଲା। ହେଲେ କେତେକ ପରୀକ୍ଷାର୍ଥୀ ଇଂରାଜୀ ପରିବର୍ତ୍ତେ ଓଡିଆ(ସାହିତ୍ୟ)ପ୍ରଶ୍ନପତ୍ର ପାଇଛନ୍ତି। ତରବର ହୋଇ ଓଡିଆ ପ୍ରଶ୍ନପତ୍ର ଗୁଡିକୁ ଫେରାଇ ନିଆଗଲା। ହେଲେ ପ୍ରତିବଦଳରେ ଇଂରାଜୀ ପ୍ରଶ୍ନପତ୍ର ଦିଆଯାଇ ପାରିଲା ନାହିଁ। ଫଳରେ ୨୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ। ସବୁକିଛି ଯାଞ୍ଚ ପରେ ଦଖାଗଲାଯେ ଇଂରାଜୀ ପ୍ରଶ୍ନପତ୍ର ପ୍ୟାକେଟ ଭିତରୁ ୨ଟି ପ୍ୟାକେଟରେ ୩୬ଟି ଓଡିଆ ପ୍ରଶ୍ନପତ୍ର ଥିଲା। କେନ୍ଦ୍ର ସୁପରିନଟେଣ୍ଡ ତଥା ପ୍ରଧାନ ଶିକ୍ଷକ ମୁରଲିଧର ବାରିକ ବ୍ୟସ୍ତ ବିବ୍ରତ ହୋଇ ପ୍ରଶ୍ନପତ୍ର ଯୋଗାଇଥିବା ନୋଡାଲ କେନ୍ଦ୍ର ରାସଗୋବିନ୍ଦପୁର ବିନୋଦ ବିହାରୀ ସରକାରୀ ହାଇସ୍କୁଲ ଓ ଜିଲା ଶିକ୍ଷା କାର୍ଯ୍ୟାଳୟକୁ ବାରମ୍ବାର ଯୋଗାଯୋଗ କଲେମଧ୍ୟ କୌଣସି ପ୍ରତିକାର ହୋଇପାରିନଥିବା ଜଣା ପଡିଛି। ଫଳରେ ୨୫ ଜଣ ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ହେବାସହ ଆଗକୁ ସାରା ରାଜ୍ୟରେ ହେବାକୁଥିବା ଓଡିଆ ପ୍ରଶ୍ନପତ୍ର ଏଠାରେ ପ୍ରଘଟ ହେବା ଘଟଣା ଏବେ ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories