www.samajalive.in
Wednesday, December 10, 2025
18.1 C
Bhubaneswar

ବିଦ୍ୟାଳୟ ପରିସରରେ ଛାତ୍ରୀଙ୍କୁ ସହ ପାଠିର ଆକ୍ରମଣ

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମାଣ୍ଡୀବିଶୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ବିଦ୍ୟାଳୟରେ ପଢୁଥିବା ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଏକ ଛାତ୍ର ଭଙ୍ଗା ମଦ ବୋତଲରେ ଆକ୍ରମଣ କରିଥିବା ଅଭିଯୋଗ ହେଇଛି।

ସୂଚନା ଅନୁଯାୟୀ,  ମଧ୍ୟାହ୍ନ ଭୋଜନ ଖାଇବା ସମୟରେ ଏକ ଛାତ୍ର ବିଦ୍ୟାଳୟ ପରିସରରେ ପଡିଥିବା ଭଙ୍ଗା ମଦ ବୋତଲରେ ଛାତ୍ରୀଙ୍କୁ ପେଟରେ ଭୁସି ଦେଇଥିଲେ। ରକ୍ତ ଯୁଡୁବୁଡୁ ଅବସ୍ଥାରେ ଛାତ୍ରୀ ଜଣଙ୍କୁ ବିଦ୍ୟାଳୟର ଶିକ୍ଷକ ସ୍ଥାନୀୟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରିବା ପରେ ତୁରନ୍ତ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ୧୦୮ ଆମ୍ବୁଲାନସ ନ ଥିବାରୁ ବେସରକାରି ଗାଡିରେ ସ୍ଥାନାନ୍ତରିତ କରିଥିଲେ। କାର୍ଯ୍ୟରେ ଥିବା ଡାକ୍ତର ଆରଆର ରାଓ ଛାତ୍ରୀ ଜଣଙ୍କର ଅବସ୍ଥା ସଙ୍କଟାପୂର୍ଣ୍ଣ ରହିଥିବାରୁ ପ୍ରଥମେ ଛାତ୍ରୀର ପ୍ରାଥମିକ ଚିକିତ୍ସା କରିବା ପରେ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରିଥିଲେ।

- Advertisement -

ଖବର ଅନୁସାରେ,  ଆକ୍ରମଣ କରିଥିବା ଛାତ୍ର ଜଣଙ୍କ ମାନସିକ ଅନଗ୍ରସର ହୋଇଥିବା ଏବଂ ଆଗରୁ ଏପରି କାର୍ଯ୍ୟରେ ନିହିତ ଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ରଥ ପ୍ରକାଶ କରିଛନ୍ତି। ଏବେ ବୁଦ୍ଧିଜିବୀଙ୍କ ମହଲରେ ପ୍ରଶ୍ନ ଉଠୁଛି । ଏଭଳି ଛାତ୍ରଙ୍କ ପାଇଁ ସ୍ବତନ୍ତ୍ର ବିଦ୍ୟାଳୟର ବ୍ୟବସ୍ଥା ଥିବା ବେଳେ ଏବେ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କ ମନରେ ବିଦ୍ୟାଳୟ ଯିବା ଭୟ ସୃଷ୍ଟି ହୋଇଛି। ଆଗରୁ ଜାଣିଥିଲେ ମଧ୍ୟ ବାଦ୍ୟାଳୟ କର୍ତ୍ତୃପକ୍ଷ କାହିଁକି ଏଦିଗରେ କୌଣସି ପଦକ୍ଷେପ ନେଇ ନ ଥିଲେ ଏବଂ ନିଜର ଅବହେଳା ଯୋଗୁଁ ନିରିହ ଛାତ୍ରୀ ଜଣଙ୍କ ଜୀବନ ମୃତ୍ୟୁ ସଙ୍ଗେ ସଂଗ୍ରାମ କରୁଛି। ଏପରି ଘଟଣା ଅନ୍ୟ ଛାତ୍ରଛାତ୍ରୀ ମାନଙ୍କ ସହିତ ନ ଘଟିବ ତାପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ଏହିପରି ଗୁରୁତର ଘଟଣା ବିଷୟରେ ଏପର୍ଯ୍ୟନ୍ତ କାଶୀପୁର ଶିକ୍ଷା ଅଧୀକାରିଙ୍କ ପାଖରେ ଖବର ନ ଥିବା ଦୁଃଖର ବିଷୟ ହୋଇଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories