www.samajalive.in
Monday, December 8, 2025
27.1 C
Bhubaneswar

ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅନ୍ତର୍ଗତ ବଡ଼ସାହି-ଡୁକୁରା ରାସ୍ତାର ଆମ୍ବଡାଳି ନିକଟରେ ଶନିବାର ରାତିରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଯାତ୍ରା ଦରବାରର ମାଲିକଙ୍କ ଭାଇ ଓ ମ୍ୟାନେଜରଙ୍କ ନିକଟରୁ ୭୦ ହଜାରରୁ ଅଧିକ ଟଙ୍କା ଲୁଟ କରିଥିବା ନେଇ ଅଭିଯୋଗ ହୋଇଛି।
ସୂଚନା ଯୋଗ୍ୟ, ଗତ କାଲି ରାତି ପ୍ରାୟ ୧୧ଟା ୩୦ ମିନିଟ ସମୟରେ ୬ଜଣ ଦୁର୍ବୃତ୍ତ , ଯାତ୍ରା ଦରବାରର ମାଲିକଙ୍କ ଭାଇ କଟକ ବଡମ୍ବା ଅଞ୍ଚଳର ମନୋଜ ପାଣିଗ୍ରାହୀ ଓ କଲ୍ ମ୍ୟାନେଜର ମିଥୁନ ବାବୁଙ୍କୁ ବନ୍ଧୁକ ଦେଖାଇ ଆକ୍ରମଣ କରିବା ସହିତ ଟଙ୍କା ଲୁଟ କରିଛନ୍ତି । ମନୋଜ ଓ ମିଥୁନ ଖୁଣ୍ଟା ନିକଟ ଭୋଳାଗଡିଆକୁ ବାଇକ ଯୋଗେ ଯାଉଥିବା ସମୟରେ ଆମ୍ବଡାଳି ନିକଟରେ ୬ଜଣ ଦୁର୍ବୃତ୍ତ ୨ଟି ବନ୍ଧୁକ ଦେଖାଇ ଅଟକାଇବା ସହିତ ଫାର୍ଶା ବେଣ୍ଟରେ ଆକ୍ରମଣ କରିଥିଲେ । ଉଭୟଙ୍କ ମଧ୍ୟରେ କିଛି ସମୟ ଧସ୍ତାଧସ୍ତି ପରେ ମିଥୁନ ଗୁରୁତର ଆହତ ହେବା ସହିତ ଅଚେତ ହୋଇପଡିଯାଇଥିଲେ । ମନୋଜ ମଧ୍ୟ ଆହତ ହୋଇଥିଲେ । ଦୁର୍ବୃତ୍ତମାନେ ସେମାନଙ୍କ ନିକଟରୁ ମୋବାଇଲ ଓ କଲେକ୍ସନ ଟଙ୍କା ନେଇ ଫେରାର ହୋଇଯାଇଥିଲେ । କିଛି ସମୟ ପରେ ମନୋଜଙ୍କ ପାଖରେ ରହିଥିବା ଅନ୍ୟ ଛୋଟ ମୋବାଇଲରେ ପାର୍ଟି କର୍ମଚାରୀଙ୍କୁ ଖବର ଦେବାରୁ ସେମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ବଡସାହି ଡାକ୍ତରଖାନାକୁ ଆଣିଥିଲେ । ମିଥୁନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୂର୍ବରୁ ଉପରୋକ୍ତ ରାସ୍ତାରେ ଛିନତାଇ, ରାହାଜାନୀ ଓ ଡକାୟତି ବାରମ୍ବାର ଘଟୁଥିବା ବେଳେ କିଛି ବର୍ଷ ପରେ ପୁଣି ତା’ର ପୁନରାବୃତ୍ତି ହୋଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories