www.samajalive.in
Sunday, December 7, 2025
15.1 C
Bhubaneswar

ପଞ୍ଚାୟତିରାଜ ବିଭାଗର ଦକ୍ଷତା ମୂଲ୍ୟାୟନ ଆଗରେ ସମ୍ବଲପୁର, ଶେଷରେ କେନ୍ଦ୍ରାପଡ଼ା

ଭୁବନେଶ୍ବର: ଦାରିଦ୍ର୍ୟ ଦୂରୀକରଣ ଯୋଜନାର ରୂପାୟନ କ୍ଷେତ୍ରରେ ଜିଲାୱାରି ଦକ୍ଷତା ମୂଲ୍ୟାୟନ କରୁଛି ରାଜ୍ୟ ପଞ୍ଚାୟତିରାଜ ବିଭାଗ। ଏଥିପାଇଁ ବିଭାଗ ପକ୍ଷରୁ ଡାସ ବୋର୍ଡ ମନିଟରିଙ୍ଗ ସିଷ୍ଟମ ପ୍ରଚଳନ କରାଯାଇଛି। ଗତ ନଭେମ୍ବର ୨୦୧୯ ମାସର ମୂଲ୍ୟାୟନ ରିପୋର୍ଟ ଏବେ ପ୍ରକାଶ ପାଇଛି।
ମୂଲ୍ୟାୟନ ପାଇଁ ୧୦୦ ମାର୍କ ରଖାଯାଇଥିଲା। ତା’ ଭିତରେ ଗ୍ରାମୀଣ ଆବାସ ଲାଗି ୩୦ ମାର୍କ, ମନରେଗା ଲାଗି ୨୦, ଜୀବିକା ମିଶନ ଲାଗି ୧୫, ଜଳ ପରିମଳ ଲାଗି ୧୮, ଭିତ୍ତିଭୂମି ନିର୍ମାଣ ପାଇଁ ୨, ଆର୍ଥିକ ପରିଚାଳନା ଲାଗି ୧୧ ଓ ଶାସନ ଢାଞ୍ଚା ଲାଗି ୪ ମାର୍କ ରଖାଯାଇଥିଲା। ତେବେ ମୋଟ ୧୦୦ ନମ୍ବର ମଧ୍ୟରୁ ସମ୍ବଲପୁର ସର୍ବାଧିକ ୬୪.୬ ନମ୍ବର ରଖି ୧ନଂ ସ୍ଥାନରେ ଥିବା ବେଳେ କନ୍ଧମାଳ ଦ୍ୱିତୀୟ, ଢେଙ୍କାନାଳ ତୃତୀୟ, ଝାରସୁଗୁଡା ଚତୁର୍ଥ ଓ ଗଞ୍ଜାମ ଜିଲା ପଞ୍ଚାମ ସ୍ଥାନରେ ରହିଛି। କେନ୍ଦ୍ରାପଡା ଜିଲା ସର୍ବନିମ୍ନ ୪୯.୬୩ ନମ୍ବର ରଖି ୩୦ତମ ସ୍ଥାନରେ ଥିବା ବେଳେ ଭଦ୍ରକ ଜିଲା ୫୩.୨୮ ନମ୍ବର ରଖି ୨୦ତମ ଜିଲା ଭାବେ ସ୍ଥାନିତ ହୋଇଛି।

ଭଦ୍ରକ ଉପରକୁ ମୟୂରଭଞ୍ଜ ଜିଲା ୧୯ତମ ସ୍ଥାନରେ ଥିବା ବେଳେ ପଡୋଶୀ ବାଲେଶ୍ୱର ଜିଲା ୧୫ତମ ସ୍ଥାନରେ ରହିଛି। ଯୋଜନା ୱାରି ମୂଲ୍ୟାୟନରୁ ଜଣାଯାଇଛି ଯେ ଗ୍ରାମୀଣ ଆବାସ କ୍ଷେତ୍ର ଲାଗି ରଖାଯାଇଥିବା ୩୦ ନମ୍ବରରୁ ମାତ୍ର ୬.୦୬ ନମ୍ବର ରଖି ଭଦ୍ରକ ଜିଲା ୨୭ତମ ସ୍ଥାନରେ ରହିଛି। ବାଲେଶ୍ୱର ୭.୭୬ ନମ୍ବର ରଖି ୧୬ତମ ସ୍ଥାନରେ ଥିବା ବେଳେ ମୟୂରଭଞ୍ଜ ୫.୪୧ ନମ୍ବର ରଖି ୨୯ ତମ ସ୍ଥାନରେ ରହିଛି।
ସମ୍ବଲପୁର ଜିଲା ୧୬.୩୫ ରଖି ୧ ନଂ ସ୍ଥାନରେ ରହିଛି। ସେହିଭଳି ମନରେଗାରେ ଭଦ୍ରକର ସ୍ଥାନ ୨୭ରେ ଥିବା ବେଳେ ମୟୂରଭଞ୍ଜ ୧୧ ଓ ବାଲେଶ୍ୱର ଜିଲା ୧୯ତମ ସ୍ଥାନରେ ରହିଛି। ଢେଙ୍କାନାଳ ଏ କ୍ଷେତ୍ରରେ ୧ନଂ ସ୍ଥାନରେ ରହିଛି। ଜୀବିକା ମିଶନ କ୍ଷେତ୍ରରେ ଭଦ୍ରକର ସ୍ଥାନ ୬ନଂ ରେ, ବାଲେଶ୍ୱର ୧୧ରେ, ମୟୂରଭଞ୍ଜ ସ୍ଥାନ ୧୦ ରହିଛି। ଜୀବିକା ମିଶନରେ ଗଞ୍ଜାମ ଜିଲା ୧ନଂରେ ରହିଛି।

- Advertisement -

ଜଳ ପରିମଳ ଯୋଜନାରେ ଭଦ୍ରକର ସ୍ଥାନ ୧୫ରେ ଥିବାବେଳେ ବାଲେଶ୍ୱର ୧୬ ଓ ମୟୂରଭଞ୍ଜ ୨୦ତମ ସ୍ଥାନରେ ରହିଛି। ତେବେ ବରଗଡ ଏଥିରେ ୧ନଂ ସ୍ଥାନ ହାସଲ କରିଛି। ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଭଦ୍ରକ ନବମରେ ଥିବା ବେଳେ ମୟୂରଭଞ୍ଜ ୨୧ତମ ଓ ବାଲେଶ୍ୱର ୨୭ ତମ ସ୍ଥାନରେ ରହିଛି। ଏ କ୍ଷେତ୍ରରେ ଅନୁଗୁଳ ଜିଲା ୧ନଂ ସ୍ଥାନରେ ରହିଛି। ଆର୍ଥିକ ପରିଚାଳନାରେ ଭଦ୍ରକ ୧୨ନଂ, ବାଲେଶ୍ୱର ୧୯ ଓ ମୟୂରଭଞ୍ଜ ୨୦ ନମ୍ବର ସ୍ଥାନରେ ରହିଛି। ସେହିଭଳି ଶାସନ ପରିଚାଳନା କ୍ଷେତ୍ରରେ ମୟୂରଭଞ୍ଜ ୧ନଂ ସ୍ଥାନରେ ଥିବା ବେଳେ ଭଦ୍ରକ ୮ ଓ ବାଲେଶ୍ୱର ୧୫ନଂ ସ୍ଥାନରେ ରହିଛି। ତେବେ ମୂଲ୍ୟାୟନ ବାବଦରେ ଗତ ୫ ତାରିଖରେ ପଞ୍ଚାୟତିରାଜ ବିଭାଗର ସଚିବ ସମସ୍ତ ଜିଲାପାଳଙ୍କୁ ଚିଠି (ନଂ ୩୦୬୬) ଲେଖିଛନ୍ତି। ଯେଉଁଥିରେ ଗ୍ରାମୀଣ ଆବାସ ଯୋଜନାରେ ନବରଙ୍ଗପୁର, ଭଦ୍ରକ, କେନ୍ଦ୍ରାପଡା, ମୟୂରଭଞ୍ଜ ଓ ପୁରୀ ଜିଲାର ପ୍ରଦର୍ଶନ ଅତି ଖରାପ ବୋଲି କୁହାଯାଇଛି। ସେହିଭଳି ମନରେଗା ଯୋଜନାରେ ଭଦ୍ରକ, ଯାଜପୁର, ନୟାଗଡ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲାର ପ୍ରଦର୍ଶନ ଆଗକୁ ଭଲ କରିବା ଲାଗି ସଚିବ ପରାମର୍ଶ ଦେଇଛନ୍ତି। ତେବେ ସାମଗ୍ରିକ ସଫଳତା ଲାଗି ଜିଲାପାଳମାନେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ)ର କାର୍ଯ୍ୟାବଳୀର ନିୟମିତ ସମୀକ୍ଷା କରିବା ଲାଗି ସଚିବ ପରାମର୍ଶ ଦେଇଛନ୍ତି।

୧୦୦ରୁ କେଉଁ ଜିଲାକୁ କେତେ?
ଜିଲା ପାଇଥିବା ନମ୍ବର ସ୍ଥାନ
ସମ୍ବଲପୁର ୬୪.୬ ୧
କନ୍ଧମାଳ ୬୩.୨୫ ୨
ଢେଙ୍କାନାଳ ୬୨.୯୬ ୩
ଝାରସୁଗୁଡା ୬୧.୨୧ ୪
ଗଞ୍ଜାମ ୬୦.୪୧ ୫
ଅନୁଗୁଳ ୬୦.୩୪ ୬
ବୌଦ୍ଧ ୫୭.୯୬ ୭
ସୁନ୍ଦରଗଡ ୫୬.୯୭ ୮
ବଲାଙ୍ଗୀର ୫୬.୧୩ ୯
କେନ୍ଦୁଝର ୫୫.୫୪ ୧୦
ବରଗଡ ୫୫.୩୨ ୧୧
ନୟାଗଡ ୫୫.୦୩ ୧୨
କଟକ ୫୪.୬୩ ୧୩
ଜଗତସିଂହପୁର ୫୪.୬୨ ୧୪
ବାଲେଶ୍ୱର ୫୪.୧ ୧୫
ମାଲକାନାଗିରି ୫୩.୬୯ ୧୬
ରାୟଗଡା ୫୩.୬୮ ୧୭
ଗଜପତି ୫୩.୬୫ ୧୮
ମୟୂରଭଞ୍ଜ ୫୩.୩୮ ୧୯
ଭଦ୍ରକ ୫୩.୨୮ ୨୦
ସୁବର୍ଣ୍ଣପୁର ୫୨.୪୫ ୨୧
ଖୋର୍ଦ୍ଧା ୫୨.୩ ୨୨
କଳାହାଣ୍ଡି ୫୨.୨୧ ୨୩
ନୂଆପଡା ୫୨.୧୯ ୨୪
ନବରଙ୍ଗପୁର ୫୧.୩ ୨୫
କୋରାପୁଟ ୫୧.୦୪ ୨୬
ଯାଜପୁର ୫୦.୭୯ ୨୭
ପୁରୀ ୫୦.୫୬ ୨୮
ଦେବଗଡ ୪୯.୮୧ ୨୯
କେନ୍ଦ୍ରାପଡା ୪୯.୬୩ ୩୦

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories