www.samajalive.in
Tuesday, December 9, 2025
17.1 C
Bhubaneswar

ବିଦ୍ୟୁତ୍ ତାର ଲାଗି ବସରେ ଅଗ୍ନିକାଣ୍ଡ : ୯ ମୃତ, ୪୦ରୁ ଅଧିକ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଟୁଲୁ ରାସ୍ତାରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି। ୧୧ କେଭି ବିଦ୍ୟୁତ୍ ତାର ଲାଗି ଏକ ବସ ଜଳିଯାଇଛି। ଫଳରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏମକେସିଜି ମେଡିକାଲରେ ଅନ୍ୟ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ରହିଛନ୍ତି। ୩୫ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି। ପୁଲିସ, ଦମକଳ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ସୂଚନା ଅନୁସାରେ, ଏକ ନିର୍ବନ୍ଧ ଉତ୍ସବରେ ଯୋଗ ଦେବାକୁ ୪୦ରୁ ଅଧିକ ବରଯାତ୍ରୀଙ୍କୁ ନେଇ ଘରୋଇ ବସ (ସିଲକି ସିଟି) ବ୍ରହ୍ମପୁର ଗୋଳନ୍ଥରା ଥାନା ଡଙ୍କଲପାଟୁରୁ ଚିକରଡାକୁ ଯାଉଥିଲା। ବସରେ ତେଲୁଗୁ ସମ୍ପ୍ରଦାୟର ଲୋକେ ଥିଲେ। ମେଣ୍ଡରାଜପୁର ନିକଟରେ ଗାଁ ରାସ୍ତାରେ ଯାଉଥିବା ବେଳେ ବସଟି ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ବସଟି ହଠାତ ଜଳି ଉଠିଥିଲା। ଗାଡିରେ ଥିବା ଲୋକେ ଜୀବନ ବିକଳରେ ଚିତ୍କାର କରିବା ସହ ବାହରକୁ ବାହାରିବାକୁ ଚେଷ୍ଟା କରିଥିଲେ ।

- Advertisement -

ହେଲେ ବସଟି ବିଦ୍ୟୁତ ସଂଯୋଗ ଥିବାରୁ କେହି ସହଜରେ ବାହାରି ପାରିନଥିଲେ। ଏପରିକି ବସ ଭିତରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆସି ବିଦ୍ୟୁତ ସଂଯୋଗ କାଟିବା ସହ ବସରୁ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ଖବରପାଇ ପୁଲିସ, ଦମକଳ ଓ ଆମ୍ବୁଲାନ୍ସ ପହଂଚି ଉଦ୍ଧାର କାଯ୍ୟରେ ସହଯୋଗ କରିଥିଲା। ୧୦ରୁ ଉର୍ଦ୍ଧ୍ୱ ଆମ୍ବୁଲାନ୍ସ, ୫ରୁ ଅଧିକ ଦମକଳ ଓ ୧୦ରୁ ଅଧିକ ପୁଲିସ ଗାଡି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ତେବେ ଗାଡିରେ ଥିବା ସମସ୍ତ ୪୦ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ମହିଳା ଓ ଜଣେ ଶିଶୁର ଅବସ୍ଥା ସଙ୍କଟାପନ୍ନ ରହିଛି। ହସ୍ପିଟାଲରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ପୁଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ବିଦ୍ୟୁତ ତାର ଏତେ ପାଖରେ କିପରି ଯାଇଥିବା ତାହାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି।

ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଛି। ସେମାନେ ହେଲେ ବି ରାମେୟା, ବି ଆଚୁଲୁ, ସି ଏଚ୍ କାମରାଜୁ, ବି ତାରଣେୟା, କେ ସଞ୍ଜୁ, ବି ମୋହିନୀ, ବି କାନକାଆମ୍ମା, ସନ୍ତୋଷୀ ସାହୁ ଏବଂ ବି ତାରିଣୀ ।୨୦ ରୁ ଅଧିକ ବ୍ରହ୍ମପୁର ଓ କେଲୁଆପଲ୍ଲୀ ଠାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories