www.samajalive.in
Monday, December 8, 2025
27.1 C
Bhubaneswar

ନିର୍ଭୟା ମାମଲା – ଆଜି କେନ୍ଦ୍ର ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

ସମାଜ ପୋର୍ଟାଲ ଡେସ୍କ: ନିର୍ଭୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟ କରିବେ। ନିମ୍ନ ଅଦାଲତରେ ନିର୍ଭୟା ମାମଲାର ଚାରିଜଣ ଦୋଷୀଙ୍କ ଫାଶୀ ଦଣ୍ଡାଦେଶ ଉପରେ ଦିଆଯାଇଥିବା ରହିତାଦେଶକୁ ଚାଲେଞ୍ଜ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ଗତକାଲି ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। କେନ୍ଦ୍ର ପକ୍ଷରୁ ଯୁକ୍ତି ଉପସ୍ଥାପନ କରି ଅତିରିକ୍ତ ସଲିସିଟର ଜେନେରାଲ୍‍ କେ.ଏମ୍‍. ନଟରାଜ ଗତକାଲି ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଦୋଷୀମାନଙ୍କର ପୁନଃସମୀକ୍ଷା ଯାଚିକା ଖାରଜ ହୋଇଯାଇଥିଲେ ହେଁ ଜେଲ୍‍ କର୍ତ୍ତୃପକ୍ଷ ସେମାନଙ୍କୁ ଫାଶୀଦଣ୍ଡ ଦେଇନାହାନ୍ତି। ସେ ମଧ୍ୟ କହିଥିଲେ ଯେ ଇତିମଧ୍ୟରେ ଚାରିଜଣଙ୍କ ମଧ୍ୟରୁ ୩ ଜଣ ଅପରାଧିଙ୍କ କ୍ଷମା ଆବେଦନକୁ ରାଷ୍ଟ୍ରପତି ମଧ୍ୟ ଗ୍ରହଣ କରିନାହାନ୍ତି।

ଜଷ୍ଟିସ ଏନ୍‍.ଭି. ରମଣନା, ସଞ୍ଜିବ ଖାନ୍ନା ଓ କ୍ରିଷ୍ଣ ମୁରାରିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟ ପକ୍ଷରେ ତିହାର ଜେଲ କର୍ତୃପକ୍ଷ ପଟିଆଲା ହାଉସ କୋର୍ଟକୁ ଫାଶୀ ଦଣ୍ଡ ପାଇଥିବା ୪ ଜଣଙ୍କ ପାଇଁ ସାନି ଡେଥ ୱାରେଣ୍ଟ ଜାରି କରିବା ନେଇ ଆବେଦନ କରିଛନ୍ତି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories