www.samajalive.in
Wednesday, December 10, 2025
18.1 C
Bhubaneswar

ବୁଧବାର ‘ଭକ୍ତ ଦାସିଆ’ଙ୍କ ତିରୋଧାନ ଦିବସ ; ୭ଜଣ ସେବକଙ୍କୁ ଭକ୍ତ ଦାସିଆ ସେବା ସମ୍ମାନ

ଭୁବନେଶ୍ବର : ଭକ୍ତ ଦାସିଆ ସ୍ମୃତି କମିଟି ପକ୍ଷରୁ ଭକ୍ତ ଶିରୋମଣି ‘ଭକ୍ତ ଦାସିଆ’ଙ୍କ ତିରୋଧାନ ଦିବସ ଆସନ୍ତାକାଲି ଅର୍ଥାତ ବୁଧବାର ଦିନ ଭୁବନେଶ୍ବରର ଗୀତଗୋବିନ୍ଦ ଭବନରେ ପାଳନ କରାଯିବ।  ଏହି ଅବସରରେ ୭ଜଣ ବିଶିଷ୍ଟ ସେବକଙ୍କୁ ଭକ୍ତ ଦାସିଆ ସେବା ସମ୍ମାନ ପ୍ରଦାନ କରାଯିବ।

‌ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭକ୍ତ ଦାସିଆ ସ୍ମୃତି କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଭୁବନେଶ୍ବର ଏମସର ପୂର୍ବତନ ନିର୍ଦେଶକ ଡାକ୍ତର ଅଶୋକ ମାହପାତ୍ର, ରାଜଧାନୀ ଭୁବନେଶ୍ବରରେ ‘ଭକ୍ତ ଦାସିଆ’ଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିବା ପାଇଁ ଦାବି କରିଛନ୍ତି । ଭକ୍ତ ଦାସିଆ ସ୍ମୃତି କମିଟିର ଅକ୍ଲାନ୍ତ ପରିଶ୍ରମ ଫଳରେ ‘ଭକ୍ତ ଦାସିଆ’ ପୀଠର ଯଥେଷ୍ଟ ଉନ୍ନତି ଘଟିଛି ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା । ‘ଭକ୍ତ ଦାସିଆ’ଙ୍କ ଆଦର୍ଶରେ ଓଡ଼ିଶାବାସୀ ଅନୁପ୍ରାଣିତ ହୁଅନ୍ତୁ ବୋଲି ଆୟୋଜକମାନେ ନିବେଦନ କରିଛନ୍ତି।

- Advertisement -

‘ଭକ୍ତ ଦାସିଆ’ଙ୍କ ତିରୋଧାନ ଦିବସ କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରହୀ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପିପିଲି ମହାବିଦ୍ୟାଳୟର ପ୍ରାଧ୍ୟାପିକା ଡଃ. ଶ୍ରୀମତୀ ପ୍ରତିଭା ମହାରଥୀ, ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ଭକ୍ତ ଦାସିଆ ସ୍ମୃତି କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଭୁବନେଶ୍ବର ଏମସର ପୂର୍ବତନ ନିର୍ଦେଶକ ଡାକ୍ତର ଅଶୋକ ମାହପାତ୍ର, ସଂସ୍କୃତି ସଚିବ ଡଃ. ମନୋରଞ୍ଜନ ପାଣିଗ୍ରାହୀ, ଉତ୍କଳ ବିଶ୍ବ ବିଦ୍ୟାଳୟର ପୂର୍ବତନ କୁଳପତି ଡଃ. ବିନାୟକ ରଥ, ଜେଏସପିଏଲର କାର୍ଯ୍ୟକାରୀ ସଭାପତି ପ୍ରସନ୍ନ କୁମାର ହୋତା ଏବଂ ପାରଦ୍ବୀପ ବନ୍ଦରର ପୂର୍ବତନ ସଚିବ ପ୍ରଭାତ କୁମାର ନନ୍ଦ ପ୍ରମୁଖ ଅତିଥି ଭାବେ ଯୋଗଦେବେ । ଅନୁଷ୍ଠାନର ସ୍ଥାୟୀ ସଭାପତି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମାହାରଥୀ ଏଥିରେ ଅଧ୍ୟକ୍ଷତା କରିବେ।

 

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories