www.samajalive.in
Monday, December 8, 2025
17.1 C
Bhubaneswar

ତେନ୍ଦୁଲକରଙ୍କୁ ଲରିୟସ୍‌ ପୁରସ୍କାର

ବର୍ଲିନ୍‌ : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଲରିୟସ୍‌ କ୍ରୀଡ଼ା ମୁହୂର୍ତ୍ତ ପୁରସ୍କାର ମିଳିଛି। ଗତ ୨୦ ବର୍ଷ ମଧ୍ୟରେ ସର୍ବଶ୍ରେଷ୍ଠ କ୍ରୀଡ଼ା ମୁହୂର୍ତ୍ତ ପୁରସ୍କାର ପାଇଁ ଲରିୟସ୍‌ ତରଫରୁ ବିଭିନ୍ନ ଘଟଣାକୁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଥିଲା। ସର୍ବଶ୍ରେଷ୍ଠ କ୍ରୀଡ଼ା ମୁହୂର୍ତ୍ତ ପୁରସ୍କାର ପାଇଁ ଭୋଟ୍‌ ଦେବାକୁ ଲରିୟସ୍‌ ପ୍ରଶଂସକଙ୍କୁ କୁହାଯାଇଥିଲା। ଭାରତୀୟ କ୍ରିକେଟ୍‌ ପ୍ରଶଂସକଙ୍କ ଭୋଟ ବଳରେ ତେନ୍ଦୁଲକରଙ୍କୁ ଲରିୟସ୍‌ କ୍ରୀଡ଼ା ମୁହୂର୍ତ୍ତ ପୁରସ୍କାର ମିଳିଛି।
୨୦୧୧ରେ ଭାରତୀୟ ଦଳ ଦିନିକିଆ ବିଶ୍ବକପ୍‌ ଚମ୍ପିଆନ୍‌ ହେବା ପରେ ତେନ୍ଦୁଲକରଙ୍କୁ ସାଥୀ ଖେଳାଳିମାନେ କାନ୍ଧରେ ବସାଇ ପଡ଼ିଆ ସାରା ବୁଲାଇଥିଲେ। ଏହାକୁ ଲରିୟସ୍‌ କ୍ରୀଡ଼ା ମୁହୂର୍ତ୍ତ ପୁରସ୍କାର ମିଳିଛି। ବର୍ଲିନ​‌ରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମହାନ୍‌ ଟେନିସ ଖେଳାଳି ବୋରିସ୍‌ ବେକର ବିଜେତା ଭାବେ ତେନ୍ଦୁଲକରଙ୍କ ନାମ ଘୋଷଣା କରିିଥିଲେ। ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଷ୍ଟିଭ୍‌ ୱ ମାଷ୍ଟର ବ୍ଲାଷ୍ଟର ତେନ୍ଦୁଲକରଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ଜିତିବା ପରେ ନିଜ ପ୍ରତିକ୍ରିୟାରେ ତେନ୍ଦୁଲକର କହିଥିଲେ ଏହି ପୁରସ୍କାର ତାଙ୍କୁ ସ୍ବତନ୍ତ୍ର ଖୁସି ଦେଇଛି। ବିଶ୍ବବିଜୟୀ ଭାରତୀୟ ଦଳର ସଦସ୍ୟ ହେବା ଅନୁଭୂତିକୁ ସେ ବାକ୍ୟରେ ପ୍ରକାଶ କରିପାରିବେ ନାହିଁ। ପରବର୍ତ୍ତୀ ସମୟରେ ତେନ୍ଦୁଲକର ଟ୍ବିଟ୍ କରି ଏହି ପୁରସ୍କାର ସମଗ୍ର ଦେଶବାସୀ, ସାଥୀ ଖେଳାଳି ଓ କ୍ରିକେଟ୍‌ ପ୍ରଶଂସକଙ୍କ ନିମନ୍ତେ ଉତ୍ସର୍ଗ କରିଥିଲେ।

 

- Advertisement -

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories