www.samajalive.in
Sunday, December 7, 2025
15.1 C
Bhubaneswar

ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଲେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତି ମାଲିୱାଲ ସ୍ବାମୀ ନବୀନ ଜୟହିନ୍ଦଙ୍କଠାରୁ ଛାଡ଼ପତ୍ର ନେଇଛନ୍ତି। ନିଜର ଟ୍ବିଟ୍‌ର ଆକାଉଣ୍ଟରେ ସ୍ବାତି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏକ ଆବେଗଭରା ଟ୍ବିଟ୍‌ ପୋଷ୍ଟ କରି ସେ ଏ ବିଷୟରେ ଜଣାଇଛନ୍ତି।

ସ୍ବାତି ଟ୍ବିଟ୍‌ରେ ଲେଖିଛନ୍ତି, ନିଜ ଜୀବନସାଥୀଙ୍କଠାରୁ ଅଲଗା ହେବା ସବୁଠାରୁ ଦୁଃଖଦ ଘଟଣା। ମୁଁ ଏବଂ ନବୀନ ପରସ୍ପରଙ୍କୁ ଛାଡ଼ପତ୍ର ଦେଇଛୁ। ଦୁଇଜଣ ବହୁତ ଲୋକ ଅନେକ ସମୟରେ ଏକାଠି ରହିପାରନ୍ତି ନାହିଁ। ସେ ସବୁବେଳେ ମୋ ହୃଦୟରେ ରହିବେ। ମୁଁ ତାଙ୍କୁ ସର୍ବଦା ମନେ ପକାଇବି ବୋଲି ସ୍ବାତି ଉଲ୍ଲେଖ କରିଛନ୍ତି।

- Advertisement -

ଦୁଇଟି ଭଲ ଲୋକ ଅନେକ ସମୟରେ ଏକାଠି ରହିପାରନ୍ତି ନାହିଁ ବୋଲି ସ୍ବାତିଙ୍କ ଏହି ଟ୍ବିଟ୍‌ର ଏକ ଉଦାହରଣ ହେଉଛି ନବୀନ ଜୟହିନ୍ଦଙ୍କର ଏକ ଟ୍ବିଟ୍‌। ସ୍ବାତି ୨୦୧୯ ଡିସେମ୍ବରରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧରେ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ଲାଗି ଆମରଣ ଅନଶନରେ ବସିଥିଲେ। ଅନଶନ ଯୋଗୁ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ ନବୀନ ଟ୍ବିଟ୍‌ କରି ସ୍ବାତିଙ୍କୁ ଅଦମ୍ୟ ସାହସୀ ଏବଂ ଜଣେ ସିଂହୀ ବୋଲି ଦର୍ଶାଇଥିଲେ।

ଶୋଇଥିବା ଲୋକଙ୍କୁ ଉଠାଯାଇ ପାରିବ। କିନ୍ତୁ ସ୍ବାତି ଶବକୁ ଉଠାଇବାକୁ ଉଦ୍ୟମ କରୁଛନ୍ତି। ଶବ କେବେ ଉଠନ୍ତି ନାହିଁ। ଏହି ଜଙ୍ଗଲରେ ବଞ୍ଚି ରହି ଯୁଦ୍ଧ ଲଢ଼ାଯାଏ, ମରିଗଲେ ଯୁଦ୍ଧ ଲଢ଼ାଯାଇ ପାରିବନି। ବଳାତ୍କାରୀଙ୍କୁ ଫାଶୀ ଦେବା ଦାବିରେ ୧୩ ଦିନ ଅନଶନ କଲେଣି। ଏଥିରେ ମରିଗଲେ, ଲୋକେ ୧୩ ଦିନ ବି ମନେରଖିବେ ନାହିଁ ବୋଲି ନବୀନ ଟ୍ବିଟ୍‌ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories