www.samajalive.in
Sunday, December 7, 2025
15.1 C
Bhubaneswar

ରାଜ୍ୟ ବଜେଟ୍ ୨୦୨୦-୨୧ : କୃଷି ବଜେଟ୍ ୧୯,୪୦୮ କୋଟି

ଭୁବନେଶ୍ବର : ରାଜ୍ୟ  ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍‍ ଉପସ୍ଥାପନ କରୁଛନ୍ତି। ଅର୍ଥମନ୍ତ୍ରୀ ପ୍ରଥମେ ସ୍ବତନ୍ତ୍ର କୃଷି ବଜେଟ୍ ଆଗତ କରିଥିଲେ। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସ୍ବତନ୍ତ୍ର କୃଷି ବଜେଟ ସକାଶେ ୧୯,୪୦୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। କାଳିଆ ଯୋଜନାକୁ ଅଧିକ ଗୁରୁତ୍ବ ପ୍ରଦାନ କରାଯିବା ସହିତ ମାଛ ଛାଷ ଏବଂ ଗୋପାଳନ ପ୍ରତି ଅଧିକ ଧ୍ୟାନ ଦିଆଯାଇଛି।

କୃଷି ବଜେଟର ମୁଖ୍ୟାଶଂ :

– ୨୦୨୦-୨୧ ରାଜ୍ୟ କୃଷି ବଜେଟ୍ ପାଇଁ  ୧୯,୪୦୮ କୋଟି ଟଙ୍କାର ବ୍ୟୟ କରାଦ

– ରାଜ୍ୟରେ କୃଷି ଅଭିବୃଦ୍ଧି ହାର ୪.୫% ରହିଛି

– ରାଜ୍ୟକୁ ୫ଥର ମିଳିଛି କୃଷି କର୍ମଣ ପୁରସ୍କାର

– କୃଷକଙ୍କ ସଶକ୍ତିକରଣ ପାଇଁ ‘କାଳିଆ’ ଯୋଜନା କାର୍ଯ୍ୟକାରୀ କରାଯାଉଛି

– କାଳିଆ ଯୋଜନା ପାଇଁ ୩,୧୯୫ କୋଟି ଟଙ୍କାର ବ୍ୟୟ ବରାଦ

– କାଳିଆ ଯୋଜନାରେ ୫୧୧୫ କୋଟି ଟଙ୍କା ଚାଷୀଙ୍କ ଖାତାରେ ଜମା କରାଯାଇଛି

– ବିହନ ପାଇଁ ୧୦୦ ଓ ସାର ପାଇଁ ୧୦୦ କୋଟିର ଆବର୍ତ୍ତନ ପାଣ୍ଠି ବ୍ୟବସ୍ଥା 

– ଚଳିତ ଆର୍ଥିକ ବର୍ଷରେ ଆଉ ୧.୮୪ ଲକ୍ଷ ହେକ୍ଟର ଜମିକୁ ଜଳ ସେଚନ ସୁବିଧା

– ଗୋପାଳନ ଓ ଦୁଗ୍ଧ ଉତ୍ପାଦନ ପାଇଁ ୧୦୦ କୋଟିର ବ୍ୟବସ୍ଥା

– ବିନା ସୁଧରେ କାଳିଆ ଯୋଜନାରେ ୭୦୫ କୋଟି ଟଙ୍କାର କୃଷି ଋଣ

 – ବିଗତ ୫ ବର୍ଷରେ ୬ଟି ବୃହତ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି

– ୧୫ଟି ଜିଲ୍ଲାରେ ୧୦ ହଜାର ପୋଖରୀ ନବୀକରଣ କରାଯିବ

– ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ  ୭୦୦କୋଟି ଟଙ୍କାର ବ୍ୟୟ ବରାଦ

– ମିଲେଟ ମିଶନ ପାଇଁ ୧୦୬ କୋଟି ଟଙ୍କାର ବ୍ୟୟ ବରାଦ

–  ମତ୍ସ୍ୟ ଓ ପଶୁ ପାଳନ ପାଇଁ ୧୨୧୧ କୋଟି ଟଙ୍କାର ବ୍ୟୟ ବରାଦ

– କୃଷି ଗବେଷଣା ପାଇଁ ରେକର୍ଡ ପରିମାଣର ୧୫୦ କୋଟି ଟଙ୍କାର ବ୍ୟୟ ବରାଦ

– ଓୟୁଏଟି ହେବ ଉତ୍କର୍ଷ କେନ୍ଦ୍ର

 

- Advertisement -

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories