www.samajalive.in
Tuesday, December 9, 2025
16.1 C
Bhubaneswar

ୟୁରୋପୀୟ ସଂଘରୁ ଓହରିଲା ବ୍ରିଟେନ : ବନ୍ଧୁତ୍ୱପୂର୍ଣ୍ଣ ସହଯୋଗ ପାଇଁ ଜନ୍‍ସନ୍‍ଙ୍କ ପ୍ରତିଶ୍ରୁତି

ଲଣ୍ଡନ : ବ୍ରିଟେନ୍‍ ୟୁରୋପୀୟ ସଂଘରୁ ଆନୁଷ୍ଠାନିକ ଭାବେ ଓହରିଯାଇଛି । ବ୍ରେକ୍‍ଜିଟ୍‍ ସପକ୍ଷରେ ଜନମତ ମିଳିବାର ୩ ବର୍ଷରୁ ଅଧିକ ସମୟ ପରେ ବ୍ରିଟେନ୍‍ ୟୁରୋପୀୟ ସଂଘ ସଦସ୍ୟତାରୁ ଓହରିଯାଇଛି । ଶୁକ୍ରବାର ରାତି ଗ୍ରୀନିଚ୍‍ ସମୟ ୨୩ଟା ବେଳେ ଏହି ଐତିହାସିକ ଘଟଣା ଘଟିଥିଲା, ଯେଉଁଥିରେ ଉଭୟ ଉତ୍ସବ ପାଳନ ଓ ବିକ୍ଷୋଭ ପ୍ରଦର୍ଶନ ପରିଲକ୍ଷିତ ହୋଇଥିଲା । ୟୁରୋପୀୟ ସଂଘ ସହିତ ଯୋଡ଼ି ହୋଇ ରହିବାପାଇଁ ଇଚ୍ଛୁକ ସ୍କଟ୍‍ଲ୍ୟାଣ୍ଡରେ ମହମବତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ବ୍ରେକ୍‍ଜିଟ୍‍ ସପକ୍ଷବାଦୀମାନେ ଲଣ୍ଡନର ପାର୍ଲାମେଣ୍ଟ ସ୍କୋୟାର୍‍ଠାରେ ଉପସ୍ଥିତ ରହି ଉତ୍ସବ ପାଳନ କରିଥିଲେ ।

ଗତକାଲି ବ୍ରିଟେନ୍‍ ୟୁରୋପୀୟ ସଂଘରୁ ଓହରିଯିବାପାଇଁ ପ୍ରସ୍ତୁତ ହେଉଥିବାବେଳେ ପ୍ରଧାନମନ୍ତ୍ରୀ ବୋରିସ୍‍ ଜନ୍‍ସନ୍‍ ବନ୍ଧୁତ୍ୱପୂର୍ଣ୍ଣ ସହଯୋଗର ଏକ ନୂତନ ଯୁଗ ସୃଷ୍ଟି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ବ୍ରେକ୍‍ଜିଟ୍‍ର ୧ ଘଣ୍ଟା ପୂର୍ବରୁ ଏକ ବେତାର ବାର୍ତ୍ତାରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ଏହି ପଥରେ ଆଗକୁ ଅନେକ ପ୍ରତିବନ୍ଧକ ରହିଥିବାର ସ୍ୱୀକାର  କରିଥିବାବେଳେ ଏହି ପ୍ରସ୍ଥାନ ଅଭୂତପୂର୍ବ ସଫଳତାର ସୁଯୋଗ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ଜନ୍‍ସନ୍‍ କହିଛନ୍ତି । ତେବେ ଜନସାଧାରଣଙ୍କର ଅବାଧ ଯାତାୟାତ ସମେତ ଅଧିକାଂଶ ୟୁରୋପୀୟ ସଂଘ ଆଇନ ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories