www.samajalive.in
Tuesday, December 9, 2025
16.1 C
Bhubaneswar

ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ମୃତଶିଶୁ ପୁତ୍ର ଜନ୍ମ ଅଭିଯୋଗ; ଥାନାରେ ମାମଲା ରୁଜୁ   

ବାରିପଦା: ସ୍ଥାନୀୟ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଶନିବାର ଭୋର ସାଢେ ୫ଟା ସମୟରେ ଜଣେ ପ୍ରସୂତି ସୁରେଖା ବେହେରା(୨୬) ଏକ ମୃତଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ଏହାକୁ ନେଇ ମେଡିକାଲ ପରିସରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ସଂପୃକ୍ତ ବିଭାଗୀୟ ଡାକ୍ତର ଓ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ପ୍ରସୂତିଙ୍କ ସ୍ୱାମୀ ଚନ୍ଦନ ବେହେରା ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ଗତ ୨୯ ତାରିଖ ଅପରାହ୍ନ ୩ଟା ସମୟରେ ସୁସ୍ଥ ଅବସ୍ଥାରେ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ୨୯  ଓ ୩୦ ତାରିଖ ଦୁଇ ଦିନ ଡାକ୍ତରଖାନାରେ ତାଙ୍କ ପତ୍ନୀଙ୍କ ସ୍ଥିତି ସ୍ୱାଭାବିକ ରହିଥିଲେ। ଗତ ୩୧ ତାରିଖ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ପତ୍ନୀଙ୍କର ପ୍ରସବ ବେଦନା ଆରମ୍ଭ ହେବାରୁ ସେ ଡାକ୍ତରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ସ୍ୱାଭାବିକ ଭାବେ ପ୍ରସବ ହେବା ବୋଲି ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ଆଶ୍ୱାସନା ଦେଇଥିଲେ। କିନ୍ତୁ ପ୍ରସୂତିଙ୍କ ଅତ୍ୟାଧିକ ପ୍ରସବ ବେଦନା ହେବାରୁ ଚନ୍ଦନ କାର୍ଯ୍ୟରତ ନର୍ସ ଓ ଡାକ୍ତରଙ୍କୁ କାକୁତି ବିନତି ହୋଇଥିଲେ। ସେମାନେ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ମୋବାଇଲରେ ବ୍ୟସ୍ତ ରହିଥିଲେ ବୋଲି ଚନ୍ଦନ ଅଭିଯୋଗ କରିଛନ୍ତି। ସନ୍ଧ୍ୟା ୮ଟାରେ ପ୍ରସୂତିଙ୍କୁ ଲେବର ରୁମ୍‍କୁ ନେଇଥିଲେ ଏବଂ ମଧ୍ୟରାତ୍ର ୧୦ଟାରେ ଲେବର ରୁମ୍‍ରୁ ବାହାର କରି କହିଥିଲେ ଯେ, ଏବେ ପ୍ରସବ ହେବ ନାହିଁ ଓ ସକାଳେ ହେବ। ତଥାପି ପତ୍ନୀଙ୍କର ଅସହ୍ୟ ଯନ୍ତ୍ରଣା ହେବାରୁ ପୁଣି ଶନିବାର ଭୋର ୩ଟାରେ କାର୍ଯ୍ୟରତ ନର୍ସକୁ ଅନୁରୋଧ କରିବାରୁ ସେ କୁଆଡେ ତାଙ୍କୁ ଲାଞ୍ଚ ମଗିଥିଲେ ବୋଲି ଚନ୍ଦନ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ତେଣୁ ଏସଂପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଅବହେଳା ଓ ବେପରୁଆ କାର୍ଯ୍ୟ ପାଇଁ ସଂପୃକ୍ତ ଡାକ୍ତର ଓ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଯୋଗକାରୀ ଚନ୍ଦନ ପୁଲିସକୁ ନିବେଦନ କରିଛନ୍ତି। ଅନ୍ୟପଟେ ଏନେଇ ବିଭାଗୀୟ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିବା ସତ୍ତ୍ବେ ତାହା ସମ୍ଭବ ହୋଇପାରି ନ ଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories